ଭୁବନେଶ୍ୱର ଇନଫୋସିଟି ନାବାଳିକା ଗଣଦୁଷ୍କର୍ମ ମାମଲା: ଆସନ୍ତା ଡିସେମ୍ବର ୧୬ ସୁଦ୍ଧା କାର୍ଯ୍ୟାନୁଷ୍ଠାନ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର : ଲକ୍‌ଡାଉନ ସମୟରେ ରାଜଧାନୀର ବହୁ ଚର୍ଚ୍ଚିତ ଇନଫୋସିଟି ନାବାଳିକା ଗଣଦୁଷ୍କର୍ମ ମାମାଲାରେ ଆଜି ଭିଡିଓ କନଫରେନ୍ସିଂ ଜରିଆରେ ହାଇକୋର୍ଟରେ ହାଜର ହୋଇଥିଲେ ପୁଲିସ ଡିଜିପି ଅଭୟ । ମାମଲାରେ ପୁଲିସର କାର୍ଯ୍ୟାନୁଷ୍ଠାନ ନେଇ ନଥିବାରୁ ଭର୍ତ୍ସନା କରିଛନ୍ତି କୋର୍ଟ । ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ତେବେ ଏହି ଘଟଣାର ତଦନ୍ତ ଡିସେମ୍ବର ୧୬ ସୁଦ୍ଧା ଶେଷ କରି ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଡିସେମ୍ବର ୧୬ରେ ମାମାଲାର ପରବର୍ତ୍ତୀ ଶୁଣାଣି ହେବାକୁଥିବା ବେଳେ ଅତିରିକ୍ତ ଡିଜିପି ମାମଲାର ଅଗ୍ରଗତି ନେଇ ସତ୍ୟପାଠ ଦାଖଲ କରିଛନ୍ତି ।

Leave A Reply

Your email address will not be published.