om academy

ଓଲଟିଲା ମାଛ ବୋଝେଇ ମିନି ଟ୍ରକ : ରାସ୍ତା ମାଛମୟ

jsm

ନୟାଗଡ଼ : ଏକ କାର୍‌କୁ ଧକ୍କା ଦେଇ ଓଲଟି ପଡ଼ିଗଲା ମାଛ ବୋଝେଇ ମିନି ଟ୍ରକ । ଫଳରେ କିଛି ସମୟ ପାଇଁ ରାସ୍ତା ମାଛମୟ ହୋଇଗଲା । ଏପରି ଦୁର୍ଘଟଣା ଗତ ରାତିରେ ନୟାଗଡ଼ ଜିଲ୍ଲା ଓଡ଼ଗାଁଠାରେ ଘଟିଯାଇଛି । ଗତ ରାତିରେ ଏକ ମାଛ ବୋଝେଇ ମିନିଟ୍ରକ ନୟାଗଡ଼ରୁ ଭଞ୍ଜନଗର ଅଭିମୁଖେ ଯାଉଥିଲା । ଓଡ଼ଗାଁ ରଘୁନାଥଜୀଉ ମହାବିଦ୍ୟାଳୟ ସମ୍ମୁଖରେ ଏକ କାର୍‌ ସହ ମିନି ଟ୍ରକର ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ମାଛ ଗାଡିଟି ଓଲଟି ପଡି ସାରା ରାସ୍ତା ମାଛମୟ ହୋଇଯାଇଥିଲା । ତେବେ ଘଟଣାସ୍ଥଳରେ ଓଡ଼ଗାଁ ପୁଲିସ୍‌ ପହଞ୍ଚି ରାସ୍ତାରୁ ମାଛ ଉଦ୍ଧାର କରିବା ସହ ଦୁର୍ଘଟଣାଗ୍ରସ୍ତ ଦୁଇଟି ଗାଡ଼ିକୁ ଜବତ କରିଥିବା ସୂଚନା ମିଳିଛି । ଏହି ଦୁର୍ଘଟଣାରେ ମିନିଟ୍ରକ ଡ୍ରାଇଭର ଆହତ ହୋଇଥିବା ବେଳେ ତାଙ୍କୁ ଓଡଗାଁ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି ।

Leave A Reply

Your email address will not be published.