ହସ୍ପିଟାଲ ପରିସରରୁ ମିଳିଲା ମୃତଦେହ

ନୂଆପଡ଼ା : ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ପରିସରରେ ମୃତଦେହ ପଡିଥିବା ଖବର ମିଳିଛି । ମୃତକ କୋମନା ବ୍ଲକ ଲଖନା ଗାଁର କରନ ରାଉତ ବୋଲି ଜଣାପଡିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସୂଚନା ଅନୁଯାୟୀ, ସୋମବାର ଦିନ ଜ୍ୱର ହେଉଥିବାରୁ କରନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସା ହେଉଥିବା ବେଳେ ରାତିରୁ କୁଆଡ଼େ ଚାଲିଯାଇଥିଲେ କରନ । ତାପରେ ତାଙ୍କୁ ବହୁ ଖୋଜା ଖୋଜି କରାଯାଇଥିଲା । କିନ୍ତୁ ତାପରେ ବି ତାଙ୍କର କୌଣସି ପତ୍ତା ମିଳିନଥିଲା । ଶେଷରେ ହସ୍ପିଟାଲ ପରିସରରୁ ତାଙ୍କର ମୃତଦେହ ଠାବ କରାଯାଇଛି । ତେବେ ମୃତ୍ୟୁର ସଠିକ୍‌ କାରଣ ଜଣାପଡିନଥିବା ବେଳେ ନୂଆପଡ଼ା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.