oom

ନୂଆ-ଓ, ଯୁବ ଓଡ଼ିଶା, ନବୀନ ଓଡ଼ିଶା ସାମାଜିକ କାର୍ଯ୍ୟାବଳୀର ଚତୁର୍ଥ ଦିବସ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟରେ ନୂଆ-ଓ, ଯୁବ ଓଡ଼ିଶା, ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଉପଲକ୍ଷେ ସାମାଜିକ କାର୍ଯ୍ୟାବଳୀର ଚତୁର୍ଥ ଦିବସ ଅଧ୍ୟକ୍ଷ ଲଳିତ ମୋହନ ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ଦିବସରେ ଯୁକ୍ତଦୁଇ ଏବଂ ଯୁକ୍ତତିନି ଛାତ୍ରଛାତ୍ରୀମାନେ ନିକଟତମ ବରିକେଲ ଗ୍ରାମକୁ ଯାଇ ରାଲୀ କରି ଗ୍ରାମବାସୀଙ୍କୁ ଏଚ୍‌ଆଇଭି ଏଡ଼ସ୍‌ ବିଷୟରେ ସଚେତନ କରିଥିଲେ । ଏହା ପରେ ପ୍ରାକୃତିକ ବିପର୍ଯ୍ୟୟ ସହ ମୁକାବିଲା କରିବା ପାଇଁ ଲଳିତ ମୋହନ ପଣ୍ଡା ଛାତ୍ରଛାତ୍ରୀମାନଙ୍କୁ ଅବଗତ କରେଇଥିଲେ । ଦିଲ୍ଲୀପ କୁମାର ବହିଦାର ଅନ୍ଧବିଶ୍ୱାସ ଉପରେ ଆଲୋକପାତ କରିଥିଲେ । ଏହା ପରେ ଏସ୍‌ବିଆଇ ଫିଲ୍ଡ ଅଫିସର ବିତ୍ତୀୟ ସ୍ଵକ୍ଷରତା ଉପରେ ସମସ୍ତଙ୍କୁ ଅବଗତ କରାଇଥିଲେ । ଏହା ପରେ ପରେ ଅଗ୍ନିଶମ ବିଭାଗ ଦ୍ଵାରା ଅଗ୍ନିକୁ ନିୟନ୍ତ୍ରଣ କରିବା ତଥା ବିପର୍ଯ୍ୟୟର ମୁକାବିଲା କରିବାର ବିଧି ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ମହା ବିଦ୍ୟାଳୟର ନବକୃଷ୍ଣ ମିଶ୍ର, ଡ଼ଃ ସରୋଜ ନାଏକ, ଡ଼ଃ ତୁଷାରକାନ୍ତ ସାହୁ, ଡ଼ଃ ବିରଞ୍ଚି ସାହୁ, ତାରା ପ୍ରସାଦ ଶତପଥୀ, ପ୍ରମୋଦ କୁମାର ତ୍ରିପାଠି, ସନ୍ତୋଷ କୁମାର ମିଶ୍ର, ଶ୍ରୀମତୀ ବୁନୀ ସାହୁ, ଜୟ କୁମାର ଭୁଏ, ସଞ୍ଜୟ ଟିଗା, ଦୟାନିଧି ବଗର୍ତ୍ତି, ଦେବାଶିଷ ସାହୁ, ଲଲାଟେନ୍ଦୁ ପ୍ରଧାନ, ସସ୍ମିତା ମେହେର, ବ୍ରଜ କୁମ୍ଭାର, ସମୀର ନାଗ, ସୁରେଶ୍ଵରୀ ପାଣ୍ଡେଙ୍କ ସହ ସମସ୍ତ ଅଧ୍ୟାପକ-ଅଧ୍ୟାପିକା ସହଯୋଗ କରିଥିଲେ । ଏହି ଦିବସରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ-ଅଧ୍ୟାପିକାମାନଙ୍କ ସହ ଛାତ୍ରଛାତ୍ରୀ ବୃନ୍ଦ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.