ଜିଲ୍ଲାପାଳ ଓ ଏସ୍‌ପିଙ୍କ ଦ୍ଵାରା ମୁରିବାହାଲରେ ଶ୍ରୀଅନ୍ନ ଯୋଜନାରେ ମିଲେଟ ଟିଫିନ୍ ସେଣ୍ଟର୍ ଉଦ୍‌ଘାଟିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସଦର ମହକୁମା ରାଧାକୃଷ୍ଣ ଓ ଶିବ ମନ୍ଦିର ଛକରେ ବଲାଙ୍ଗିର ଜିଲ୍ଲାପାଳ ଗୌରବ ଶିବାଜୀ ଇସଲୱାର ଓ ଏସ୍‌ପି ଋଷିକେଶ ଖିଲାରୀଙ୍କ ଦ୍ଵାରା ଶ୍ରୀ ଅନ୍ନ ଯୋଜନାରେ ଏକ ମିଲେଟ୍ ଟିଫିନ୍ ସେଣ୍ଟର୍ ଉଦ୍‌ଘାଟିତ ହୋଇଯାଇଛି । କ୍ଷୁଦ୍ରଶସ୍ୟ ଯଥା ମାଣ୍ଡିଆ, ଗୁର୍ଜି, କୋଦୋ, ବାଜରା ଓ ଅନ୍ୟାନ୍ୟ ଶ୍ରୀ ଅନ୍ନ ଅଭିଯାନ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଆଶା ଅନୁଷ୍ଠାନ କାର୍ଯ୍ୟ କରୁଛନ୍ତି । ଏହି ଯୋଜନା ଜରିଆରେ ମା’ ରାଧାରାଣୀ ସ୍ୱୟଂ ସହାୟକ ଦଳ ମୁରିବାହାଲଙ୍କ ଦ୍ୱାରା କ୍ଷୁଦ୍ରଶସ୍ୟର ବିଭିନ୍ନ ପ୍ରକାର ବ୍ୟଞ୍ଜନ ପ୍ରସ୍ତୁତ କରିବା ପାଇଁ ଏହି ମିଲେଟ ଟିଫିନ ସେଣ୍ଟର ଖୋଲାଯାଇଛି । ଜିଲ୍ଲାପାଳ ଓ ଏସ୍‌ପି ସୋମବାର ମୁରିବାହାଲ ଗସ୍ତ ବେଳେ ଏହି ମିଲେଟ ଟିଫିନ ସେଣ୍ଟରର ଶୁଭାରମ୍ଭ କରିଥିଲେ ।ଏହି କାର୍ଯ୍ୟକ୍ରମରେ ବିଡ଼ିଓ ପୂର୍ଣ୍ଣାନନ୍ଦ ପୁଟେଲ, ଶ୍ରୀ ଅନ୍ନ ଅଭିଯାନର ସ୍କିମ ଅଫିସର ସୁନନ୍ଦା ସାହୁ, ସୁଧାକର ନନ୍ଦ, ବିଏଓ ଆନନ୍ଦ କୁମାର ମଲ୍ଲିକ, ଏଏଓ ଅବିନାଶ ପାଣିଗ୍ରାହୀ, ଗୁଲସନ ମହନ୍ତ ,ବିପିଏମ୍‌ ଡ. ଗୋପାଳକୃଷ୍ଣ ଦୀପ, ବିପିସି ଉଜ୍ଜ୍ୱଳ ପଟେଲ, ଆତ୍ମା ଅଧ୍ୟକ୍ଷ ସୁରେଶ ଭୋଇ, ଏଟିଏମ୍‌ ବିଶ୍ୱରଂଜନ ବେହେରା, ୱାସନ ଡିପିଶି ଯଶୋବନ୍ତ ନାୟକ, ଆଲୋକ ରଞ୍ଜନ ନାୟକ, କବିସ ଅଗସ୍ତି, ୱାପି ଅର୍ପଣ ଭଟ୍ଟାଚାର୍ଯ୍ୟ ଏବଂ ଆଶା ଅନୁଷ୍ଠାନର ସମ୍ପାଦକ ଭାସ୍କର ସାହୁଙ୍କ ସହ ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ ।

Leave A Reply

Your email address will not be published.

error: Content is protected !!