ଭାରତୀୟ ପାଣିପାଗ ବିଭାଗର ୧୫୦ତମ ପ୍ରତିଷ୍ଠା ଦିବସରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

  • ମିଶନ ମୌସମ ଅଭିଯାନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ
  • ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଆଇଏମଡି ଭିଜନ – ୨୦୪୭ ଉନ୍ମୋଚିତ
  • ବର୍ଷ ପୂର୍ତି ଉପଲକ୍ଷେ ପୋଷ୍ଟାଲ ଷ୍ଟାମ୍ପ ଓ କଏନର ପ୍ରଚଳନ
  • ଏହା କେବଳ ପାଣିପାଗ ବିଭାଗର ଯାତ୍ରା ନୁହେଁ, ବରଂ ଆଧୁନିକ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାର ଯାତ୍ରା : ପ୍ରଧାନମନ୍ତ୍ରୀ
  • ବିଜ୍ଞାନ ପ୍ରତିଷ୍ଠାନରେ ଗବେଷଣା ଓ ଆବିଷ୍କାର ନବ ଭାରତର ବୈଶିଷ୍ଟ୍ୟ : ଗତ ଦଶ ବର୍ଷ ଭିତରେ ଆଇଏମଡିର
  • ଭିତିଭୂମି ଓ ପ୍ରଯୁକ୍ତି ବିଦ୍ୟାରେ ଉଲ୍ଲେଖନୀୟ ଅଗ୍ରଗତି ଘଟିଛି : ପ୍ରଧାନମନ୍ତ୍ରୀ
  • କ୍ଲାଇମେଟ ସ୍ମାର୍ଟ ନେସନ ଗଢିବା ମିଶନ ମୌସମର ଲକ୍ଷ୍ୟ : ପ୍ରଧାନମନ୍ତ୍ରୀ
  • ପାଣିପାଗ ବିଭାଗର ଅଗ୍ରଗତି ପ୍ରାକୃତିକ ବିପର୍ୟ୍ୟୟ ମୁକାବିଲାକୁ ସଶକ୍ତ କରିଛି : ପ୍ରଧାନମନ୍ତ୍ରୀ
  • ନେପାଳ, ଭୂଟାନ, ବାଂଲାଦେଶ ଓ ଶ୍ରୀଲଙ୍କାକୁ ଫ୍ଲାସ ଫ୍ଲଡ ଗାଇଡାନ୍ସ ସିଷ୍ଟମ ଯୋଗେ ସୂଚନା ଦିଆଯାଉଛି : ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, (ପିଆଇବି) : ନୂଆଦିଲ୍ଲୀର ଭାରତ ମଣ୍ଡପମରେ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)ର ୧୫୦ତମ ପ୍ରତିଷ୍ଠା ଦିବସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଂଶଗ୍ରହଣ କରିଛନ୍ତି । ଉତ୍ସବରେ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ସମ୍ପୃକ୍ତ ବିଭାଗର ଦେଢ ଶହତମ ଯାତ୍ରା କେବଳ ବିଭାଗର ସଫଳ ଯାତ୍ରାକୁ ବଖାଣୁନାହିଁ ବରଂ ଏହା ଭାରତୀୟ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାର ସଫଳ ଗାଥା ପ୍ରକାଶ କରୁଛି । ଏତେ ଦିନ ଭିତରେ ଆଇଏମଡି ଲକ୍ଷ ଲକ୍ଷ ଭାରତୀୟଙ୍କ ସେବା କରିଆସିଛି ଓ ଏହା ବିଜ୍ଞାନର ଅଗ୍ରଗତିର ଏକ ପ୍ରତୀକ । ଆଇଏମଡିର ସଫଳତା ପାଇଁ ଏହି ଅବସରରେ ଏକ କଏନ ଓ ପୋଷ୍ଟାଲ ଷ୍ଟାମ୍ପ ଉନ୍ମୋଚିତ ହୋଇଥିବା ପ୍ରଧାନମନ୍ତ୍ରୀ କହିଛନ୍ତି । ୨୦୪୭ରେ ଭାରତର ଶହେତମ ବର୍ଷ ପୂର୍ତି ଉପଲକ୍ଷେ ଆଇଏମଡିର ଭବିଷ୍ୟତ ରୂପରେଖ ସମ୍ପର୍କରେ ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ । ଏହି ଅବସରରେ ସାରା ଦେଶର ନାଗରିକଙ୍କୁ ପ୍ରଧାନମନ୍ତ୍ରୀ ଅଭିବାଦନ ଜଣାଇଥିଲେ । ନିଜର ଦେଢ ଶହ ବର୍ଷର ଯାତ୍ରା ଲାଗି ଆଇଏମଡି ପକ୍ଷରୁ ଯୁବକମାନଙ୍କ ଲାଗି ଜାତୀୟ ପାଣିପାଗ ଅଲିମ୍ପିୟାଡର ଆୟୋଜନ କରାଯାଇଛି । ହଜାର ହଜାର ଛାତ୍ର ଏଥିରେ ଭାଗ ନେଇ ପାଣିପାଗ ବିଜ୍ଞାନ କ୍ଷେତ୍ରରେ ଅଧିକ ମନୋନିବେଶ କରିପାରିବେ ବୋଲି ମୋଦୀ କହିଛନ୍ତି । ଉତ୍ସବ ସ୍ଥଳୀରେ ଯୋଗଦେଇଥିବା ଛାତ୍ରଛାତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀ କଥା ହୋଇଥିଲେ । କାର୍ଯ୍ୟକ୍ରମରେ ଭାଗ ନେଇଥିବା ଯୁବକମାନଙ୍କୁ ସେ ସାଧୁବାଦ ଜଣାଇଥିଲେ । ମକର ସଂକ୍ରାନ୍ତି ପାଖାପାଖି ୧୫ ଜାନୁୟାରୀ ୧୮୫୭ ମସିହାରେ ଭାରତୀୟ ପାଣିପାଗ ବିଭାଗ ସ୍ଥାପିତ ହୋଇଥିଲା । ତେବେ ଆମେ ସମସ୍ତେ ମକର ସଂକ୍ରାନ୍ତିର ଗୁରୁତ୍ୱ ସମ୍ପର୍କରେ ଊଣା ଅଧିକେ ଅବଗତ ଅଛୁ ବୋଲି ମୋଦୀ କହିଥିଲେ । ଗୁଜରାଟରୁ ଆସିଥିବା କାରଣରୁ ଏହି ମକର ସଂକ୍ରାନ୍ତି ତାଙ୍କର ପ୍ରିୟ ପର୍ବ ବୋଲି ମୋଦୀ କହିଥିଲେ । ଏହି ସଂକ୍ରାନ୍ତିରେ କାପ୍ରିକନ ସୂର୍ଯ୍ୟ ମକର ରାଶିକୁ ପ୍ରବେଶ କରି ତାଙ୍କର ଉତରାୟନ ହୋଇଥାଏ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଉତର ଗୋଲାର୍ଦ୍ଧରେ ସୂର୍ଯ୍ୟଙ୍କ ତେଜ ବୃଦ୍ଧି କାରଣରୁ କୃଷି କାର୍ଯ୍ୟ ପାଇଁ ସଜବାଜ ଆରମ୍ଭ ହୁଏ । ସାରା ଦେଶରେ ବିଭିନ୍ନ ପ୍ରକାରର ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ମକର ସଂକ୍ରାନ୍ତି ପାଳନ କରାଯାଇଥାଏ । ଏହି ଅବସରରେ ପ୍ରଧାନମନ୍ତ୍ରୀ ଦେଶର ନାଗରିକମାନଙ୍କୁ ନିଜର ଶୁଭେଚ୍ଛା ଜ୍ଞାପନ କରିଛନ୍ତି । ଦେଶର ବିଜ୍ଞାନ ଭିତିକ ପ୍ରତିଷ୍ଠାନଗୁଡିକର ଅଗ୍ରଗତି ଏହାର ବିଜ୍ଞାନ ପ୍ରତି ରହିଥିବା ସଚେତନତାକୁ ସୂଚାଇଥାଏ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ନବ ଭାରତ ପାଇଁ ବିଜ୍ଞାନ ପ୍ରତିଷ୍ଠାନଗୁଡିକରେ ହେଉଥିବା ଗବେଷଣା ଓ ଆବିଷ୍କାର ଖୁବ ଯୁଗପୋଯୋଗୀ ବୋଲି ମୋଦୀ କହିଛନ୍ତି । ଗତ କିଛି ଦଶନ୍ଧି ଭିତରେ ଆଇଏମଡିର ଭିତିଭୂମି ଓ ପ୍ରଯୁକ୍ତି ବିଦ୍ୟାରେ ଆଖିଦୃଶିଆ ଅଗ୍ରଗତି ହୋଇଛି । ପରିମାର୍ଜିତ ଡପ୍ଲଲର ପାଣିପାଗ ରାଡାର, ସ୍ୱୟଂ ଚାଳିତ ପାଣିପାଗ ଷ୍ଟେସନ, ରନବେ ପାଣିପାଗ ନୀରିକ୍ଷଣ ଷ୍ଟେସନ, ଜିଲ୍ଲା ଭିତିକ ବୃଷ୍ଟିପାତ ନୀରିକ୍ଷଣ ଷ୍ଟେସନର ଅଭିବୃଦ୍ଧି ସମ୍ପୃକ୍ତ ବିଭାଗକୁ ସମୃଦ୍ଧ କରିଛି ବୋଲି ମୋଦୀ କହିଛନ୍ତି । ମହାକାଶ ଓ ପ୍ରଯୁକ୍ତି ବିଦ୍ୟା ଦ୍ୱାରା ପାଣିପାଗ ବିଭାଗକୁ ବିଶେଷ ସଫଳତା ମିଳିଥିବା ପ୍ରଧାନମନ୍ତ୍ରୀ କହିଛନ୍ତି । ଆଂଟର୍କାଟିକାରେ ମୈତ୍ରୀ ଓ ଭାରତୀ ନାଁରେ ଦୁଇଟି ପାଣିପାଗ ନୀରିକ୍ଷଣ କେନ୍ଦ୍ର ରହିଛି । ଗତବର୍ଷ ଆର୍କ ଓ ଅରୁଣିକାର ପ୍ରବେଶ ଘଟିଛି । ଭାରତର ମିଶନ ମୌସମ ଆରମ୍ଭ ହେବା ପରେ ଆମେ ଏକ କ୍ଲାଇମେଟ ସ୍ମାର୍ଟ ନେସନ ଭାବରେ ବିବେଚିତ ହୋଇଛୁ ବୋଲି ମୋଦୀ କହିଛନ୍ତି । ଉଚ୍ଚତର ସୋପାନକୁ ବିଜ୍ଞାନ ଉନ୍ନୀତ ହେବା ସହ ସାଧାରଣ ଲୋକର ଜୀବନ ଯାତ୍ରାକୁ ସହଜ କରିବା ଦିଗରେ ଏହା ବ୍ରତୀ ହେଉ ବୋଲି ପ୍ରଧାନମନ୍ତ୍ରୀ ଦୋହରାଇ ଥିଲେ । ସାରା ଦେଶର ୯୦ ଭାଗ ଲୋକଙ୍କୁ ପାଣିପାଗ ବିଭାଗର ଆଗୁଆ ସତର୍କତା ପହଂଚା ଯାଇପାରୁଛି । ଗତ ଦଶ ବର୍ଷ ଭିତରେ ଓ ଆଗ ଦଶ ବର୍ଷ ଭିତରେ ଯେକୌଣସି ପାଣିପାଗ ତଥ୍ୟ ଉପରେ ଏପରିକି ହ୍ୱାଟସ ଆପ ମାଧ୍ୟମରେ ସାଧାରଣ ଜନତା ଖବର ପାଇପାରୁଛନ୍ତି । ସବୁଭାଷାରେ ମେଘଦୂତ ମୋବାଇଲ ଆପ ମାଧ୍ୟମରେ ଲୋକେ ଖବର ବି ପାଇପାରୁଛନ୍ତି । ଦଶ ବର୍ଷ ତଳେ ମାତ୍ର ଦଶ ପ୍ରତିଶତ କୃଷକ ଓ ପଶୁ ପାଳକ ପାଣିପାଗ ସମ୍ପର୍କିତ ଖବର ଉପଯୋଗ କରିପାରୁଥିଲେ । ଏବେ ଏହାର ମାତ୍ରା ବୃଦ୍ଧି ପାଇ ପଚାଶ ପ୍ରତିଶତରେ ପହଂଚିଛି । ମୋବାଇଲରେ ଏବେ ଆଗୁଆ ବଜ୍ରପାତ ସୂଚନା ବି ଦିଆଯାଇପାରୁଛି । ପୂର୍ବରୁ ସାମୁଦ୍ରିକ ମତ୍ସ୍ୟଜୀବୀମାନେ ସମୁଦ୍ର ଗଲେ ଲକ୍ଷ ଲକ୍ଷ ପରିବାର ଚିନ୍ତାରେ ରହୁଥିଲେ । ହେଲେ ଏବେ ପାଣିପାଗ ବିଭାଗର ସହାୟତା କାରଣରୁ ଏମାନେ ସମୟୋପଯୋଗୀ ସୂଚନା ପାଇ ପାରୁଛନ୍ତି । କୃଷି ଓ ବ୍ଲୁ ଇକୋନମି କ୍ଷେତ୍ରକୁ ଏହା ଅଧିକ ନିରାପଦ ଓ ସ୍ଥାୟୀ କରିପାରିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା କ୍ଷେତ୍ରରେ ପାଣିପାଗ ବିଭାଗର ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ରହିଛି । ତେବେ ଆଗକୁ ଏପରି ବିପର୍ଯ୍ୟୟର ପ୍ରଭାବ ମାତ୍ରା କମାଇବା ଲାଗି ପାଣିପାଗ ବିଭାଗର ଦକ୍ଷତା ବୃଦ୍ଧି ହେବା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି । ଆଗରୁ ଅନତିକ୍ରମ୍ୟ ବୋଲି ବିବେଚିତ ହେଉଥିବା ଏଭଳି ବିପର୍ଯ୍ୟୟ ମୁକାବିଲା କରିବା କ୍ଷେତ୍ରରେ ଆମ ଦେଶ ଏବେ ସକ୍ଷମ ହୋଇପାରିଛି । ୧୯୯୮ର କୁଚ କାଣ୍ଡଲା ଝଡ, ୧୯୯୯ର ଓଡିଶା ମହାବାତ୍ୟାରେ ହଜାର ହଜାର ଲୋକ ମୃତ୍ୟୁମୁଖରେ ପଡିବା କଥାକୁ ମନେ ପାଇଥିଲେ ପ୍ରଧାନମନ୍ତ୍ରୀ । ଏହି କିଛି ବର୍ଷ ଭିତରେ ଘଟିଥିବା ଅନେକ ଛୋଟ ବଡ ଝଡରେ ଯେତେଦୂର ସମ୍ଭବ ପ୍ରାଣହାନି ରୋକିବା ଦିଗରେ ସଫଳତା ମିଳିଥିବା କଥା ପ୍ରଧାନମନ୍ତ୍ରୀ କହିଛନ୍ତି । ଏସବୁ ପଛରେ ଭାରତୀୟ ପାଣିପାଗ ବିଭାଗର ପ୍ରଚ୍ଛନ୍ନ ହାତ ରହିଛି ବୋଲି ମୋଦୀ କହିଛନ୍ତି । ବିଜ୍ଞାନ ଓ ସତର୍କତାମୂଳକ ପଦକ୍ଷେପ ଯୋଗୁଁ କୋଟି କୋଟି ଟଙ୍କାର ସମ୍ପତି କ୍ଷତିରୁ ବି ରକ୍ଷା କରି ହେଇଛି ବୋଲି ସେ ଉଲ୍ଲେଖ କରିଥିଲେ । ବିଜ୍ଞାନରେ ଅଗ୍ରଗତି