ଗାଁ ପାଖରେ ପଥର ଖୋଦାନ ଯୋଗୁଁ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ

ତୁରେକେଲା, (କୈଳାଶ ସଗ୍ରିଆ) : କନ୍ଦେଇ ଗ୍ରା.ପ. ଅନ୍ତର୍ଗତ ଟିକ୍ରାପଡା ଗାଁ ପାଖରେ ଏକ ପଥର ଖୋଦାନ ଖୋଳା ଯାଉଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ସେମାନେ କହିଛନ୍ତି ଯେ, ଏହା ଗାଁ ପାଖ, ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ର ସମ୍ମୁଖରେ ହେଉଥିବାରୁ ପଥର ବ୍ଲାଷ୍ଟିଙ୍ଗ କରାଗଲେ ସ୍କୁଲ ଓ ଅଙ୍ଗନବାଡ଼ି ଛାତ୍ରଛାତ୍ରୀମାନଙ୍କୁ ଏବଂ ଗ୍ରାମବାସୀଙ୍କୁ ବିପଦ ହେବା ଆଶଙ୍କା ରହିଛି । ପଥର ଗୁଣ୍ଡ ଜମିରେ ପଡ଼ିଲେ ଫସଲ ନଷ୍ଟ ହେବାର ଆଶଙ୍କା ରହିଛି । ଗାଁ ପାଖରେ ଥିବା ହେତୁ ପଥର ଗୁଣ୍ଡ ଉଡ଼ିବା ଦ୍ଵାରା ଜନସାଧାରଣ ରୋଗାକ୍ରାଂତ ହେବେ । ଏଥି ଯୋଗୁ ଅମିଲ ପୁଟେଲ, ସରପଞ୍ଚ ପୂର୍ଣ୍ଣିମା ମାଝି ଓ ଏସଏଚଜି ଗୋଷ୍ଠୀ ଏବଂ ଗ୍ରାମବାସୀ ତହସିଲଦାର କଣ୍ଟାବାଞ୍ଜି, ଜିଲ୍ଲାପାଳ ବଲାଙ୍ଗିର ଏବଂ ରିଜିଓନାଲ କାର୍ୟ୍ୟାଳୟ, ସମ୍ବଲପୁର ପଥର ଖୋଦାନ ହଟାଯିବାକୁ ଦାବୀ ପତ୍ର ଦିଆଯାଇଥିଲେ ସୁଦ୍ଧା ଏ ପର୍ୟ୍ୟନ୍ତ ତାହାର ଉତ୍ତର ଆସିନାହିଁ ଏବଂ ଏଥିପ୍ରତି ପ୍ରଶାସନ ତୁରନ୍ତ ପଦକ୍ଷେପ ନେବାକୁ ଗ୍ରାମବାସୀ ଦାବୀ କରିଛନ୍ତି ।

Leave A Reply

Your email address will not be published.