ଛାତ୍ରଛାତ୍ରୀଙ୍କୁ ମାଗଣା ନିଯୁକ୍ତି ଭିତ୍ତିକ ଶିକ୍ଷା ଯୋଗାଇବେ ପ୍ରଶାସନ

ସୁନ୍ଦରଗଡ଼ : ଗରିବ ମେଧାବୀ ଛାତ୍ରଛାତ୍ରୀଙ୍କ ପାଇଁ ଜିଲ୍ଲା ପ୍ରଶାସନର ନିଆରା ପ୍ରୟାସ । ଜିଲ୍ଲା ପ୍ରଶାସନ ଦେବ ମାଗଣା ନିଯୁକ୍ତି ଭିତ୍ତିକ ଶିକ୍ଷା । ଛାତ୍ରଛାତ୍ରୀଙ୍କୁ ରୋଜଗାର ପାଇଁ କରାଇବ ଯୋଗ୍ୟ । ଏଭଳି ଏକ ନିଆରା ପ୍ରୟାସ ଆରମ୍ଭ କରିଛି ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ । ପ୍ରଶାସନ ପକ୍ଷରୁ ବିଧିବ‌ଦ୍ଧ ଭାବେ ଜିଲ୍ଲାରେ ଆରମ୍ଭ ହୋଇଛି ‘ସୁଦକ୍ଷ’ କାର୍ଯ୍ୟକ୍ରମ । ଏଥିରେ ଯୁକ୍ତ ଦୁଇ ଓ ଯୁକ୍ତ ୩ ଛାତ୍ରଛାତ୍ରୀଙ୍କୁ ମାଗଣା ନିଯୁକ୍ତି ଭିତ୍ତିକ ଶିକ୍ଷା ଦିଆଯିବ । ଯେଉଁ ଛାତ୍ରଛାତ୍ରୀମାନେ ଗରିବ ଓ ମେଧାବୀ ହୋଇଥିବେ, ଏହାସହ ଖଣି ପ୍ରଭାବିତ ଅଞ୍ଚଳର ହୋଇଥିବେ । ସେମାନେ ଜିଲ୍ଲା ପ୍ରଶାସନର ଏହି ସୁବିଧା ପାଇପାରିବେ । ୬ଟି ଖଣି ପ୍ରଭାବିତ ଅଞ୍ଚଳ ତଥା ବ୍ଲକ୍‌ର ଛାତ୍ରଛାତ୍ରୀ ଏହାର ବିଶେଷ ଫାଇଦା ପାଇପାରିବେ ବୋଲି ଆଶା କରାଯାଉଛି । ଏନେଇ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ନିଜେ ସୂଚନା ଦେଇଛନ୍ତି । ସୁନ୍ଦରଗଡ଼ ପତ୍ରାପାଲିଠାରେ ଆଜି ଏହି କାର୍ଯ୍ୟକ୍ରମକୁ ଜିଲ୍ଲାପାଳ ନିଜେ ନିଖିଲ ପବନ କଲ୍ୟାଣ ଉଦ୍‌ଘାଟନ କରିଛନ୍ତି ।

Leave A Reply

Your email address will not be published.