pr

ଦାବରୀ ଗାଁ ରାସ୍ତା ପାଣି କାଦୁଅ ପଚ୍‌ ପଚ୍‌

dr. purohit

ତୁରେକେଲା, (କୈଳାସ ସଗ୍ରିଆ): ବର୍ଷା ଦିନେ ତୁରେକେଲା ବ୍ଲକ୍‌ ଦାବରୀ ଗାଁ ଛକ ପ୍ରଧାନମନ୍ତ୍ରୀ ରାସ୍ତାରୁ ଗାଁ ଭିତରକୁ ଅଙ୍ଗନୱାଡି ଦେଇ ଯାଇଥିବା ରାସ୍ତାରେ ସ୍କୁଲରୁ ବନଛୋରପଡ଼ା ପର୍ଯ୍ୟନ୍ତ, ପ୍ରହରୀ ମନ୍ଦିରରୁ ସୁନାପଡାକୁ ଯାଇଥିବା ରାସ୍ତା, ଗାଁର ମାଟିଗୁଡିରୁ ଝାଙ୍କରପଡା ରାସ୍ତା ପାଣି କାଦୁଅ ପଚ୍‌ ପଚ୍‌ । ଗାଁ ଲୋକେ ଯିବା ଆସିବାରେ ଗୋଡ଼ ଭାସୁଥିବା ଯୋଗୁଁ ବହୁ ଅସୁବିଧା ସୃଷ୍ଟି ହେଉଛି । ତେବେ ଉକ୍ତ ଗ୍ରାମର ମାଁ ଦୁଆରସେନୀ ଏସ୍‌ଏଚ୍‌ଜି ଗ୍ରୁପ୍‌ର ସଭାନେତ୍ରୀ ଶ୍ରୀମତୀ ବିଲାସିନୀ ମଲିକ ଓ ସମ୍ପାଦିକା ଯଶୋବନ୍ତୀ ନିଆଲଙ୍କ ସହ ଇନ୍ଦ୍ରା ମହିଳା ଏସ୍‌ଏଚ୍‌ଜ.ର ମହିଳାବୃନ୍ଦ ଓ ତତ୍‌ ସଙ୍ଗେ ଭଦ୍ରବ୍ୟକ୍ତି ବୃନ୍ଦ ଭଜନ ନିଆଲ, ବନଶୋଭା ମଲିକ, ଗୋକୁଲ କୁଅଁର, ରାମେଶ୍ୱର ନାଗ, ପ୍ରଭାକର ମଲିକ, ଗଣେଷ ମଲିକ, ଚିନ୍ତା ଗରିଆ, କିଶୋର ମଲିକ, ପୀତାମ୍ବର କୁଅଁର, ବୁଡକୁ ମଲିକ, ପୁରନ୍ଦର ସୁନା ତଥା ଗ୍ରାମର ସର୍ବ ଜନସାଧାରଣ ରାସ୍ତା ପକ୍କା କରିବା ପାଇଁ ଦାବୀ କରିଛନ୍ତି । ଏନେଇ ସରପଞ୍ଚଙ୍କୁ କହିଲେ ଗ୍ରାଣ୍ଟ ଆସିନାହିଁ ବୋଲି କହୁଥିବା ଗାଁ ଲୋକେ କହିଥାନ୍ତି । ତେବେ ରାସ୍ତା ପକ୍କା କରାଯିବାକୁ ସର୍ବସାଧାରଣରେ ଦାବୀ ହେଉଛି । ପ୍ରଶାସନ ଦୃଷ୍ଟି ଦିଅନ୍ତୁ ।

nrusinghnath
Leave A Reply

Your email address will not be published.