ଓ ଏହାର ସମ୍ପୂର୍ଣ୍ଣ ଉପଯୋଗିତା ଦେଶକୁ ବିଶ୍ୱ ଦରବାରରେ ଏକ ସ୍ୱତନ୍ତ୍ର ପରିଚିତି ଦେଇଛି । ପାଣିପାଗ ବିଭାଗର ଅଗ୍ରଗତି ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା କ୍ଷେତ୍ରରେ ଦେଶର ଦକ୍ଷତା ବୃଦ୍ଧି କରିପାରିଛି । ନେପାଳ, ବାଂଲାଦେଶ, ଭୂଟାନ, ଶ୍ରୀଲଙ୍କାକୁ ଭାରତର ଫ୍ଲାସ ଫ୍ଲଡ ଗାଇଲାନ୍ସ ସିଷ୍ଟମ ଦ୍ୱାରା ସୂଚନା ଦିଆଯାଉଛି । ପ୍ରାକୃତିକ ବିପର୍ଯ୍ୟୟ କ୍ଷେତ୍ରରେ ଅନ୍ୟ ଦେଶକୁ ସାହାଯ୍ୟ କରି ଭାରତ ଏକ ବିଶ୍ୱବନ୍ଧୁ ରାଷ୍ଟ୍ର ଭାବରେ ପରିଗଣିତ ହୋଇଛି । ଏହି ସଫଳତା ପଛରେ ଭାରତୀୟ ପାଣିପାଗ ବିଭାଗର ବୈଜ୍ଞାନିକମାନଙ୍କ ଅବଦାନ ରହିଥିବା ପ୍ରଧାନମନ୍ତ୍ରୀ କହିଛନ୍ତି । ମଣିଷର ଉଦବର୍ତନ କ୍ଷେତ୍ରରେ ପାଣିପାଗ ଆକଳନ ଓ ଏହାର ପ୍ରଭାବର ଏକ ପ୍ରମୁଖ ଭୂମିକା ରହିଛି । ବେଦ, ସଂହିତା, ସୂର୍ଯ୍ୟ ସିଦ୍ଧାନ୍ତ, ତାମିଲନାଡୁର ସଙ୍ଗମ ସାହିତ୍ୟ, ଉତର ଭାରତର ଘଗ ବାଦାରୀ ଲୋକକଥାରେ ପାଣିପାଗ ସମ୍ପର୍କରେ ଜାଣିବା ପାଇଁ ବହୁ ଉପାଦେୟ କଥା ଉଲ୍ଲିଖିତ ରହିଛି । ପାଣିପାଗ ବିଜ୍ଞାନ ଏକ ଅଲଗା କଥା ନୁହେଁ ବରଂ ମହାଜାଗତିକ ଗଣନା, ପାଣିପାଗ ଅନୁଧ୍ୟାନ, ପଶୁର ବ୍ୟବହାର, ସାମାଜିକ ଅନୁଭୂତି ସହ ଏହା ଅଙ୍ଗାଙ୍ଗୀ ଭାବେ ଜଡିତ । କୃଷି ପରାଶର, ବୃହତ ସଂହିତା ପରି ପୁସ୍ତକରେ ବାଦଲର ପ୍ରକାର ଭେଦ ଓ ସୃଷ୍ଟି ଏବଂ ବିଭିନ୍ନ ଗ୍ରହର ଜ୍ୟାମିତିକ ଗତିବିଧି ସମ୍ପର୍କରେ ଅବତାରଣା ରହିଛି । ବିଭିନ୍ନ ହେମିସ୍ପିୟରର ଚାପ ଓ ତାପ ବାଦଲର ରୂପରେଖ ସ୍ଥିର କରି ବୃଷ୍ଟିପାତକୁ ନିୟନ୍ତ୍ରିତ କରିଥାଏ ବୋଲି କୃଷି ପରାଶରରେ ଉଲ୍ଲେଖ ରହିଥିବା କଥା ମୋଦୀ କହିଛନ୍ତି । ବିନା ଆଧୁନିକ ଯନ୍ତ୍ରପାତିରେ ପ୍ରାଚୀନ କାଳର ଗବେଷକମାନଙ୍କ ପାଣିପାଗର ପୂର୍ବାନୁମାନ ସେମାନଙ୍କର ଗଭୀର ଜ୍ଞାନ ଓ ପାଣ୍ଡିତ୍ୟକୁ ସୂଚାଏ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । କିଛି ବର୍ଷ ତଳେ ଗୁଜରାଟ ନାବିକମାନଙ୍କ ଶତାବ୍ଦୀ ପୁରୁଣା ସାମୁଦ୍ରିକ ଜ୍ଞାନ ଉପରେ ଆଧାରିତ ତାଙ୍କ ଦ୍ୱାରା ଉନ୍ମୋଚିତ ପ୍ରି-ମଡର୍ଣ୍ଣ କୁଚି ନାଭିଗେସନ ଟେକ୍ନିକସ ଓ ଭଏଜେସ ପୁସ୍ତକ କଥା ବି ସେ କହିଛନ୍ତି । ପ୍ରକୃତି ଓ ପଶୁର ବ୍ୟବହାର ସମ୍ପର୍କରେ ଭାରତର ଆଦିବାସୀ ସମ୍ପ୍ରଦାୟର ଜ୍ଞାନର ସ୍ୱର୍ଣ୍ଣିମ ଐତିହ୍ୟ ରହିଥିବା ପ୍ରଧାନମନ୍ତ୍ରୀ କହିଛନ୍ତି । ଏବେକାର ଆଧୁନିକ ବିଜ୍ଞାନ ଏହା ସମ୍ପର୍କରେ ଅଧିକା ଗବେଷଣା କରିବା ଉଚିତ ବୋଲି ମୋଦୀ କହିଛନ୍ତି । ପାଣିପାଗ ବିଜ୍ଞାନର ସଠିକ ଆକଳନ ଫଳରେ ଏହାର ଗୁରୁତ୍ୱ ବଢିଛି । ବିଭିନ୍ନ ସେକ୍ଟର, ଶିଳ୍ପ ଓ ପ୍ରତିଦିନ ଜୀବନ ଚର୍ଯ୍ୟାରେ ଏପ୍ରକାର ଡାଟା ବା ତଥ୍ୟ ପାଇବା ପାଇଁ ଚାହିଦା ବୃଦ୍ଧି ପାଇବ । ଭୂମିକମ୍ପ ପରି ପ୍ରାକୃତିକ ବିପର୍ଯ୍ୟୟ ସମେତ ଅନ୍ୟାନ୍ୟ ବିପର୍ଯ୍ୟୟ ଉପରେ ଆଗୁଆ ସୂଚନା ପାଇବା ଦିଗରେ ବି କାର୍ଯ୍ୟ କରାଯିବା ଉଚିତ ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି । ବୈଜ୍ଞାନିକ, ଗବେଷକ, ଆଇଏମଡି ପରି ପ୍ରତିଷ୍ଠାନ ଏ ଦିଗରେ କାମ କରିବା ଉଚିତ ବୋଲି ସେ କହିଛନ୍ତି । ବୈଶ୍ୱିକ ସେବା ଓ ନିରାପତା ଦୃଷ୍ଟିରୁ ଭାରତ ଏ ଦିଗରେ କାମ କରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଦେଢ ଶହ ବର୍ଷର ଯାତ୍ରାରେ ସାମିଲ ହୋଇଥିବା ପାଣିପାଗ ବିଜ୍ଞାନୀ ଓ ଅନ୍ୟମାନଙ୍କୁ ଏହି ଅବସରରେ ଧନ୍ୟବାଦ ଦେଇଥିଲେ ପ୍ରଧାନମନ୍ତ୍ରୀ । ଏହି ଉତ୍ସବରେ ଅନ୍ୟ ପଦାଧିକାରୀଙ୍କ ସମେତ ଆର୍ଥ ସାଇନ୍ସର କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ) ଡ. ଜିତେନ୍ଦ୍ର ସିଂ, ପ୍ରଫେସର ସିଲେଷ୍ଟି ସାଉଲୋ, ବିଶ୍ୱ ପାଣିପାଗ ସଂଘ (ଡବ୍ଲୁଏମଓ)ର ସାଧାରଣ ସଚିବ ପ୍ରମୁଖ ଉପସ୍ଥିତ ଥିଲେ ।
ଇତିହାସ
