ପଦ୍ମପୁର ମହିଳା ଡିଗ୍ରୀ ମହାବିଦ୍ୟାଳୟରେ ନୂଆ-ଓ କାର୍ଯ୍ୟକ୍ରମ ଉଦ୍‌ଘାଟିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ମହିଳା ଡିଗ୍ରୀ ମହାବିଦ୍ୟାଳୟରେ ନୂଆ-ଓ କାର୍ଯ୍ୟକ୍ରମର ସାଂସ୍କୃତିକ ବିଭାଗର ଅଧ୍ୟକ୍ଷା ଶ୍ରୀମତୀ କଳ୍ପନା ରାଣୀ ନାଥଙ୍କ ସଭାପତିତ୍ଵରେ ଉଦ୍‌ଯାପିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ପଦ୍ମପୁର ନିର୍ବାଚନ ମଣ୍ଡଳୀର ବିଧାୟିକା ଶ୍ରୀମତୀ ବର୍ଷାରାଣୀ ସିଂ ବରିହା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ମହା ବିଦ୍ୟାଳୟରେ ଛାତ୍ରୀନିବାସ ଓ ଶ୍ରେଣୀଗୃହ ନିର୍ମାଣରେ ସହାୟତାର ପ୍ରତିଶୃତି ଏବଂ ମହା ବିଦ୍ୟାଳୟ ପ୍ରତି ତାଙ୍କର ଆନ୍ତରିକତା ସମସ୍ତଙ୍କୁ ଆନନ୍ଦିତ କରିଥିଲା । ସରକାରଙ୍କ ସମସ୍ତ ଯୋଜନାରେ ଛାତ୍ରୀମାନଙ୍କୁ ପୂର୍ଣ୍ଣ ଅଂଶଗ୍ରହଣ କରିବାକୁ ସେ ଆହ୍ଵାନ କରିଥିଲେ । ସମ୍ମାନିତ ଅତିଥିଭାବେ ପରିଚାଳନା କମିଟିର ସଭାପତି ଅଖିଳ ପୁରୋହିତ, ସଦସ୍ୟ ମହାଦେବ ସାନବର୍ଷା, ସଦସ୍ୟା ଶ୍ରୀମତୀ ଜନତା ସାହୁ ଏବଂ ସମାଜସେବୀ ନିରୋଜ ଦୋରା ଯୋଗ ଦେଇଥିଲେ । ସାଂସ୍କୃତିକ କାର୍ଯ୍ୟକ୍ରମର ନୋଡାଲ ଅଫିସର ଶ୍ରୀମତୀ ଲୋପାମୁଦ୍ରା ନାୟକ ସ୍ଵାଗତ ଭାଷଣ ଦେଇଥିଲେ । କ୍ରୀଡା କାର୍ଯ୍ୟକ୍ରମର ନୋଡାଲ ଅଫିସର ଶ୍ରୀମତୀ ସରିତାରାଣୀ ପ୍ରଧାନ, ମହା ବିଦ୍ୟାଳୟର ସମସ୍ତ ଅଧ୍ୟାପିକା, ଅଧ୍ୟାପକ ଏବଂ କର୍ମଚାରୀଙ୍କ ସହାୟତାରେ ସାମାଜିକ କାର୍ଯ୍ୟକ୍ରମର ନୋଡାଲ ଅଫିସର ସୁଶ୍ରୀ ସଂଗୀତା ଗୌନ୍ତିଆ ମଞ୍ଚ ପରିଚାଳନା କରିଥିଲେ । ନୂଆ-ଓ କାର୍ଯ୍ୟକ୍ରମର ନୋଡାଲ ଅଫିସର ଡଃ ଚନ୍ଦ୍ରିକା ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ । ସଭା କାର୍ଯ୍ୟ ପରେ ଛାତ୍ରୀମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ଏକ ପାରମ୍ପାରିକ ଫେସନ୍ ଶୋ ସମସ୍ତଙ୍କ ମନମୋହି ନେଇଥିଲା । ଅଧ୍ୟାପକ ଧୀରେନ୍ଦ୍ର ବର୍ଗେଙ୍କ ରଚିତ ଓ ନିର୍ଦ୍ଦେଶିତ ଏକାଙ୍କିକା “ଯୌତୁକ ପ୍ରଥା ନିଷେଧ” କୁ ଛାତ୍ରୀମାନେ ଚମତ୍କାର ଢ଼ଙ୍ଗରେ ପରିବେଷଣ କରିଥିଲେ । ନୃତ୍ୟ ଗୁରୁ ସୁରେନ୍ଦ୍ର ସାହୁଙ୍କ ନିର୍ଦ୍ଦେଶନାରେ ପରିବେଷିତ ନୃତ୍ୟ ନାଟିକା “ନାରୀ ସଶକ୍ତିକରଣ ” ଉଚ୍ଚକୋଟୀର ହୋଇଥିଲା ।

Leave A Reply

Your email address will not be published.