ଫାଟିଲା ପାଣି ପାଇପ : ଦୁଷିତ ପାଣି ପିଉଛନ୍ତି ଗ୍ରାମବାସୀ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ଷ୍ଟେସନ ବଜାରଠାରୁ ମାତ୍ର ୨୦୦ ମିଟର ଦୂର ଡେଲାଙ୍ଗ – ବ୍ରହ୍ମଗିରି ରାସ୍ତା ମଝିରେ ପାଣି ପାଇପ ଫାଟିଯିବାରୁ ରାସ୍ତାଉପରେ ପାଣି ଜମିବାରୁ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଅନ୍ୟପଟେ ପାନୀୟଜଳ ପାଇବା ପାଇଁ ଲୋକେମାନେ ଡହଳ ବିକଳ ହେଉଥିବା ବେଳେ ରାସ୍ତା ମଝିରେ ପାଣିର ଲହଡି ମାରୁଛି । ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ଏହି ପାଣି ଲାଇନର ପାଣିକୁ ୬ ଖଣ୍ଡ ଗ୍ରାମର ଲୋକେ ପାନୀୟ ଜଳ ବ୍ୟବହାର କରନ୍ତି । ରାସ୍ତା ମଝିରେ ପାଣି ପାଇପ ଫାଟି ପାଣି ବାହାରୁଥିବାରୁ ସେଇ ଫାଟ ଦେଇ ଦୁଷିତ ପାଣି ପାଇପ ଭିତରକୁ ପ୍ରବେଶ କରୁଛି । ଏହି ଘଟଣା ସମ୍ପର୍କରେ ସ୍ଥାନୀୟ ଲୋକେ ବାରମ୍ବାର ବିଭାଗୀୟ ଅଧିକାରୀଙ୍କୁ ଅଭିଯୋଗ କଲେ ମଧ୍ୟ କିଛି ସୁଫଳ ମିଳିନାହିଁ । ଦୁଷିତ ପାଣି ପାଇଁ ମହାମାରୀ ପରି ରୋଗ ବ୍ୟାପିବାର ସମ୍ଭାବନା ରହିଛି । ଏହି ଘଟଣାକୁ ସ୍ଥାନୀୟ ବିଧାୟକ ଓ ବ୍ଲକ ପ୍ରଶାସନ ଦୃଷ୍ଟି ଦେବା ସହ ସମସ୍ୟାର ସମାଧାନ ପାଇଁ ସ୍ଥାନୀୟବାସୀ ନିବେଦନ କରିଛନ୍ତି ।

Leave A Reply

Your email address will not be published.

error: Content is protected !!