centurian jitm

ପାଞ୍ଚଗାଁରୁ ଅପହୃତ ନାବାଳକ ନିରାକାରପୁର ଅଞ୍ଚଳରୁ ଉଦ୍ଧାର

nschool

ଭୁବନେଶ୍ୱର : ଭୁବନେଶ୍ୱର ଏୟାରଫିଲ୍ଡ ଥାନା ପାଞ୍ଚଗାଁରୁ ଅପହୃତ ନାବାଳକ ଉଦ୍ଧାର । ଖୋର୍ଦ୍ଧା ନିରାକାରପୁର ଅଞ୍ଚଳରୁ ଅପହୃତ ନାବାଳକ ସୁରକ୍ଷିତ ଉଦ୍ଧାର ହୋଇଛି । ଘଟଣାରେ ସମ୍ପୃକ୍ତ ସମସ୍ତ ୭ ଜଣଙ୍କୁ ଗିରଫ ନେଇ ପୋଲିସ କମିଶନର ସୂଚନା ଦେଇଛନ୍ତି । ନାବାଳକଙ୍କ ବାପାଙ୍କଠୁ ଜମି ବିକା ଟଙ୍କା ନେବାକୁ ଅପହରଣ ଯୋଜନା କରିଥିଲେ ଅପହରଣକାରୀ । ଅପହର୍ତ୍ତାଙ୍କ କବଳରୁ ମୁକୁଳିବା ପରେ ନାବାଳକ ଜଣଙ୍କ କହିଛନ୍ତି ଯେ, ମୋତେ ଟ୍ୟୁସନ ସାର୍‌ ନେଇ ଯାଇଥିଲେ । ଦେହ ଖରାପ ଥିଲା, ଡାକ୍ତର ପାଖକୁ ନେବାକୁ କହି ନେଇଗଲେ । ମାତ୍ର ପରେ ଜାଣିଲି ମୋତେ ଅପହରଣ କରାଯାଇଛି । ଉଦ୍ଧାର ନାବାଳକଙ୍କ ମା’ କହିଛନ୍ତି, ଅପହରଣ ପଛରେ ଟ୍ୟୁସନ ସାର । ତାଙ୍କ ଘରକୁ ପୁଅ ଟ୍ୟୁସନ ପଢ଼ିବାକୁ ଯାଉଥିଲା । ଆମ ପାଖରେ ଜମି ବିକା ଟଙ୍କା ଥିବା ସେ ଜାଣିଥିଲା । ପ୍ରଥମେ ସେ ମୋତେ ପୁଅ ଅପହରଣ କଥା କହିଥିଲା । ପୁଅକୁ ବନ୍ଧୁକ ଦେଖାଇ ନେଇ ଯାଇଥିବା କଥା କହିଲା । କାହାକୁ କିଛି ନ କହିବାକୁ କହିବାରୁ ସନ୍ଦେହ ହୋଇଥିଲା ।

Leave A Reply

Your email address will not be published.