oom

ରକ୍ଷା ବନ୍ଧନକୁ ନିଆରା ଢଙ୍ଗରେ ପାଳନ କଲା ଗାଇସିଲେଟ କୋଶଲ ଯୁବଶକ୍ତି

jsmm

ଗାଇସିଲେଟ, (ଦିଲ୍ଲିପ କୁମାର ସରାପ) : ରକ୍ଷା ବନ୍ଧନକୁ ନିଆରା ଢଙ୍ଗରେ ପାଳନ କଲା ଗାଇସିଲେଟ କୋଶଲ ଯୁବଶକ୍ତି । ପରିବାର ଠାରୁ ଦୂରରେ ରହୁଥିବା ତଥା ଅନାଥ ଏବଂ ଦିବ୍ୟାଙ୍ଗ ଛାତ୍ରଛାତ୍ରୀମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ଯୋଡିବା ତଥା ସେମାନଙ୍କର ମଧ୍ୟ ପରିବାର ଥିବା ଭଳି ଅନୁଭବ କରାଇବାର ଚେଷ୍ଟାରେ କୋଶଲ ଯୁବଶକ୍ତିର ସଦସ୍ୟମାନେ ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ ସ୍ଥିତ ତାଲପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଜେନକେଡା ଗ୍ରାମରେ ଥିବା ଗୋପବନ୍ଧୁ ସେବା ସଦନ, ଜନକେଡା ଆଶ୍ରମକୁ ପହଞ୍ଚି ଅନ୍ତେବାସୀ ଛାତ୍ରଛାତ୍ରୀମାନଙ୍କ ସହ ରକ୍ଷା ବନ୍ଧନ ପାଳନ କରିବା ସହ ବିସ୍କୁଟ, ଚକଲେଟ ଓ ବ୍ରେଡ ବଣ୍ଟନ କରିଥିଲେ । କୋଶଲ ଯୁବଶକ୍ତି ତରଫରୁ ସାକେତ ଶ୍ରୀଭୂଷଣ ସାହୁ, କେଦାର ନାଥ ସାହୁ, ମନୋରଞ୍ଜନ ସାହୁ, ବୀରସିଂ ବାହୁକ, ଦିବ୍ୟ ରଞ୍ଜନ ସାହୁ ଏବଂ ଚୈତନ୍ୟ ସାହୁ ଆଦି ସଭ୍ୟ ଯୋଗ ଦେଇଥିଲେ ।

jittmm
Leave A Reply

Your email address will not be published.