oom

କର୍ଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ଉପନିର୍ବାଚନ : ଅରବିନ୍ଦ ଚୌଧୁରୀ ନିଦ୍ୱର୍ନ୍ଦରେ ନିର୍ବାଚିତ

jsmm

କଳାହାଣ୍ଡି, (ପି.କେ.ସାହୁ) : ସବୁ ପ୍ରକାର ପ୍ରତୀକ୍ଷାର ଅନ୍ତ ଘଟାଇ କର୍ଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି ଅରବିନ୍ଦ ଚୌଧୁରୀ । ଏହି ବ୍ଲକର ପଞ୍ଚାୟତ ସମିତି ଅଧ୍ୟକ୍ଷ ପଦବୀ ପାଇଁ ଗତକାଲି ଉପନିର୍ବାଚନ ଶାନ୍ତିଶୃଙ୍ଖଳାର ସହ ସମାପନ ହୋଇଛି । ପୂର୍ବ ନିର୍ଦ୍ଧାରିତ ସମୟାନୁସାରେ ପୂର୍ବାହ୍ନ ୧୦ଟାରୁ ୧୧ଟା ପର୍ୟ୍ୟନ୍ତ ସମିତି ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ସମୟ ସୀମା ମଧ୍ୟରେ ମନୋନୟନ ପତ୍ର ଦାଖଲ ପାଇଁ ମଧ୍ୟ ସମୟ ରଖାଯାଇଥିଲା । ତେବେ ରେଗଡା ସମିତି ସଭ୍ୟ ଅରବିନ୍ଦ ଚୌଧୁରୀ ଏକମାତ୍ର ପ୍ରାର୍ଥୀ ଭାବେ ମନୋନୟନ ପତ୍ର ଦାଖଲ କରିଥିଲେ । ପ୍ରତିଦ୍ୱନ୍ଦିତା ପାଇଁ ଆଉ କେହି ପ୍ରାର୍ଥୀ ନଥିବାରୁ ନିର୍ବାଚନ ଅଧିକାରୀ ଦାୟିତ୍ୱରେ ଥିବା କେସିଙ୍ଗା ତହସିଲଦାର ଗଣ୍ଡାରାମ ଖମାରୀ ଶ୍ରୀ ଚୌଧୁରୀଙ୍କୁ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିବା ଘୋଷଣା କରିଥିଲେ । ପରେ କଳାହାଣ୍ଡି ଜିଲ୍ଲାପାଳ ଡଃ ଗାଭାଲି ପରାଗ ହର୍ଷଦ ବ୍ଲକ କାର୍ୟାଳୟକୁ ଆସି ସ୍ଥିତି ଅନୁଧ୍ୟାନ କରି ଫେରିଥିଲେ । ଆଇନଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ମ.ରାମପୁର ଭାରପ୍ରାପ୍ତ ଥାନାଧିକାରୀ ଜୟଦେବ ତାରିଣୀ ଓ କର୍ଲାମୁଣ୍ଡା ଫାଣ୍ଡିଧିକାରୀ ଅଧିଶ ଚନ୍ଦ୍ର ବିଶ୍ୱାସଙ୍କ ତତ୍ତ୍ୱାବଧାନରେ ୧ ପ୍ଲାଟୁନ ପୁଲିସର ଫୋର୍ସ ମୃତୟନ ଥିଲେ ।

ତେବେ ଶ୍ରୀ ଅରବିନ୍ଦ ଚୌଧୁରୀଙ୍କ ଅଧ୍ୟକ୍ଷ କରାଇବା ପାଇଁ ନର୍ଲା ବ୍ଲକ ଉପାଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି (ମୁନା), ବାବୁଲି ସ୍ୱାଇଁ, ଦେବେନ୍ଦ୍ର ସାହୁ, ନନ୍ଦିକିଶୋର ଭୋଇ, ମ.ରାମପୁର ପୂର୍ବତନ ସରପଞ୍ଚ ବିଭୂତି ମହାକୁଡ, ଆଦିବାସୀ ନେତା ପ୍ରକାଶ ମାଝୀ, ଚନ୍ଦ୍ରଭାନୁ ସାହୁ, ହେମସାଗର ସାହୁ (କଳ୍ପ), ପର୍ଶୁରାମ ସାହୁ, ବିକ୍ରମ ସାହୁ ପ୍ରମୁଖ ନେତୃତ୍ୱ ନେଇଥିବା ଜଣାପଡିଛି ।

ଆଜି ଅଧ୍ୟକ୍ଷ ଭାବେ ଅରବିନ୍ଦ ଚୌଧୁରୀ ନିଦ୍ୱର୍ନ୍ଦରେ ନିର୍ବାଚିତ ହୋଇ ବ୍ଲକ କାର୍ୟାଳୟରୁ ଫେରିବା ବେଳେ ତାଙ୍କ ଗହଣରେ ଅନ୍ତରୀଣ ଅଧ୍ୟକ୍ଷ ଦାୟିତ୍ୱରେ ଥିବା ଉପାଧ୍ୟକ୍ଷ (ରିଷିଡା ସମିତିସଭ୍ୟା) ଆନନ୍ଦିନୀ ଭୋଇ, ସରଗୁଲ ମାଲପଡା ସମିତିସଭ୍ୟ ଯଶୋବନ୍ତ ସାହୁ, ରିଞ୍ଜା ସମିତି ସଭ୍ୟା ସୁଭଦ୍ରା ମାଝୀ, ତେରେସିଂହା ସମିତି ସଭ୍ୟା ଚନ୍ଦ୍ରମା ରଣା, ରାଜପୁର ସମିତି ସଭ୍ୟା ରଞ୍ଜିତା ରଣା, ବୋରପଦର ସମିତି ସଭ୍ୟା ନିରବତୀ ସାହୁ, ଯୋରାଡବରା ସମିତି ସଭ୍ୟ କିଶୋର ନାଗ, ସାପଲହରା ସମିତିସଭ୍ୟ ନିରଞ୍ଜନ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ । ଏଠାରେ ଶାସକ ଦଳର ବିଧାୟକ ଥିବା ସର୍ତ୍ତେ ବିଜେଡି ହାତକୁ ଅଧ୍ୟକ୍ଷ ପଦବୀନ ଯିବା ଦୁର୍ଭାଗ୍ୟର ବିଷୟ ବୋଲି ଜନସାଧାରଣ ଚର୍ଚ୍ଚା ହେଉଛି। ଏହା ପୂର୍ବରୁ ଅଧ୍ୟକ୍ଷା ଥିବା ଅମ୍ରିତା ସାହୁ ବିଜେଡିର ଥିଲେ। ବର୍ତ୍ତମାନର ନିର୍ବାଚିତ ଶ୍ରୀ ଚୌଧୁରୀ ନିର୍ଦଳିୟ ପ୍ରାର୍ଥିଥାଇ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି।

jittmm
Leave A Reply

Your email address will not be published.