ବିଦ୍ୟୁତ୍‌ ଆଘାତରେ ୧୯ ପିଲା ମୃତ

ଗଞ୍ଜାମ : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅଧୀନ ଫାଶିଗୁଡ଼ା ଗ୍ରାମର ସାହି ଭିତରେ ବନ୍ଥପଲ୍ଲୀ ପଞ୍ଚାୟତ ଚାଞ୍ଚଡ଼ାପଲ୍ଲୀ ନାଟକ ଗ୍ରୁପ୍ ପକ୍ଷରୁ ରାମାୟଣ ନାଟକ ପରିବେଷଣ ଆରମ୍ଭ ହୋଇଥିଲା । ମଧ୍ୟାହ୍ନରେ ବର୍ଷା ଯୋଗୁ ନାଟକକୁ ଅଧାରୁ ବନ୍ଦ ରଖାଯାଇଥିଲା । କିନ୍ତୁ ବିଦ୍ୟୁତ୍‌ ସଂଯୋଗକୁ ବିଚ୍ଛିନ୍ନ କରାଯାଇ ନଥିଲା । ଏହି ସମୟରେ କିଛି ଛୋଟପିଲା ମଞ୍ଚ ଉପରକୁ ଚଢ଼ିଥିବା ବେଳେ ଆଉ କିଛି ପିଲା ମଞ୍ଚର ଲୁହାବାଡ଼କୁ ଧରି ଛିଡ଼ା ହୋଇଥିଲେ । ହଠାତ୍‌ ମଞ୍ଚରେ କରେଣ୍ଟ୍‌ ଚାର୍ଜ ହୋଇଯିବାରୁ ସମସ୍ତଙ୍କୁ ବିଦ୍ୟୁତ୍‌ ଆଘାତ ଲାଗିଥିଲା । କିଛି ପିଲା ମଞ୍ଚରୁ ପଡ଼ିଯାଇଥିଲେ । ଚିତ୍କାର ଶୁଣି ସେଠାରେ ଥିବା କର୍ମଚାରୀମାନେ ତୁରନ୍ତ ବିଦ୍ୟୁତ୍‌ ସଂଯୋଗକୁ ବିଚ୍ଛିନ୍ନ କରିଥିଲେ । ତୁରନ୍ତ ସମସ୍ତଙ୍କୁ ଉଦ୍ଧାର କରି ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଥିଲା । ପରେ ଦୁଇଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ଉଭୟଙ୍କୁ ଏମ୍‌କେସିଜିକୁ ସ୍ଥାନାନ୍ତର କରାଯାଇଥିଲା । ୧୯ ଜଣ ପିଲା ମୃତ । ଘଟଣାରେ ଜଡ଼ିତ ୫ଜଣଙ୍କୁ ଗିରଫ କରିଛି ପୁଲିସ ।

Leave A Reply

Your email address will not be published.