ଧର୍ମପ୍ରାଣା ମହିଳା ଲକ୍ଷ୍ମୀପ୍ରିୟା ତ୍ରିପାଠୀଙ୍କ ପରଲୋକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଗାଇସିଲେଟ୍‌ ପଞ୍ଚାୟତ ସମିତି ମହା ବିଦ୍ୟାଳୟର ଅଧ୍ୟକ୍ଷ ଡ. ଜୟକେତନ ତ୍ରିପାଠୀଙ୍କ ଧର୍ମପତ୍ନୀ ଲକ୍ଷ୍ମୀପ୍ରିୟା ତ୍ରିପାଠୀ(୫୫) ରାୟପୁରରେ ଏକ ହସ୍ପିଟାଲ୍‌ରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଯାଇଛି । ୧୪ ତାରିଖ ସକାଳୁ ତାଙ୍କ ମର ଶରୀରକୁ ପଦ୍ମପୁର ସ୍ଥିତ ତାଙ୍କ ବାସଭବନକୁ ଅଣାଯାଇଥିଲା । ସେଠାରେ ତାଙ୍କର ଅନେକ ଶୁଭେଚ୍ଛୁ, ଆତ୍ମୀୟ ସ୍ୱଜନ ତାଙ୍କର ଅନ୍ତିମ ଦର୍ଶନ କରି ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ପରେ ତାଙ୍କ ଶ୍ୱଶୁରାଳୟ ଭେଲୁଆଁପଦର୍‌କୁ ନିଆଯାଇ ଏକ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରାଯିବା ପରେ ଅନ୍ତିମ ସଂସ୍କାର କରାଯାଇଥିଲା । ଗ୍ରାମର ନରନାରୀ ତାଙ୍କର ପ୍ରିୟ ବଧୂଙ୍କୁ ଶୋକୋଚ୍ଛ୍ୱାସ ପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ତାଙ୍କର ଜ୍ୟେଷ୍ଠ ପୁତ୍ର ଶାଶ୍ୱତ୍‌ ମୁଖାଗ୍ନି ଦେଇଥିଲେ । ସ୍ୱର୍ଗତା ତ୍ରିପାଠୀ ଥିଲେ ଜଣେ ଧର୍ମପ୍ରାଣା, ସମ୍ବେଦନଶୀଳା, ମେଳାପୀ ମହୀୟସୀ ମହିଳା । ତାଙ୍କ ଅକାଳ ବିୟୋଗ ଯୋଗୁଁ ପଦ୍ମପୁର ଓ ଗାଇସିଲେଟ୍‌ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ସେ ତାଙ୍କ ପରେ ସ୍ୱାମୀ ଜୟକେତନ ଏବଂ ପ୍ରିନ୍ସ ଓ ସ୍ୱପ୍ନିଲ୍‌ ପୁତ୍ରଦ୍ୱୟଙ୍କୁ ଛାଡ଼ି ଯାଇଛନ୍ତି ।

Leave A Reply

Your email address will not be published.