ପୂର୍ବତନ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ମୁରିବାହାଲ ବ୍ଲକର ବିଭିନ୍ନ ଦୁର୍ଗା ମଣ୍ଡପ ପରିଦର୍ଶନ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜିର ପୂର୍ବତନ ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ସନ୍ତୋଷ ସିଂ ସାଲୁଜା ଶନିବାର ଦିନ ମୁରିବାହାଲ ବ୍ଲକ ଅଞ୍ଚଳର ସମସ୍ତ ଦୁର୍ଗା ମଣ୍ଡପଗୁଡ଼ିକୁ ବୁଲି ଜଗତ ଜନନୀ ମାଁ ଦୁର୍ଗାଙ୍କ ଆଶୀର୍ବାଦ ଲାଭ କରିଥିଲେ । ସେ ଶନିବାର ବ୍ଲକର ହଳଦୀ, ତେନ୍ତୁଳିଖୁଣ୍ଟି, ବଡ‌ଉଡାର, ଲେବଡା ଓ ଗୋଇମୁଣ୍ଡ ଦୁର୍ଗା ମଣ୍ଡପ ଦର୍ଶନ କରିଥିବାବେଳେ ପୂର୍ବଦିନ ବ୍ଲକର ଚାନୁଟମାଲ, ଗୁଡିଘାଟ, ଚଲକି, ମୁରିବାହାଲ, ଯାମୁଟ‌ ଓ ସାରସପଡା ଆଦି ଦୁର୍ଗାମେଢ଼ ବୁଲି ଆୟୋଜକ ଅନୁଷ୍ଠାନର କର୍ମକର୍ତ୍ତା ଓ ଗ୍ରାମବାସୀଙ୍କ ସହ ବିଭିନ୍ନ ବିଷୟରେ ଆଲୋଚନା ସହ ଏହି ସମସ୍ୟାର ସମାଧାନ କରିବା ପାଇଁ ବିସ୍ତୃତ ଆଲୋଚନା କରିଥିଲେ । ଶ୍ରୀ ସାଲୁଜାଙ୍କ ସାଙ୍ଗରେ ମୁରିବାହାଲ ବ୍ଲକର ବରିଷ୍ଠ କଂଗ୍ରେସ ନେତା ବିଭୀଷଣ ମହାନନ୍ଦ, ଗିରିଧାରୀ ସାହୁ, ଯଦୁପତି ଅଗସ୍ତି, ପୂର୍ବତନ ସରପଞ୍ଚ ତପି ସାହୁ, ଉମେଶ ସିଂ ବର୍ମା, ପୂର୍ବତନ ସରପଞ୍ଚ ତେଜରାଜ ଲୁହା, ଯଦୁ ତାଣ୍ଡି, ଖଡଗଧର ମହାନନ୍ଦ, କହ୍ନେୟା ମହାନନ୍ଦ ତଥା ବହୁ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.