oom

ଦାଦନ ଶ୍ରମିକଙ୍କ ଶରୀର ଉପରେ ଜଲୁଥିବା ଇଟାଭାଟି ଖସି ନିଆଁରେ ଗୁରୁତର : ଚିକିତ୍ସା ଓ ଆବାସ ଗୃହ ପାଇଁ ଆକୁଳ ବିନତି

jsmm

ସିନାପାଲି, (ନିରାକାର ମେହେର) : ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ବରଗାଁ ପଞ୍ଚାୟତ ବୋଟୋପାଲି ଗ୍ରାମର ଜଗବନ୍ଧୁ ସତନାମୀ(୨୭) ଗତ ତିନିମାସ ତଳେ ସ୍ତ୍ରୀ ଜେମନୀ ସତନାମୀ(୨୦) ଓ ୧୦ ମାସର ଝିଅ ଶିବିକା ସତନାମୀଙ୍କୁ ଧରି ଦାଦନ ଖଟିବାକୁ ଶିକାନ୍ଦ୍ରାବାଦର ସଙ୍ଗିଗୁଡା ଇଟା କାରଖାନାକୁ ପେଟ ପାଟଣା ପାଇଁ ଯାଇଥିଲେ । ହେଲେ ସେଠାରେ କାମ କରୁଥିବା ବେଳେ ଜଳୁଥିବା ଇଟାଭାଟି ଶ୍ରୀ ସତନାମୀଙ୍କ ଶରୀର ଉପରେ ଖସିପଡି ଜଳିଯାଇ ଗୁରୁତର ହୋଇଥିବା ଜଣାପଡିଛି । ସୂଚନାଯୋଗ୍ୟ ଯେ, ଆଜିକୁ ୩ ମାସ ହେଲା ପେଟ ପାଟଣା ପାଇଁ ଦାଦନ ଖଟି ଯାଇଥିବା ବେଳେ ଗତ ୧୫ ଅଗଷ୍ଟ ଦିନ ଜଳୁଥିବା ଇଟାଭାଟି ନିଆଁ ହଟାତ୍ ଶରୀର ଉପରେ ଖସିପଡି ଥିଲା । ହେଲେ ଉକ୍ତ ଠିକାଦାର ଜଣକ ନିକଟସ୍ଥ ଚିକିତ୍ସାଳୟକୁ ନେଇ ଚିକିତ୍ସା କରିଥିବା ବେଳେ ଅଧିକ ଟଙ୍କା ଲାଗୁଥିବାରୁ ଶ୍ରୀ ସତନାମୀଙ୍କୁ ଫେରାଇ ଆଣି କେବଳ ଗାଡି ଖର୍ଚ୍ଚ ଦେଇ ନିଜ ଘରକୁ ଫେରିଯିବାକୁ ଠିକାଦାର ଜଣକ କହିଥିବା ଶ୍ରୀ ସତନାମୀ ପ୍ରକାଶ କରିଛନ୍ତି । ଯାହା ଫଲରେ ଶ୍ରୀ ସତନାମୀ ଭଲରେ ଚାଲିବୁଲି ପାରୁନଥିବା ବେଳେ ପରିବାରର ଭରଣପୋଷଣ କରିବା କଷ୍ଟକର ହୋଇ ପଡିଛି । ହେଲେ ପରିବାର ନିଜ ଘରକୁ ପହଞ୍ଚିବା ପରେ ନିଜ ଘର ଲଗାଣ ବର୍ଷା ଯୋଗୁ ଭାଙ୍ଗି ଥିବା ଦେଖି ମୁଣ୍ତରେ ହାତଦେଇ ବସି ପଡିଥିଲେ ।

jittmm
Leave A Reply

Your email address will not be published.