ବରଗଡ଼, (ନିରୋଜ କୁମାର ପାଣୀ) : ଅଭାସୀ ମାଧ୍ୟମରେ ବରଗଡ଼ ନେହେରୁ ଯୁବ କେନ୍ଦ୍ର ଦ୍ଵାରା ଏକ ଜିଲ୍ଳା ସ୍ତରୀୟ ୟୁବ ସଂସଦ କାର୍ଯ୍ୟକ୍ରମ ଜିଲ୍ଲା କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଏହି ତର୍କ ପ୍ରତିଯୋଗିତାରେ ସୁବର୍ଣ୍ଣପୁର, କଳାହାଣ୍ଡି, ବଲାଙ୍ଗିର ଓ ଗଞ୍ଜାମ ଜିଲ୍ଲାର ପ୍ରାୟ ୨୪ ଜଣ ପ୍ରତିଯୋଗୀମାନେ ଅଂଶଗ୍ରହଣ କରିଥିଲେ । ତର୍କରେ ଅଭିଷେକ ନାୟକ, ରିତେଶ କୁମାର ପଣ୍ଡା, ଝାନସି ମିଶ୍ର, ରୁଚିଶ୍ମିତ। ନାଗ, ମାନସୀ ପଟେଲ, ସାଇ ବିନାୟକ ମିଶ୍ର, ଶ୍ରଦ୍ଧା ସୁମନ ଜେନା, ସୌମ୍ୟ ପଟ୍ଟନାୟକ ଯଥା କ୍ରମେ ପ୍ରଥମ ଓ ଦ୍ଵିତୀୟ ପୁରସ୍କାର ପାଇ ରାଜ୍ୟ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଛନ୍ତି । ପ୍ରତିଯୋଗିତାର ବିଚାରକ ଭାବରେ ଅବସର ପ୍ରାପ୍ତ ପ୍ରାଧ୍ୟାପକ ଅମରେନ୍ଦ୍ର ନାରାୟଣ ଯାଦବ, ଅଧ୍ୟାପକ ଅଭିଷେକ ବେହେରା, ଚକର୍କେଣ୍ଡ ଡିଗ୍ରୀ କଲେଜର ପ୍ରିନ୍ସିପଲ୍ କାର୍ତ୍ତିକେୟ ସାଥୁଆ, ବିକାଶ ଟେକ୍ନିକାଲ କଲେଜର ପ୍ରାଧ୍ୟାପକ ପଙ୍କଜ କୁମାର ଓ ସଦାଶିବ କର ଯୋଗ ଦେଇଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ସଞ୍ଚାଳନ କରିଥିଲେ ଜିଲ୍ଲା ଯୁବ ଅଧିକାରୀ ରୋଷନ୍ ଟନ୍ଡନ୍ । ସଂଯୋଜନା କରିଥିଲେ ଉପଦେଷ୍ଟା ସଭ୍ୟ ତ୍ରିଲୋଚନ ଶତପଥୀ ।