ଅସୁରକ୍ଷିତ ମୁକୁଳା ପାଣି ଟାଙ୍କିରୁ ପାଟଣାଗଡ଼ ସହରବାସୀଙ୍କୁ ବିଶୁଦ୍ଧପାଣି ପରିବର୍ତ୍ତେ ଗୋଳିଆ ପାଣି ଯୋଗାଉଛି ପିଏଚ୍‌ଡି

  • କୋଟି ଟଙ୍କାର ପାଣି ବିଶୋଧନ ମେସିନ୍‌ ଅଚଳ : ମରାମତି କରିବାକୁ ଦାବୀ

ପାଟଣାଗଡ଼, (ଗୋରେଖନାଥ ବରିହା) : ଜଳରୁ ଆରମ୍ଭ ଜୀବନ । ଆମ୍ଭେ ସାଧାରଣତଃ କହୁ ଯେ, ଜଳ ହିଁ ଜୀବନ । ଜଳ ବିନା ଜୀବନ ବଞ୍ଚିବା ଅସମ୍ଭବ । ତେବେ ଏକଥା ବି ସତ ଏବଂ ମଣିଷ ଜୀବଜନ୍ତୁ ଯେଉଁ ଜଳକୁ ବିନା ଦ୍ଵିଧାରେ ପିଇ ପାରନ୍ତି ତାହାକୁ ପାନୀୟଜଳ କୁହାଯାଇଥାଏ । ଏନେଇ ସରକାର ମଧ୍ୟ ପାନୀୟ ଜଳ ଯୋଗାଣ ପାଇଁ ଅନେକ ଯୋଜନା କାର୍ଯ୍ୟକାରୀ କରିଛନ୍ତି । ସହରବାସୀଙ୍କୁ ବିଶୁଦ୍ଧ ପାଣି ଯୋଗାଇ ଦେବାକୁ ସ୍ୱତନ୍ତ୍ର ପିଏଚ୍‌ଡି ବିଭାଗକୁ ଦାୟିତ୍ୱ ନ୍ୟସ୍ତ କରିଛନ୍ତି । କୋଟିକୋଟି ଟଙ୍କା ଖର୍ଚ୍ଚ କରି ପାଣି ବିଶୋଧନ ମେସିନ ସ୍ଥାପନ କରାଯାଇଥିବା ବେଳେ ଦୀର୍ଘଦିନ ଧରି ଉଚ୍ଚ ସମ୍ପର୍ଣ୍ଣ ଫିଲଟର ମେସିନ୍‌ ଅଚଳ ଯୋଗୁଁ ସହରବାସୀ ବିଶୁଦ୍ଧ ପାଣି ପାଇପାରୁନ ଥିବା ଅଭିଯୋଗ କରିଛନ୍ତି ।

ସୂଚନା ଯୋଗ୍ୟ ଯେ, ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ସହରବାସୀଙ୍କ ପାଇଁ ପିଏଚ୍‌ଡି ପକ୍ଷରୁ ପାନୀୟ ଜଳ ଯୋଗାଣ କରୁଛି । ନଦୀରୁ ଗଭୀର କୁଅ ଖୋଲାଯାଇ ସହରକୁ ପାନୀୟ ଜଳ ଯୋଗାଣ କରାଯାଉଛି ହେଲେ ଅସୁରକ୍ଷିତ ମୁକୁଳା ପାଣିଟାଙ୍କି । ଅନ୍ୟପକ୍ଷରେ ପାଣିକୁ ବିଶୋଧନ ପ୍ରକ୍ରିୟା ପାଇଁ ଯନ୍ତ୍ର ବସାଯାଇ ଥିଲେ ମଧ୍ୟ ତାହା ଦୀର୍ଘ ଦିନ ହେବ ଅଚଳ ହୋଇପଡିଛି । ଉକ୍ତ ପାଣି ଟାଙ୍କିରୁ ସିଧାସଳଖ ପାଟଣାଗଡ଼ ସହରକୁ ଜୋନ୍ ମଧ୍ୟରେ ବିଭକ୍ତ କରି ସହର ଗଡଭିତର, ଗଙ୍ଗାନଗର, କାଦୋପଡା, ବଡ଼ପଡା, ବାବାଜୀପଡା ହସ୍ପିଟାଲପଡ଼ା ଆଦି ପଡ଼ାକୁ ଗୋଳିଆ ପାଣି ଯୋଗାଉଥିବା ଅଭିଯୋଗ ହେଉଛି । ପିଏଚ୍‌ଡି କାର୍ଯ୍ୟାଳୟ ପରିସରରେ ଥିବା ପାଣି ସଂଗୃହିତ କୋଠା ଅପରିଷ୍କାର ଓ ଅସୁରକ୍ଷିତ, ଅଲିଆ ଆବର୍ଜନାରେ ପରିପୂର୍ଣ୍ଣ ହୋଇଛି ।

ମଶା, ମାଛି, ସରୀସୃପ, ବିଶାକ୍ତ ସାପ ପଡ଼ି ମରିଯିବା ସହ ଆଜ୍‌ବେଷ୍ଟର ମଧ୍ୟ କଲଙ୍କି ଲାଗି ମୁକୁଳା ହୋଇପଡିଛି । ଯାହାର ପାଣି ବ୍ୟବହାର କରିବା ଫଳରେ ବିଭିନ୍ନ ରୋଗରେ ଆକ୍ରାନ୍ତ ହେବାର ସମ୍ଭାବନାକୁ ଏଡାଇ ଦିଆଯାଇ ନ ପାରେ । ପାଟଣାଗଡ଼ ସହରବାସୀଙ୍କ ପାଇଁ ବସାଯାଇ ଥିବା କୋଟି କୋଟିର ପାଣି ବିଶୋଧନ ମେସିନ୍‌ ଏବେ ଖତଖାଉଛି । ଏଥିପ୍ରତି ଜିଲ୍ଲାପାଳ ଦୃଷ୍ଟି ଦେବାକୁ ସାଧାରଣରେ ଦାବୀ ହେଉଛି ।

Leave A Reply

Your email address will not be published.