ପୂର୍ବତନ ବରିଷ୍ଠ କୃଷି ଅଧିକାରୀ ଜଗବନ୍ଧୁ ଖମାରୀ ଶର୍ମାଙ୍କ ପରଲୋକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହର ବିଶିଷ୍ଟ ବ୍ୟକ୍ତି ତଥା ବରଗଡ଼ ଜିଲ୍ଲା ପୂର୍ବତନ କୃଷି ଅଧିକାରୀ ଜଗବନ୍ଧୁ ଖମାରୀ ଶର୍ମା(୯୩)ଙ୍କ ସୋମବାର ମଧ୍ୟାହ୍ନ ୧ଟା ୩୫ ମିନିଟ୍‌ରେ ପରଲୋକ ହୋଇଯାଇଛି । ୧୯୩୨ରେ ବଲାଙ୍ଗିର ଜିଲ୍ଲା ସଦର ବ୍ଲକ ଚନ୍ଦନଭାଟିରେ ଜନ୍ମିତ ଜଗବନ୍ଧୁ ପିଲା ଦିନରୁ ଜଣେ ମେଧାବୀ ଛାତ୍ର ଭାବେ ଜଣାଶୁଣା ଥିଲେ । ନିଜ ଚାକିରୀ ଜୀବନକାଳରେ ଦକ୍ଷ ଓ ସଚ୍ଚୋଟ ଅଧିକାରୀ ଭାବେ ଅନେକ କାର୍ୟ୍ୟ କରିଯାଇଛନ୍ତି । ବରଗଡ ଜିଲ୍ଲା ଗାଇସିଲଟ ବ୍ଲକର ବିଡ଼ିଓ ଭାବେ ତାଙ୍କ ଦକ୍ଷତାର ପରିଚୟ ଦେଇଥିଲେ । ପାଟଣାଗଡ଼ ରମାଇ ହାଇସ୍କୁଲରୁ ୧୯୪୮ରେ ମାଟ୍ରିକ୍‌ ପାସ୍ କରିଥିଲେ । ପରେ ୧୯୪୯ରୁ ୧୯୫୩ ପର୍ୟ୍ୟନ୍ତ ଆଗ୍ରା ବଳବନ୍ତ ରାଜପୁତ କଲେଜରୁ କୃଷିରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ । ସୋମବାର ଭୁବନେଶ୍ୱରର ଏକ ଘରୋଇ ଡ଼ାକ୍ତରଖାନାରେ ଚିକିତ୍ସିତ ଅବସ୍ଥାରେ ଜଗବନ୍ଧୁ ଖମାରୀ ଶର୍ମାଙ୍କ ପରଲୋକ ହୋଇଯାଇଛି । ଜଗବନ୍ଧୁଙ୍କ ମୃତ୍ୟୁ ପରେ ସ୍ତ୍ରୀ ହେମଲତା, ୪ ପୁଅ ନଚିକେତା, ଜଟାଧାରୀ, ରାମଗୋପାଳ, ଦେବବ୍ରତ, ଝିଅ ଆରତି, ମିନତୀ, ଜ୍ୱାଇଁ ଓ ୧୦ ନାତିନାତୁଣୀଙ୍କୁ ଛାଡିଯାଇଛନ୍ତି । ସ୍ଵର୍ଗତ ଜଗବନ୍ଧୁ ହେଉଛନ୍ତି ସ୍ଵର୍ଗତ ସାମ୍ବାଦିକ ଗୌରବ ଶିବ ପ୍ରସାଦ ପାଣ୍ଡିଆଙ୍କ ଊଉଣୀ ଜ୍ୱାଇଁ । ଆଜି ରାତି ୧୦ଟାରେ ବିଭୁତିପଡା ଶ୍ମଶାନରେ ସ୍ୱର୍ଗତ ଜଗବନ୍ଧୁଙ୍କ ଅନ୍ତିମ ସଂସ୍କାର ହେବ । ବଡ଼ପୁଅ ନଚିକେତା ମୁଖାଗ୍ନୀ ଦେବେ ବୋଲି ପରିବାର ସୂତ୍ରରୁ ଜଣାପଡିଛି ।

Leave A Reply

Your email address will not be published.