oom

ପେନାକାଡୁ ଗାଁର ସମସ୍ୟାକୁ ନେଇ ଅଭିଯୋଗ : ପ୍ରଶାସନର ଦୃଷ୍ଟି ପଡ଼ିବ କେବେ

jsmm

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ଭାତର ସ୍ଵାଧୀନ ହେବା ୭୭ ବର୍ଷ ବିତିଯାଇଥିଲେ ମଧ୍ୟ ମୈଳିକ ସୁବିଧାରୁ ବଞ୍ଚିତ ରହିଛନ୍ତି ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁର ବ୍ଲକ ବୁଡିବାଲି ଗ୍ରାମ ପଞ୍ଚାୟତର ପେନାକାଡୁ ଗାଁର ଗ୍ରାମବାସୀ । ଏପର୍ଯ୍ୟନ୍ତ ଗାଁରେ ଗୋଟିଏ ଆବାସ ଗୃହ ମଧ୍ୟ ପହଞ୍ଚି ପାରିନାହିିଁ । ଝାଟିମାଟି କୁଡ଼ିଆରେ ଘରେ ବସବାସ କରି ବର୍ଷ ବର୍ଷ ଧରି ସପରିବାର ସହିତ ବହୁ କଷ୍ଟରେ ଜୀବନ ବିତାଉଛନ୍ତି ଗ୍ରାମବାସୀ । ଜଙ୍ଗଲ ଜାତ ଦ୍ରବ୍ୟ ଯଥା କାଠ, ଶୁଆଁ, ମାଣ୍ଡିଆ, ମକା, କାନ୍ଧୁଳ ଓ ଡଙ୍ଗର ଜାତୀୟ ଫସଲ ଚାଷକୁ ନିର୍ଭର କରି ଜୀବନ କାଟୁଛନ୍ତି । ଏଭଳି ଅନେକ ସମସ୍ୟା ରହିଥିବା ମଧ୍ୟରୁ ମୁଖ୍ୟ ସମସ୍ୟା ହେଉଛି ସ୍ୱଚ୍ଛ ପାନୀୟ ଜଳ । ଏହି ଗାଁରେ ସ୍ୱଚ୍ଛ ପାନୀୟ ଜଳର ସୁବିଧା ନାହିଁ ଯାହାଫଳରେ ରୋଗ ବେମାର ହେବାର ଆଶଙ୍କା ରହିଛି । ନଳକୂପ ଅଛି କିନ୍ତୁ ତାହା ଅଚଳ ଅବସ୍ଥାରେ ପଡ଼ି ରହିଛି ଥିବା ବେଳେ ମରାମତି ମଧ୍ୟ ହୋଇପାରୁନାହିିଁ । ତେଣୁ ଗ୍ରାମବାସୀଙ୍କ ପାଇଁ ସାହାରା ପାଲଟିଛି ଗାଁ ଠାରୁ ପ୍ରାୟ ୩୦୦ ମିଟର ଦୂରରେ ଥିବା ବିଲ ପାଣି । ବର୍ଷା ଋତୁରେ ଗାଁର ଅଳିଆ ଆବର୍ଜନା ସହ କାଦୁଅ ପାଣି ସେହି ବିଲରେ ମିଶିଥାଏ । ସେହି ପାଣିକୁ ବ୍ୟବହାର କରି ଜୀବନ କାଟନ୍ତି ପେନାକାଡୁ ଗାଁରେ ଥିବା ପ୍ରାୟ ୪୨ ପରିବାର । ଡଙ୍ଗର ଅଞ୍ଚଳ ବୋଲି କୌଣସି ପ୍ରଶାସନ ଅଧିକାରୀ ପରିଦର୍ଶନ ପାଇଁ ଯାଉ ନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ ଏବଂ ଏହି ଗାଁ ପ୍ରତି ପ୍ରଶାସନ ଦୃଷ୍ଟି ନଦେବାରୁ ନା ଅଛି ଆବାସ ଗୃହ ନା ହେଉଛି ହିତାଧିକାରୀଙ୍କ ଚୟନ ବୋଲି କହିଛନ୍ତି ଗ୍ରାମବାସୀ । ତେବେ ଦେଖିବାକୁ ରହିଲା ଯେ, ଏହି ଗାଁକୁ ଜିଲ୍ଲା ପ୍ରଶାସନ ଓ ବ୍ଲକ ପ୍ରଶାସନ କେବେ ଦୃଷ୍ଟି ଦେଉଛନ୍ତି ।

jittmm
Leave A Reply

Your email address will not be published.