ପାଣି ସମସ୍ୟାକୁ ନେଇ ଯନ୍ତ୍ରୀଙ୍କୁ ଘେରାଉ କଲେ ଗ୍ରାମବାସୀ

ସଇଁନ୍ତଲା, (ଅଜିତ କୁମାର ସାହୁ) : ରାଜ୍ୟ ଓ କେନ୍ଦ୍ର ସରକାର ଗ୍ରାମାଞ୍ଚଳରେ ଜଳ ଯୋଗାଣ ପାଇଁ ପ୍ରତ୍ୟେକ ବର୍ଷ କୋଟି କୋଟି ଟଙ୍କାର ବ୍ୟୟ କରୁଛନ୍ତି ହେଲେ ପ୍ରଶାସନ ଅବହେଳା ଯୋଗୁଁ ଲୋକେ ପାଣି ପାଇଁ ହାହାକାର ପରିସ୍ଥିତି ସୃଷ୍ଟି ହେଉଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି । ସୂଚନା ଅନୁସାରେ ମୁଣ୍ଡ ଉପରେ ଖରାମାଡ଼ ସାଙ୍ଗକୁ ଏ ପଟେ ଦାଉ ସାଜୁଛି ଜଳ କଷ୍ଟ । ତେବେ ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ଉପଖଣ୍ଡ ସଇଁନ୍ତଲା ବ୍ଲକ ଧରପଗଡ ଗ୍ରାମ ପଞ୍ଚାୟତ ଜମାଖୁଣ୍ଟା ଗ୍ରାମରେ ୧ ହଜାରରୁ ଅଧିକ ଲୋକ ବସବାସ କରନ୍ତି । କିନ୍ତୁ ସରକାରଙ୍କ ବସୁଧା ଯୋଜନାରେ ଲକ୍ଷାଧିକ ଟଙ୍କା ବ୍ୟୟ ଅଟକଳରେ ଗାଁକୁ ପାଣି ଯୋଗାଇ ଦେବା ପାଇଁ ପେଣ୍ଡ୍ରାମାଲ ଗାଁ ଶେଷ ମୁଣ୍ଡରେ ପ୍ରକୋଷ୍ଠ ତିଆରି କରାଯାଇଛି । ଜାମଖୁଣ୍ଟା ଗାଁରେ ଥରେ ନୁହେଁ ଦୁଇ ଦୁଇ ଥର ପାଣି ପାଇପ ବିଛା ଗଲା ଠିକାଦାର ବାବୁ ଓ ପ୍ରଶାସନିକ ଅଧିକାରୀଙ୍କ ମଧୁଚନ୍ଦ୍ରୀକା ଯୋଗୁଁ ପ୍ରତ୍ୟେକ ବର୍ଷ ଲକ୍ଷ ଲକ୍ଷ ଟଙ୍କାର ଖର୍ଚ୍ଚ କରି ଷ୍ଟାଣ୍ଡ ପୋଷ୍ଟ ବି ତିଆରି କରାଯାଉଛି । ପ୍ରତେକ ଲୋକଙ୍କ ଘରର ସମ୍ନାରେ ପାଇପ ବିଛାଇ ଦିଆଯାଇଥିବା ବେଳେ ଏବେ ସେହି ଷ୍ଟାଣ୍ଡ ପୋଷ୍ଟ ଗୁଡ଼ିକ ଜରାଜୀର୍ଣ୍ଣ ଅବସ୍ଥାରେ ପଡିରହିଛି । ଗାଁରେ ଚାରିଟି ନଳକୂପ ରହିଥିବା ବେଳେ କିନ୍ତୁ ଦୂଷିତ ପାଣି ବାହାରୁ ଥିବା ଯୋଗୁଁ ଗ୍ରାମବାସୀଙ୍କ ମନରେ ଅସନ୍ତୋଷ ପ୍ରକାଶ ପାଇଛି । ସେଥିପାଇଁ ଗାଁର ମହିଳା ମାନେ ଗାଁର ଶେଷ ମୁଣ୍ଡରେ ଥିବା ପାଖରୀ ପାଖରେ ଏକ କୂଅରୁ ପାଣି ବ୍ୟବହାର କରୁଛନ୍ତି ।ଯାହାକୁ ନେଇ ଅନେକ ଲୋକେ ଜ୍ଵରରେ ମଧ୍ୟ ପୀଡ଼ିତ ଅଛନ୍ତି । ତେବେ ଏହାର ଅନୁଧ୍ୟାନ କରିବାକୁ ବିଭାଗୀୟ ଯନ୍ତ୍ରୀ ମାନେ ଉକ୍ତ ଗ୍ରାମକୁ ଆସିଥିବା ବେଳେ ଗ୍ରାମର ଶତାଧିକ ଲୋକେ ଘେରାଓ କରିଥିଲେ । ପରେ ବିଭାଗୀୟ ଯନ୍ତ୍ରୀଙ୍କ ପ୍ରତିଶ୍ରୁତି ଦେବା ପରେ ଲୋକେ ଯନ୍ତ୍ରୀଙ୍କୁ ଛାଡି ଦେଇଥିଲେ ।

Leave A Reply

Your email address will not be published.