oom

ଛତ୍ରପୁର ନିକଟସ୍ଥ ବଣବୁଲ୍ଲାପଲ୍ଲୀରେ ଦାସୁଡୁ ଗୁରୁ ସତ୍ୟମ୍‌ଙ୍କ କୋହଲା ନୃତ୍ୟ ପ୍ରଦର୍ଶନ

jsmm

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଲକ୍ ଅନ୍ତର୍ଗତ ଚାମାଖଣ୍ଡି ପଞ୍ଚାୟତର ବଣବୁଲ୍ଲାପଲ୍ଲୀ ଗ୍ରାମରେ ଶ୍ରୀ ଲକ୍ଷ୍ମୀ ନୃସିଂହସ୍ଵାମୀଙ୍କ କୋହଲା ଯାତ୍ରା ସମାହିତ ହୋଇଯାଇଛି । ଏହି ଯାତ୍ରା ମହୋତ୍ସବରେ ପ୍ରତିଷ୍ଠିତ ଆଧ୍ୟାତ୍ମିକ ସଂଗଠନ ଶ୍ରୀ ଶ୍ରୀ ଲକ୍ଷ୍ମୀ ନୃସିଂହ କାମିନୀ ସତ୍ୟମ୍ ସେବା ନୃତ୍ୟ କଳା କେନ୍ଦ୍ର ଏଥିରେ ଅଂଶଗ୍ରହଣ କରି ଉଚ୍ଚ ପ୍ରଶଂସିତ ହୋଇ ସମ୍ବର୍ଦ୍ଧିତ ହୋଇଥିଲେ । ଭଗବତ ଗୀତା ଗାଦି ଗୋସାଇଁ ଦାସୁଡୁ ଗୁରୁ ସତ୍ୟମ୍‌ଙ୍କ କୋହଲା ନୃତ୍ୟ ପ୍ରଦର୍ଶନରେ ଅଗଣିତ ଭକ୍ତଗଣଙ୍କୁ ଚମତ୍କୃତ୍ କରିଦେଇଥିଲା । ଅଗ୍ନି ମଶାଲ ଅବା କୋହଲା ନୃତ୍ୟ ପ୍ରଦର୍ଶନରେ ଏହି ଭକ୍ତିବାଦର ଦଳ ସମୂହଙ୍କ ନୃତ୍ୟ, ବାଦ୍ୟ, ଝାଞ୍ଜରେ ଗ୍ରାମର ଗଗନ ପବନରେ ମୁଖରୀତ ହୋଇ ଉଠିଥିଲା । ଗୋଟିଏ ରାତ୍ରି ସାରା ଗ୍ରାମବାସୀ ସମସ୍ତେ ଶ୍ରୀ ହରିଙ୍କ ଭକ୍ତିଭାବାପ୍ନରେ ମଜ୍ଜି ଯାଇଥିଲେ । ଉକ୍ତ ଗ୍ରାମ ଶ୍ରୀ ଶ୍ରୀ ଲକ୍ଷ୍ମୀ ନୃସିଂହଙ୍କ ନାମ ଜପି ଭକ୍ତିଭାବାପ୍ନରେ ଗ୍ରାମବାସୀ ଗଣ ନିଜ ନିଜ ଭାବନାକୁ ଉତ୍ସର୍ଗୀକୃତ କରିଥିଲେ । ଯାହାକି ଏହି ନିଆରା ପରମ୍ପରା ସମସ୍ତଙ୍କୁ ଆହ୍ଲାଦିତ କରିଦେଇଛି । ପ୍ରକାଶ ଥାଉକି, ଦକ୍ଷିଣ ଭାରତରେ ପ୍ରଚଳିତ ଥିବା ବୈଷ୍ଣବ ଧର୍ମ ପରମ୍ପରାରେ ଏହି ସେବାୟତ ଦଳ ଦାସୁଡୁ ନୃତ୍ୟ ଏକ ମହନୀୟ ପରମ୍ପରା ଅଟେ । ଠାକୁରଙ୍କର ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମ, ବ୍ରହ୍ମ ଉତ୍ସବ, ବଡ ବଡ ଉତ୍ସବାନୁଷ୍ଠାନରେ ଏହି ଦାସୁଡୁ ନୃତ୍ୟ ପ୍ରଦର୍ଶନ ହେଲେ ଠାକୁର ପ୍ରସନ୍ନ ହୁଅନ୍ତି ବୋଲି ବିଶ୍ୱାସ ରହିଛି । ତେବେ ଓଡିଶାରେ ପ୍ରଚଳିତ ଥିବା ବୈଷ୍ଣବ ଧର୍ମ ପରମ୍ପରା ମଧ୍ୟରୁ ଆନ୍ଧ୍ର ପ୍ରଦେଶର ସିଂହାଚଳ କ୍ଷେତ୍ରର ଅଧିଷ୍ଠ ଦେବତା ଶ୍ରୀ ଲକ୍ଷ୍ମୀ ନୃସିଂହ ଠାକୁରଙ୍କର କୋହଲା ଲଗାଇ ଏହି ସେବାୟତ ଦଳ ଦାସୁଡୁ ନୃତ୍ୟ ପ୍ରଦର୍ଶନ ହେଲେ ଠାକୁର ପ୍ରସନ୍ନ ହୁଅନ୍ତି ବୋଲି ବିଶ୍ୱାସ ରହିଛି । ତେବେ ଓଡିଶାରେ ପ୍ରଚଳିତ ଥିବା ଅନେକ ବୈଷ୍ଣବ ସମ୍ମତ ଦେବସ୍ଥାନ ମାନଙ୍କରେ ମଧ୍ୟ କୋହଲା ବା ମଶାଲ ଜାଳି ଶ୍ରୀ ଲକ୍ଷ୍ମୀ ନୃସିଂହ ଠାକୁରଙ୍କର ଦାସୁଡୁ ନୃତ୍ୟ ପ୍ରଚଳନ ଅଦ୍ୟାବଧି ରହିଛି ।

jittmm
Leave A Reply

Your email address will not be published.