jayashree

ନୂତନ ଜିଲ୍ଲାପାଳ ଭାବେ ମୋନିଷା ବାନାର୍ଜୀ କାର୍ଯ୍ୟଭାର ଗ୍ରହଣ କଲେ : କହିଲେ, କୃଷି ଓ କୃଷକଙ୍କ ସମାସ୍ୟାକୁ ଗୁରୁତ୍ୱ ଦେବି

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : କୃଷି ପ୍ରଧାନ ବରଗଡ଼ ଜିଲ୍ଲାର କୃଷି ଓ କୃଷକଙ୍କ ପ୍ରତି ପ୍ରାଥମିକତା ଦିଆଯିବ । ସେହିପରି କୋଭିଡ ତୃତୀୟ ଲହର ମୁକାବିଲା ପାଇଁ ପ୍ରସ୍ତୁତ ଜିଲ୍ଲା ପ୍ରଶାସନ ସଜାଗ ରହିବ ବୋଲି ଆଜି ବରଗଡ଼ର ନୂତନ ଜିଲ୍ଲାପାଳ ମୋନିଷା ବାନାର୍ଜୀ ଆଇଏଏସ କାର୍ଯ୍ୟଭାର ଗ୍ରହଣ କରି କହିଛନ୍ତି । ସରକାରଙ୍କ ସମସ୍ତ ଯୋଜନାର ଯେପରି ସଫଳ ରୂପାୟନ ହୋଇପାରିବ ସେଥିପ୍ରତି ଦୃଷ୍ଟି ଦିଆଯିବ । ”୫ଟି” ଯୋଜନା ମଧ୍ୟ ଜିଲ୍ଲାରେ କାର୍ଯ୍ୟକାରୀ କରି ଶିକ୍ଷା ଓ ସ୍ୱାସ୍ଥ୍ୟର ବିକାଶ ଦିଗରେ କାର୍ଯ୍ୟ କରାଯିବ । ଜିଲ୍ଲାରେ ଚାଷୀଙ୍କ ଧାନବିକ୍ରି ଗୋଟିଏ ମୁଖ୍ୟ ସମସ୍ୟା ରହିଛି, ଏହା କିପରି ସମାଧାନ ହୋଇପାରିବ ସେଥିପାଇଁ ଚାଷୀ, ମିଲର୍ସଙ୍କ ସହଯୋଗର ଆବଶ୍ୟକତା ରହିଛି ବୋଲି ନୂତନ ଜିଲ୍ଲାପାଳ ସୁଶ୍ରୀ ବାନାର୍ଜୀ ସାମ୍ବାଦିକ ମାନଙ୍କୁ ସୂଚନା ଦେଇଥିଲେ ।

Leave A Reply

Your email address will not be published.