oum

ସର୍ବିଆ ଭାଷାରେ ଅନୂଦିତ ହେଲା ଓଡ଼ିଆ କବିଙ୍କ କବିତା

jsm

ଭୁବନେଶ୍ୱର, (ସୁଶା‌ନ୍ତ ସାହୁ) : ଦୀର୍ଘ ତିନି ଦଶନ୍ଧିରୁ ଉଭୟ ହିନ୍ଦୀ ଓ ଓଡ଼ିଆ କବିତାରେ ସକ୍ରିୟ ରହିବା ସହ ଏକାଧିକ ପୁସ୍ତକର ଲେଖକ ତଥା ମହୁରି ପତ୍ରିକାର ମୁଖ୍ୟ ସମ୍ପାଦକ କବି ଭବାନୀଶଙ୍କର ନିଆଲଙ୍କ କବିତା ସର୍ବିଆ ଭାଷାରେ ଅନୂଦିତ ହୋଇଯାଇଛି । ଗତ କିଛିଦିନ ତଳେ ଇଟାଲୀ ଭାଷାରେ ତାଙ୍କ କବିତା ଅନୂଦିତ ହୋଇ ସମଗ୍ର ଇଟାଲୀରେ ବେଶ ପ୍ରସଂଶା ସାଉଁଟିଥିଲା । କ୍ରମାଗତ ଭାବେ ଇଂରାଜୀ, ଇଟାଲୀ ପରେ ସର୍ବିଆ ଭାଷାରେ ଅନୂଦିତ ହେବା ଏକ ଗୌରବର ବିଷୟ । ଉକ୍ତ କବିତା ଗୁଡିକ ଇଂରାଜୀରେ ଅଧ୍ୟାପକ ଗୋବିନ୍ଦ ସାହୁ, ଇଟାଲୀରେ କବି ଇମାନୁଏଲା ରିଜୋ ଏବଂ ସର୍ବିଆରେ ପ୍ରଖ୍ୟାତ କବି ତଥା ଅଧ୍ୟାପିକା ସୋଭା ସୋଭକା ସୋଭିକ ଅନୁବାଦ କରିଛନ୍ତି । କବିଙ୍କ ଏହି ସଫଳତାରେ ରାଜ୍ୟ ଓ ଜିଲ୍ଲାରେ ଖୁସିର ଲହରୀ ଖେଳିଯାଇଛି । ପ୍ରକାଶ ଥାଉକି ସର୍ବିଆ ଭାଷା ୟୁରୋପୀୟ ଦେଶର ସର୍ବିଆ, ବୋଷନିଆ, ହରଜୋଗୋଭିନା, ମଣ୍ଟେନେଗ୍ରୋ, ପ୍ରୋଟିଆ ହଙ୍ଗେରୀ, ସ୍ଲୋଭାକିଆ, ମେସିଡୋନିଆ, ରୋମାନିଆ ଏହି ଦେଶ ମାନଙ୍କର ମୁଖ୍ୟ ସରକାରୀ ଭାଷା ।

Leave A Reply

Your email address will not be published.