ଅଙ୍ଗନୱାର୍ଡ କେନ୍ଦ୍ରରେ ନିର୍ମିତ ଗୃହ ଅଧାପନ୍ତରିଆ ହୋଇପଡିଛି

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ତ ରାଜ ବୋଡାସମ୍ବର ବ୍ଲକ ଅନ୍ତର୍ଗତ ସର୍ଗିବାହାଲ ଗ୍ରାମ ପଞ୍ଚାୟତ ଅଧୀନସ୍ଥ ପଣ୍ତରୀପାଣି ଗ୍ରାମରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ଗାଁରେ ଥିବାର ଅଙ୍ଗନୱାର୍ଡ ଗୃହ ଆଜକୁ ୪ବର୍ଷ ହେଲା ସମ୍ପୂର୍ଣ୍ଣ ଭାବେ ନିର୍ମିତ ହୋଇ ପାରୁନାହିଁ । ଫଳରେ କେନ୍ଦ୍ରରେ ପଢୁଥିବା ଛୋଟ ଛୋଟ ଶିଶୁ ମାନେ ପାଖରେ ଥିବା କ୍‌ଲବ ଘରେ ଶିକ୍ଷା ଚାଲୁଅଛି । ୨୦୧୬ ମସିହା ଠାରୁ ଏହି ଗୃହଟିକୁ ଜଣେ ଠିକାଦାରଙ୍କ ଦ୍ବାରା ନିର୍ମାଣ କାର୍ୟ୍ୟ ଆରମ୍ଭ ହୋଇଥିଲା । ଗୃହର ଛାତ ପଡିବା ପରେ ସମ୍ପୂର୍ଣ୍ଣ ହୋଇ ପାରିନାହିଁ । ଗ୍ରାମବାସୀ ଏ ସମ୍ବନ୍ଧରେ ବାରମ୍ବାର ବ୍ଲକ ପ୍ରଶାସନକୁ ଜଣାଇ ଅଛନ୍ତି । ହେଲେ କିଛି ଫଳପ୍ରଦ ହେଉନାହିଁ । ପ୍ରଶାସନ ଏଥିପ୍ରତି ଦୃଷ୍ଟି ହେଉ ନାହିଁ ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି । ଜନୈକ ଠିକାଦାରଙ୍କୁ ଯୋଗାଯୋଗ କରିବାରୁ ସେ କହିଲେ ଯେ ମୁଁ ଛାତ ପକାଇ ସାରିବା ପରେ ବିଲ ପାଇଲି ନାହିଁ । ଯେଉଁ ସମୟରେ କୋଠା ଘର ନିର୍ମାଣ ହେଲା ଓ ଛାତ ପଡିଲା ସେହି ସମୟରେ ଦାୟିତ୍ୱରେ ଥିବା ଜେଇଙ୍କ ଅନ୍ୟତ୍ର ବଦଳି ହୋଇ ଗଲା ବୋଲି ଠିକାଦାର ପ୍ରକାଶ କରିଛନ୍ତି । ତେଣୁ ଏହି ଅଙ୍ଗନୱାର୍ଡ କୋଠା ଘରକୁ ଶୀଘ୍ର ସମ୍ପୂର୍ଣ୍ଣ ଭାବେ ନିର୍ମାଣ କରିବାକୁ ଗାଁର ନିରାକାର ବରିହା, ସୁରେନ୍ଦ୍ର ବରିହା, ଦୁତୀୟା ବରିହା, ଜନ୍ମ ଭୁଏ, ଲକ୍ଷ୍ମଣ ବରିହା, ଯାଜ୍ଞସେନୀ ଠେଲା, ପରମେଶ୍ଵର ମାହାର ପ୍ରମୁଖ ଦାବୀ କରିଛନ୍ତି । ଆଗାମୀ ସମୟରେ ଯଦି କୋଠା ଘର ସମ୍ପୁର୍ଣ୍ଣ ନ ହେଲେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବୁ ବୋଲି ପ୍ରକାଶ କରିଛନ୍ତି ଗ୍ରାମବାସୀ ।

Leave A Reply

Your email address will not be published.

error: Content is protected !!