shyamal

ସର୍ଗିବାହାଲ ସରସ୍ଵତୀ ଶିଶୁ ମନ୍ଦିରରେ ବନ ମହୋତ୍ସବ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଅନ୍ତର୍ଗତ ସର୍ଗିବାହାଲ ସରସ୍ଵତୀ ଶିଶୁ ମନ୍ଦିରରେ ବନ ମହୋତ୍ସବ ପାଳିତ ହୋଇଯାଇଛି । ଏହି ଅବସରରେ ବନବିଭାଗର କର୍ମଚାରୀ ହେମସାଗର ସାହୁ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ବୃକ୍ଷରୋପଣର ମହତ୍ତ୍ଵ ବିଷୟରେ ଆଲୋଚନା କରିଥିଲେ । ଆଚାର୍ଯ୍ୟ ହରେରାମ ସାହୁ ସ୍ଵାଗତ ଭାଷଣ ପ୍ରଦାନ କରିଥିବା ବେଳେ ସମ୍ପାଦକ ପ୍ରହଲ୍ଲାଦ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ପରେ ଦେଶ ପାଇଁ ଗଛଟିଏର ନାରା ନେଇ ପ୍ରଥମରୁ ସମସ୍ତ ଶ୍ରେଣୀର ଛାତ୍ରଛାତ୍ରୀ ଓ ସମସ୍ତ ଗୁରୁଜୀ, ଗୁରୁମା ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ବିଭିନ୍ନ ସ୍ଥାନରେ ବୃକ୍ଷରୋପଣ କରିଥିଲେ ।

purusottam
Leave A Reply

Your email address will not be published.