ଦେଶକୁ ଏକ କ୍ଲାଇମେଟ ସ୍ମାର୍ଟ ନେସନ ଭାବେ ମିଶନ ମୌସମ ଅଭିଯାନ ଆରମ୍ଭ ହୋଇଛି । ପାଣିପାଗ ନୀରିକ୍ଷଣ ପ୍ରଯୁକ୍ତି ବିଦ୍ୟା ଓ ସିଷ୍ଟମ, ହାଇ ରିସଉଲେସନ ପରିବେଶ ନୀରିକ୍ଷଣ, ନେକ୍ସଟ ଜେନେରେସନ ରାଡାର ଓ ସ୍ୟାଟେଲାଇଟ, ଉଚ୍ଚକ୍ଷମତା ସମ୍ପନ୍ନ କମ୍ପ୍ୟୁଟର ପରି ବିଭିନ୍ନ ଜିନିଷରେ ବିକାଶ କରିବାକୁ ଏହି ଅଭିଯାନ ଲକ୍ଷ୍ୟ ରଖିଥିବା ପ୍ରଧାନମନ୍ତ୍ରୀ କହିଛନ୍ତି । ଜଳବାୟୁ ଓ ପାଣିପାଗ ବିଷୟରେ ରହିଥିବା ଧାରଣାକୁ ଏହି ଅଭିଯାନ ମାଧ୍ୟମରେ ପରିବର୍ଦ୍ଧିତ କରାଯିବାକୁ ବି ଲକ୍ଷ୍ୟ ରଖାଯାଇଛି । ଆଇଏମଡି ଭିଜନ – ୨୦୪୭ ଡକ୍ୟୁମେଂଟକୁ ପ୍ରଧାନମନ୍ତ୍ରୀ ଉନ୍ମୋଚିତ କରିଛନ୍ତି । ପାଣିପାଗର ପୂର୍ବାନୁମାନ, ଜଳବାୟୁ ପରିବର୍ତନ ଓ ପରିଚାଳନା କ୍ଷେତ୍ରରେ ଏହା କାମ କରିବ ବୋଲି ମୋଦୀ କହିଛନ୍ତି ।
ଇତିହାସ
ଭାରତକୁ ଏକ କ୍ଲାଇମେଟ ସ୍ମାର୍ଟ ନେସନ ଭାବେ ଗଢି ତୋଳିବା ପାଇଁ ମିଶନ ମୌସମ ଅଭିଯାନ ଆରମ୍ଭ କରାଯାଇଛି ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି । ପାଣିପାଗ ନୀରିକ୍ଷଣ ଜ୍ଞାନ କୌଶଳ, ହାଇ ରିସଉଲେସନ ପରିବେଶ ଅନୁଧ୍ୟାନ, ନେକ୍ସଟ ଜେନେରେସନ ରାଡାର ଓ ସ୍ୟାଟେଲାଇଟ ବୃଦ୍ଧି, ହାଇ ଫର୍ମରମାନ୍ସ କମ୍ୟୁଟର ବୃଦ୍ଧି ଏହି ଅଭିଯାନର ଲକ୍ଷ୍ୟ ରହିଥିବା ପ୍ରଧାନମନ୍ତ୍ରୀ ମୋଦୀ ସୂଚନା ଦେଇଛନ୍ତି । ଆଇଏମଡି ଭିଜନ – ୨୦୪୭ ଡକ୍ୟୁମେଂଟକୁ ଏହି ଅବସରରେ ପ୍ରଧାନମନ୍ତ୍ରୀ ଉନ୍ମୋଚନ କରିଛନ୍ତି । ପାଣିପାଗ ପୂର୍ବାନୁମାନ, ପରିଚାଳନା, ଜଳବାୟୁ ପରିବର୍ତ୍ତନ ପରି ବିଭିନ୍ନ କ୍ଷେତ୍ରରେ ଏହା କାମ କରିବ ବୋଲି କୁହାଯାଇଛି । ଆଇଏମଡିର ଦେଢ ଶହ ବର୍ଷ ପୂର୍ତି ଉପଲକ୍ଷେ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଓ କର୍ମଶାଳାର ଆୟୋଜନ କରାଯାଇଛି । ଏପରି କାର୍ଯ୍ୟକ୍ରମ ମାଧ୍ୟମରେ ପାଣିପାଗ ତଥା ଜଳବାୟୁ ସମ୍ପର୍କରେ ସୂଚନା ତଥା ସେବା ଯୋଗାଇବା ପାଇଁ ବିଭିନ୍ନ ସରକାରୀ ପ୍ରତିଷ୍ଠାନର ଉଲ୍ଲେଖନୀୟ ଭୂମିକା ରହିଥିବା କୁହାଯାଇଛି ।

Leave A Reply

Your email address will not be published.