ରୋଲର ଚାପାରେ ଜଣେ ପରିବା ବିକାଳୀ ମହିଳାଙ୍କ ମୃତ୍ୟୁ

କଣ୍ଟାବାଞ୍ଜି, (ଗୁରୁ ଦୟାଲ ହଂସ) : କଣ୍ଟାବାଞ୍ଜି ସହର ସତନାମିପଡାର ଜଣେ ପରିବା ବିକାଳୀ ମହିଳାଙ୍କ ରୋଲର ଚାପାରେ ମୃତ୍ୟୁ ଘଟିଛି । ମିଳିଥିବା ସୂଚନା ଅନୁସାରେ ସତନାମିପଡ଼ାର ବଜାର ବଜାର ଯାଇ ପରିବା ବିକି ପରିବାର ଭରଣ ପୋଷଣ କରି ଚଳୁଥିବା ମହିଳା ଗୀତା ସତନାମୀ କଣ୍ଟାବାଞ୍ଜି ଶୁକ୍ରବାର ସାପ୍ତାହିକ ବଜାର ସାରି ଅପରାହ୍ନରେ ଘରକୁ ଫେରୁଥିଲ । ଫେରିବା ବେଳେ ବଙ୍ଗୋମୁଣ୍ଡା ରେଳ ଫାଟକ ଗଡାଣିରେ ମହିଳାଙ୍କ ଉପରେ ରୋଲର୍ ମାଡିଯିବାରୁ ଘଣାସ୍ଥଳରେ ହିଁ ତାଙ୍କ ମୃତ୍ୟୁ ଘଟିଛି । ଏହାପରେ ଘଟଣା ସ୍ଥଲରେ ଚାପା ଉତ୍ତେଜନା ହେବାରୁ ପୁଲିସ୍ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିଥିଲେ । କଣ୍ଟାବାଞ୍ଜି ପୋଲିସ ଉପଖଣ୍ଡ ଅଧିକାରୀ ଗୌରାଙ୍ଗ ଚରଣ ସାହୁ ଥାନାଧିକାରୀ ରଶ୍ମିତା ବେହେରା ଏକ ମାମଲା ରୁଜୁ କରି ଅଧିକ ଅନୁସଂଧାନ କରୁଥିବା ଜଣାପଡିଛି ।

Leave A Reply

Your email address will not be published.