ଭୁବନେଶ୍ୱର : ଆସନ୍ତା ୨୦ରୁ ୨୪ ତାରିଖ ପର୍ୟ୍ୟନ୍ତ ବିଜେପିର ମହା ପଦଯାତ୍ରା ହେବ । ପରୀ ମୃତ୍ୟୁ ମାମଲାକୁ ଗୁରୁତ୍ୱର ସହ ନେଇଛି ବିଜେପି । ପରୀକୁ ନ୍ୟାୟ ନମିଳିବା ଯାଏଁ ବିଜେପିର ଲଢେଇ ଜାରି ରହିବ । ପରୀ ପାଇଁ ମହାପଦଯାତ୍ରା କରିବ ବୋଲି ଭାରତୀୟ ଜନତା ପାର୍ଟି ପକ୍ଷରୁ କୁହାଯାଇଛି । ଆସନ୍ତା ୨୦ରୁ ୨୪ ତାରିଖ ଯାଏଁ ଭୁବନେଶ୍ୱରରୁ ପରୀର ଗାଁ ଯଦୁପୁରକୁ ପଦଯାତ୍ରା ଯିବ ବୋଲି ବିଜେପି ରାଜ୍ୟ ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ।
Next Post