oom

ଦୁର୍ଘଟଣାରେ ବାଇକ ଆରୋହୀ ମୃତ

jsmm

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ଖଡ଼ିଆଳ ୩୫୩ନଂ ଜାତୀୟ ରାଜପଥ ଚକାଡ଼ଙ୍ଗର ଠାରେ ଅଜଣା ବୋଲେରୋ ଧକ୍କାରେ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ସୂଚନା ମତେ ବୋଡେନ ଥାନା ଅନ୍ତର୍ଗତ ବଳଧାଁ ଗ୍ରାମର କ୍ଷୀରସିନ୍ଧୁ କରୁଆ (୨୭) ଏକ ବାଇକ ଯୋଗେ ଖଡ଼ିଆଳରୁ କାମ ସାରି ସନ୍ଧ୍ୟା ସମୟରେ ଘରକୁ ଫେରୁଥିବା ସମୟରେ ୩୫୩ନଂ ଜାତୀୟ ରାଜପଥ ଚକାଡ଼ଙ୍ଗର ପାଖରେ କ୍ଷୀରସିନ୍ଧୁଙ୍କୁ କେଉଁ ଅଜଣା ବୋଲେରୋ ଧକ୍କା ଦେଇ ଫେରାର ହୋଇ ଯାଇଥିଲା । ତାଙ୍କୁ ଗୁରୁତର ଅବସ୍ଥାରେ ଖଡ଼ିଆଳ ପୋଲିସ ଉଦ୍ଧାର କରି ଖଡ଼ିଆଳ ଉପଖଣ୍ଡର ଚିକିତ୍ସାଳୟରେ ଭର୍ତି କରିଥିଲେ । ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖଡ଼ିଆଳ ପୋଲିସ ଦୁର୍ଘଟଣା ଘଟାଇ ଚାଲିଥିବା ବୋଲେରୋର ସନ୍ଧାନ କରୁଥିବା ଆଇଆଇସି କୈଳାଶ ଚନ୍ଦ୍ର ସେଠି ପ୍ରକାଶ କରିଛନ୍ତି ।

jittmm
Leave A Reply

Your email address will not be published.