ନାଗରିକ ସୁରକ୍ଷା କମିଟିର ଆଗାମୀ କାର୍ଯ୍ୟକ୍ରମ ସମ୍ପର୍କରେ ବୈଠକ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ନାଗରିକ ସୁରକ୍ଷା କମିଟି ତରଫରୁ ସୁନ୍ଦରଗଡ ଜିଲ୍ଲାର ବିଭିନ୍ନ ପ୍ରସଙ୍ଗ ନେଇ ଏକ ବୈଠକ ଆଦର୍ଶ ସାହିତ୍ୟ ଘରଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ରାଉରକେଲା ସୁପର ସ୍ପେଶାଲିଷ୍ଟ ହସ୍ପିଟାଲକୁ ଏମ୍ସ ଦ୍ଵାରା ପରିଚାଳନା, ପ୍ରଧାନମନ୍ତ୍ରୀଙ୍କ ପ୍ରତିଶ୍ରୁତି ମୁତାବକ ଏହାକୁ ମେଡିକାଲ୍ କଲେଜରେ ରୂପାନ୍ତରଣ କରିବା, ତାଳଚେର-ବିମଳାଗଡ ରେଳପଥ ନିର୍ମାଣ ତ୍ୱରାନ୍ୱିତ କରିବା ସହ ଏଥି ନିମନ୍ତେ ଜମି ଅଧିଗ୍ରହଣ କାର୍ଯ୍ୟ ଶେଷ କରିବା, ରାଉରକେଲାକୁ ରେଳ ଡିଭିଜନ ଭାବେ ଘୋଷଣା କରିବା, ରାଉରକେଲାରେ ଏକ ସାଧାରଣ ବିଶ୍ଵ ବିଦ୍ୟାଳୟ ପ୍ରତିଷ୍ଠା କରିବା, ରାଉରକେଲା ବିମାନ ବନ୍ଦରକୁ ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବା ସହ ଆଇଏଲ୍‌ଏସ୍‌ ବ୍ୟବସ୍ଥା କରିବା, ରାଉରକେଲାରେ ସଫ୍ଟୱେୟାର ପାର୍କ ପ୍ରତିଷ୍ଠା, ବାସଚ୍ୟୁତଙ୍କୁ ପୁନଃ ଥଇଥାନ ଓ କ୍ଷତିପୂରଣ ପ୍ରଦାନ, ସୁନ୍ଦରଗଡ ଜିଲ୍ଲାରେ ଏମ୍‌ଏସ୍‌ଏମ୍‌ଇର ବିକାଶ, ଆରଏସ୍‌ପିର ଆଧୁନିକୀକରଣ ଓ ସମ୍ପ୍ରସାରଣ, ରାଉରକେଲାଠାରେ ଇଏସ୍‌ଆଇ ମେଡିକାଲ କଲେଜ୍ ପ୍ରତିଷ୍ଠା, ଜିଲ୍ଲାର ସଦର ମହକୁମାକୁ ରେଳପଥ ସଂଯୋଗ ସହ ଜିଲ୍ଲାର ବିଭିନ୍ନ ରେଳଷ୍ଟେସନ ଗୁଡ଼ିକର ଉନ୍ନତିକରଣ ପ୍ରଭୁତିର ଦାବିନେଇ ଏହି ବୈଠକ ଆହୁତ କରାଯାଇଥିଲା । ସୂଚନାଯୋଗ୍ୟ ଯେ, ଉପରୋକ୍ତ ଦାବି ନେଇ ଗତ ଅଗଷ୍ଟ ୨୦ ତାରିଖରେ ମହା କନ୍‌ଭେନସନ ଆୟୋଜନ କରାଯାଇଥିଲା । ତେବେ ଏହି ଦାବି ପ୍ରତି ପ୍ରଶାସନ କୋହଳ ନୀତି ଆପଣାଇ ଥିବାରୁ ଏହାକୁ ଅଧିକ ଶାଣିତ କରିବା ପାଇଁ ଏହି ବୈଠକର ଆହ୍ୱାନ ଦିଆଯାଇଥିଲା । ଏହି ବୈଠକରେ ଅନଷ୍ଠାନର ସଦସ୍ୟ ସର୍ବଶ୍ରୀ ଅଭୟ କୁମାର ଦାସ, ଭୂପେନ ମହାପାତ୍ର, ବିଷ୍ଣୁ ମହାନ୍ତି, ସଞ୍ଜୀବ ମହାନ୍ତି, ବ୍ରଜେନ୍ଦ୍ର ଦାଶ, ସତ୍ୟପ୍ରିୟ ମହାନ୍ତି, ଗଣେଶ ପ୍ରଧାନ, ଗିରିଶ ମହାପାତ୍ର, ପିତାମ୍ବର ଲେଙ୍କା, ଡ଼ଃ ସୁମନ ଦତ୍ତ, ବସନ୍ତ ନାୟକ, ଅଜିତ ନାୟକ, ନିରୁପମା ବଳିୟାରସିଂହ, ଅନସୂୟା ପଣ୍ଡା, ଶ୍ରୀମନ୍ତ ବେହେରା, ବିମାନ ମାଇତି, ପ୍ରଭାତ ମହାନ୍ତି, ବାସୁଦେବ ସାହୁ, ବିଶ୍ୱଜିତ ମାଝୀ, ପିତାମ୍ବର ନାୟକ, ରତ୍ନାକର ନାୟକ, ତ୍ରିଲୋଚନ ପରିଡ଼ା, ଆଲୋକ ବୋଷ, ସୁକାନ୍ତ ଚନ୍ଦ୍ର ଖୁଣ୍ଟିଆ, ଲକ୍ଷ୍ମୀଧର ନାୟକ ପ୍ରମୁଖ ବକ୍ତବ୍ୟ ରଖି ଏହାକୁ ନେଇ ଏକ ଦୁର୍ବାର ଆନ୍ଦୋଳନ ଗଢି ତୋଳିବା ପାଇଁ ଆହ୍ୱାନ ଦିଆଯାଇଥିଲା ।

Leave A Reply

Your email address will not be published.