om academy

ବିଶ୍ୱ ପାଇଖାନା ଦିବସ ପାଳିତ

jsm

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ସାମ୍ବାଦିକ ସଂଘ(କବ୍ଜା) କାର୍ୟ୍ୟାଳୟ ଠାରେ କଣ୍ଟାମାଳ ଜଳ ଓ ପରିମଳ ବିଭାଗରେ କାର୍ୟ୍ୟରତ ଜିପି ମନିଟର ସଂଘ ତରଫରୁ ବିଶ୍ୱ ପାଇଖାନା ଦିବସ ପାଳିତ ହୋଇ ଯାଇଛି । କବ୍ଜାର ସଭାପତି ଦୁର୍ବାକ୍ଷ ବସ୍ତିଆ ଓ ଜଳ ପରିମଳ ବିଭାଗର ବିଆରସି ଅର୍ଜୁନ ଦାଶ ଯୋଗଦେଇ ପାଇଖାନା ତିଆରି ଓ ବ୍ୟବହାର ଉପରେ ବକ୍ତବ୍ୟ ରଖିଥିଲେ । ଉକ୍ତ କାର୍ୟ୍ୟକ୍ରମକୁ ସଂଘର ସଭାପତି ପୂର୍ଣ୍ଣ ଚରଣ ସାହୁ ସଭା ପରିଚାଳନା କରିଥିବା ବେଳେ ସଂପାଦକ ରଂଜନ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ବିକାଶ ସିଂ, ଶ୍ରୀହରି ବାଘ, ସୁଦାମ ଚରଣ ପ୍ରଧାନ, ସୁଶାନ୍ତ ଡାଙ୍ଗ, ମୁକ୍ତେଶର ପ୍ରଧାନ, ତରଣୀସେନ ବଣ୍ତକି, ଶମ୍ଭୁନାଥ ଭୋଇ ପ୍ରମୁଖ ଯୋଗ ଦେଇଥିଲେ ।

Leave A Reply

Your email address will not be published.