oum

ଲିମ୍ବ ଗଛରୁ ଯୁବକଙ୍କ ମୃତ ଦେହ ଉଦ୍ଧାର

jsm

ଖପ୍ରାଖୋଲ, (କ୍ରିଷ୍ଣା ସେଠୀ) : ବଲାଙ୍ଗିର ଜିଲ୍ଲା ଲାଠୋର ଥାନା ଅନ୍ତର୍ଗତ କରୁଆଁଝର ଗ୍ରାମର ଏକ ଲିମ୍ବ ଗଛରୁ ଯୁବକଙ୍କ ମୃତ ଦେହକୁ ଉଦ୍ଧାର କରିଛି ଲାଠୋର ପୋଲିସ । ଯୁବକ ଜଣକ ନୂଆପଡା ଜିଲ୍ଲା କୋମନା ଥାନା ସେମେଲପାଲି ଗ୍ରାମର ଭାଗ୍ୟବନ୍ତ ପରାଭୁଏ (୩୫)ବୋଲି ଜଣାପଡିଛି । ତାଙ୍କ ଘରେ ଏବେ ମାଁ ରତ୍ନୀ ପରାଭୁଏ ଓ ସ୍ତ୍ରୀ ବୃନ୍ଧା ପରାଭୁଏ ଅଛନ୍ତି । ପରିବାର ଲୋକେ କହିବା ଅନୁସାରେ ଭାଗ୍ୟବନ୍ତ ଓ ବୃନ୍ଧା ୨ ସ୍ୱାମୀ ସ୍ତ୍ରୀ ଦେବଗଡରୁ କାମ କରି ୧ମାସ ହେବ ଫେରିଥିଲେ । ହେଲେ ଭାଗ୍ୟବନ୍ତ ଶନିବାର ଦିନ ୪ ଘଣ୍ଟା ସମୟର ଘରୁ ନିଖୋଜ ଥିଲେ । ପରେ ରବିବାର ୮ ଘଣ୍ଟା ସମୟରେ ଘର ଲୋକେ ଭାଗ୍ୟବନ୍ତ କରୁଆଁଝର ଗ୍ରାମର ଏକ ଲିମ୍ବ ଗଛରେ ଝୁଲୁଥିବା ଖବର ପାଇଥିଲେ ଘଟଣାସ୍ଥଳକୁ ଆସିଥିଲେ । ଲାଠୋର ପୋଲିସ କୌଣସି ସୁତ୍ରରୁ ଖବର ପାଇଁ ଘଟଣାସ୍ଥଳକୁ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

Leave A Reply

Your email address will not be published.