ଛତ୍ରପୁର ବିଦ୍ୟୁତ ବିଭାଗୀୟ ବିଶ୍ୱକର୍ମା ପୂଜା ପରିଦର୍ଶନରେ ବିଧାୟକ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ଉପଖଣ୍ଡ ବିଦ୍ୟୁତ୍ ବିଭାଗୀୟ କାର୍ଯ୍ୟାଳୟର ପୂଜା ମଣ୍ଡପରେ ଆୟୋଜିତ ବିଶ୍ୱକର୍ମା ପୂଜା ସମ୍ଭାରର ୪ର୍ଥ ଦିବସର ସନ୍ଧ୍ୟାରେ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ ଯୋଗଦେଇ ଠାକୁରଙ୍କ ବିଭୂକୃପା ଲାଭ କରିଥିଲେ । ବିଧାୟକ ତାଙ୍କରି ସହଚରୀଙ୍କ ସହଯୋଗରେ ଗୁରୁବାର ସଂଧ୍ୟାରେ ଆସି ଆୟୋଜକ ପୂଜା କମିଟିର କର୍ମକର୍ତ୍ତାଙ୍କୁ ସାଧୁବାଦ ଜଣାଇଥିଲେ । ବିଦ୍ୟୁତ୍ ବିଭାଗୀୟ ଉପଖଣ୍ଡ ଅଧିକାରୀ ହୃଷିକେଶ ପଟ୍ଟନାୟକ, କନିଷ୍ଠ ଯନ୍ତ୍ରୀ ଉମାକାନ୍ତ ଦାଶ ପ୍ରମୁଖ ଭବ୍ୟ ପୂଜା ପାର୍ବଣ ଆସରରେ ଯୋଗଦେଇ ଥିବା ଅତିଥି ବୃନ୍ଦଙ୍କୁ ଆତିଥ୍ୟ ସତ୍କାର ପ୍ରଦାନ କରିଥିବା ନେଇ ବିଧାୟକ ଖୁସି ବ୍ୟକ୍ତ କରିଥିଲେ । ବିଧାୟକ କୃଷ୍ଣଚନ୍ଦ୍ର ନାୟକ ବିଦ୍ୟୁତ ବିଭାଗୀୟ ସମସ୍ୟା ସମ୍ପର୍କରେ ମଧ୍ୟ ଅବଗତ ହୋଇଥିଲେ ।

Leave A Reply

Your email address will not be published.