oum

ଏନ୍‌.ଏମ୍‌.ଏମ୍‌.ଏସ୍‌ ଓ ଏନ୍‌.ଟି.ଏସ୍‌ ପରୀକ୍ଷା ସମ୍ପନ୍ନ

jsm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଏନ୍‌.ଏମ୍‌.ଏମ୍‌.ଏସ୍‌ ଓ ଏନ୍‌.ଟି.ଏସ୍‌ ପରୀକ୍ଷା-୨୦୨୦ ରବିବାର ଅନୁଷ୍ଠିତ ହୋଇଯାଇଛି । ବଲାଙ୍ଗିର ଜିଲ୍ଲାରେ ଏନ୍‌.ଏମ୍‌.ଏମ୍‌.ଏସ୍‌ ପରୀକ୍ଷା ୩ଟି କେନ୍ଦ୍ର ଯଥା- ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ବଲାଙ୍ଗିର କେନ୍ଦ୍ରରେ ୨୫୫ ଜଣ, ସରକାରୀ ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟ, ବଲାଙ୍ଗିର କେନ୍ଦ୍ରରେ ୧୪୦ ଜଣ ଓ ସରକାରୀ ଟାଉନ ଉଚ୍ଚ ବିଦ୍ୟାଳୟ,ବଲାଙ୍ଗିର କେନ୍ଦ୍ରରେ ୧୬୦ ଜଣ ଏହିପରି ସମୁଦାୟ ୫୫୫ ଜଣ ଏନ୍‌.ଏମ୍‌.ଏମ୍‌.ଏସ୍‌ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ । ସେହିପରି ଏନ୍‌.ଟି.ଏସ୍‌ ପରୀକ୍ଷା ୨ଟି କେନ୍ଦ୍ର ଯଥା- ପୃଥ୍ୱୀରାଜ ଉଚ୍ଚ ବିଦ୍ୟାଳୟ, ବଲାଙ୍ଗିର କେନ୍ଦ୍ରରେ ୨୮୭ ଜଣ ଓ ପି.ପି.ଏକାଡେମୀ, ବଲାଙ୍ଗିର କେନ୍ଦ୍ରରେ ୧୭୯ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ । ଏହିପରି ସମୁଦାୟ ୪୬୬ ଜଣ ପରୀକ୍ଷାର୍ଥୀ ଏନ୍‌.ଟି.ଏସ୍‌ ପରୀକ୍ଷା ଦେଇଥିଲେ । ପରୀକ୍ଷା କେନ୍ଦ୍ର ଗୁଡିକରେ ପ୍ରଧାନ ଶିକ୍ଷୟିତ୍ରୀ ଭାରତୀ ନନ୍ଦ, ତପସ୍ୱିନୀ ମହାପାତ୍ର, କୁମୁଦିନୀ ମିଶ୍ର, ସନ୍ତେଷିନୀ ସେଠୀ ଓ ପ୍ରଧାନ ଶିକ୍ଷକ ଶିନୁ ସୁନ୍ଦର ପାଢୀ ପରୀକ୍ଷା ପରିଚାଳନା କରିଥିଲେ । ଜିଲ୍ଲା ଶିକ୍ଷା ଅଧିକାରୀ ଧୃବ ଚରଣ ବେହେରା ଓ ଜିଲ୍ଲା ବିଜ୍ଞାନ ତତ୍ତ୍ୱାବଧାରକ ନିଳମଣୀ ପଟେଲ ଉକ୍ତ ପରୀକ୍ଷା କେନ୍ଦ୍ର ଗୁଡିକୁ ପରିଦର୍ଶନ କରିଥିଲେ ।

Leave A Reply

Your email address will not be published.