oom

ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାନ ସହିତ କୃତଜ୍ଞତା ଜଣାଇଲେ କଳିକେଶ ନାରାୟଣ ସିଂହଦେଓ : ବଲାଙ୍ଗିର ଜିଲ୍ଲା ବିଜେଡିରୁ ତିନିଜଣ ମହିଳାଙ୍କୁ ରାଜ୍ୟ ବିଜୁ ମହିଳା ଦଳରେ ସୁଯୋଗ ମିଳିଲା

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବିଜୁ ଜନତା ଦଳର ତିନି ସକ୍ରିୟ ମହିଳାଙ୍କୁ ରାଜ୍ୟ ଓ ଜିଲ୍ଲା ସଙ୍ଗଠନ ଦାୟିତ୍ୱ ତୁଲାଇବାକୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ସୁଯୋଗ ଦେଇଥିବାରୁ ବଲାଙ୍ଗିରର ପୂର୍ବତନ ସାସଂଦ କଳିକେଶ ନାରାୟଣ ସିଂହଦେଓ କୃତଜ୍ଞତା ଜଣାଇବା ସହିତ ନୂତନ କର୍ମକର୍ତ୍ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଗତକାଲି ରାଜ୍ୟ ବିଜୁ ମହିଳା ଦଳର ସଭାନେତ୍ରୀ ଶ୍ରୀମତୀ ସ୍ନେହାଙ୍ଗିନି ଛୁରୀଆ ତାଙ୍କ ରାଜ୍ୟ କମିଟି ଘୋଷଣା କରିବା ସହିତ ଜିଲ୍ଲା ସଭାପତି ମାନଙ୍କୁ ଚୟନ କରିଛନ୍ତି । ଏହି ରାଜ୍ୟ କମିଟିରେ ରାଜ୍ୟ ବରିଷ୍ଠ ଉପସଭାପତି ଭାବରେ ବଲାଙ୍ଗିରରୁ ଶ୍ରୀମତୀ ଜ୍ୟୋତି ପାଣିଗ୍ରାହୀ ଓ ଉପସଭାପତି ଭାବରେ ବଲାଙ୍ଗିର କଣ୍ଟାବାଞ୍ଜି ଅଞ୍ଚଳର ପୂର୍ବତନ ଜିଲ୍ଲାପରିଷଦ ଉପସଭାପତି ଶ୍ରୀମତୀ ଗୋପା ମହାନନ୍ଦ ଚୟନ ହୋଇଥିବା ବେଳେ ବଲାଙ୍ଗିର ପୌରପରିଷଦର ପୁର୍ବତନ ଅଧ୍ୟକ୍ଷା ଶ୍ରୀମତୀ ଦମୟନ୍ତୀ ବାଗଙ୍କୁ ଜିଲ୍ଲା ସଭାପତି ଭାବରେ ଚୟନ କରି ଦଳର ମହିଳା ସଙ୍ଗଠନକୁ ମଜଭୁତ କରିବା ପାଇଁ ଏମାନଙ୍କୁ ଗୁରୁ ଦାୟିତ୍ୱ ପ୍ରଦାନ କରିଥିବା ହେତୁ ବଲାଙ୍ଗିରର ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓଙ୍କ ସମେତ ପୂର୍ବତନ ସାସଂଦ କଳିକେଶ ନାରାୟଣ ସିଂହଦେଓ ଏବଂ ଯୁବନେତା ଅର୍କେଷ ନାରାୟଣ ସିଂହଦେଓ ଜିଲ୍ଲା କାର୍ଯ୍ୟକାରୀ ସଭାପତି ଅଶୋକ ମହାନ୍ତି, ଯୁବ ବିଜେଡି ସଭାପତି ରାଜେନ୍ଦ୍ର ପ୍ରସାଦ ହୋତା, ଛାତ୍ର ସଭାପତି ଗୁଞ୍ଜ ଖାନ, ଜିଲ୍ଲା ଓଡିଶା ମୋ ପରିବାର ସଂଯୋଜକ ସାଗର ସଙ୍ଗମ ଶତପଥି, ଜିଲ୍ଲା ଆଇଟି ସଂଯୋଜକ ବିଭୂତି ଭୂଷଣ ମିଶ୍ର ତଥା ବଲାଙ୍ଗିରର ବିଜୁ ଜନତା ଦଳର କର୍ମକର୍ତ୍ତାମାନେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଅର୍ପଣ କରି ତିନି ଜଣ ମହିଳା ସାଙ୍ଗଠିକାଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ।

jittmm
Leave A Reply

Your email address will not be published.