oom

ଅଙ୍ଗନବାଡ଼ି କେନ୍ଦ୍ରରେ ପୋଷାକ ବିତରଣ

jsmm

ତୁରେକେଲା, (ଗୁରୁଦୟାଲ ହଂସ) : ତୁରେକେଲା ବ୍ଳକ ଅନ୍ତର୍ଗତ ଚଟୁଅନକା ଗ୍ରାମ ପଞ୍ଚାୟତର ଅଙ୍ଗନବାଡି ‘କ’ କେନ୍ଦ୍ରରେ ପୋଷାକ ବିତରଣ କରାଯାଇଥିଲା । ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ପ୍ରକୃତିବନ୍ଧୁ ବିରଞ୍ଚି ନାରାୟଣ ଦାଶ, ସମ୍ମାନିତ ଅତିଥି ଭାବେ ହୀରାଧର ବଏ, ଭୁତପୂର୍ବ ସରପଞ୍ଚ, ଶିକ୍ଷକ ଥମିର ଛତ୍ରିଆ, କବିରାଜ ପୁଟେଲ, ସଭାପତି ମାଳି ସମାଜ, ସହଦେଵ ମାଝୀ, ସଙ୍ଗୀତା ବଏ, ଅଙ୍ଗନବାଡି କର୍ମୀ ଓ ଈନ୍ଦୁମତୀ ମାଝୀ ଉପସ୍ଥିତ ରହି ଛାତ୍ରଛାତ୍ରୀମାନଙ୍କୁ ଦୁଇ ହଳ ଲେଖାଏଁ ପୋଷାକ ବଣ୍ଟନ କରିଥିଲେ ।

ଠିକ ସେହିପରି ଅଙ୍ଗନବାଡି ‘ଖ’ କେନ୍ଦ୍ରରେ ମଧ୍ୟ ପୋଷାକ ବଣ୍ଟନ କାର୍ୟ୍ୟକ୍ରମ ରେ ଅତିଥି ଭାବରେ ବିରଞ୍ଚି ନାରାୟଣ ଦାଶ, ଶୁକଚନ ପୁଟେଲ, ନାଏବ ସରପଞ୍ଚ, ବାସନ୍ତୀ ସୁନା, ଅଙ୍ଗନବାଡି କର୍ମୀ ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କୁ ଦୁଇ ହଳ ଲେଖାଏଁ ପୋଷାକ ବଣ୍ଟନ କରିଥିଲେ । ପ୍ରକୃତି ମିତ୍ର ଶ୍ରୀ ଦାଶ ଉପସ୍ଥିତ ଛାତ୍ରଛାତ୍ରୀ, ଅଭିଭାବକମାନଙ୍କୁ କରୋନା ମହାମାରୀ ଉପରେ ସଚେତନତା କରିବା ସହିତ ସାମାଜିକ ଦୂରତା, ପରିଷ୍କାର ପରିଛନ୍ନତା ଓ ମାସ୍କ ବ୍ୟବହାର କରିବାକୁ ଅନୁରୋଧ କରିଥିଲେ ।

jittmm
Leave A Reply

Your email address will not be published.