oom

ଯୁଦ୍ଧକାଳୀନ ଭିତ୍ତିରେ ମଶାରୀ ବଣ୍ଟନ କାର୍ଯ୍ୟକ୍ରମ ଆଗେଇ ଚାଲିଛି

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ ସ୍ଥିତ ଏକ ମାତ୍ର ବୁକୁରାମୁଣ୍ଡା ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ର ନିଘଂଚ ପାହାଡ ପର୍ବତ ଘେରା ଅଞ୍ଚଳରେ ଅବସ୍ଥିତ । ଏ ଅଞ୍ଚଳରେ ମୁଖ୍ୟତଃ ମେଲେରିଆ ଜ୍ୱର ପ୍ରାୟତଃ ଲାଗି ରହିଥାଏ । ଓଡିଶା ମାନଚିତ୍ରରେ ଅନ୍ୟ କେଇ ଜିଲ୍ଲା ଭଳି ବରଗଡ ଜିଲ୍ଲାର ପାଇକମାଲ ବ୍ଲକ ମେଲେରିଆ ପ୍ରପୀଡିତ ଅଂଚଳ ଭାବେ ବିବେଚିତ ହୋଇ ସାରିଛି ।

ମେଲେରିଆକୁ ରୋକିବା ପାଇଁ ଏଠାକାର ମହିଳା ସ୍ୱାସ୍ଥ୍ୟକର୍ମୀ, ପୁରୁଷ ସ୍ୱାସ୍ଥ୍ୟକର୍ମୀ, ଗ୍ରାମ ମାନଙ୍କରେ ନିୟୋଜିତ ଆଶାଦିଦି ସମେତ ମେଲେରିଆରେ ଜଡିତ କର୍ମଚାରୀଗଣ ସଦାବେଳେ ଚେଷ୍ଟିତ । ମେଲେରିଆ କିଛି ମାତ୍ରାରେ ଆଂଶିକ ଥମିଛି, ହେଲେ ସଂପୂର୍ଣ୍ଣମାତ୍ରାରେ ଯୁଦ୍ଧ ଜିତା ଯାଇନି । ଏଇ କାରଣରୁ ରାଜ୍ୟ ସରକାର ମେଲେରିଆ ପ୍ରବଣ ଅଂଚଳ ଗୁଡିକୁ ମାଗଣାରେ ମଶାଦାଉରୁ ରକ୍ଷା କରିବା ସକାଶେ ଲୋକଙ୍କୁ ମଶାରୀ ବଣ୍ଟନ ପ୍ରକ୍ରିୟା ଜାରି ରଖିଛନ୍ତି । ଏ ପରିପ୍ରେକ୍ଷୀରେ ବୁକୁରାମୁଣ୍ଡା ସିଏଚସି ରେ ଯୁଦ୍ଧକାଳୀନ ଭିତ୍ତିରେ ମଶାରୀ ବଣ୍ଟନ ଜାରି ରହିଛି । ଆଜି ବୁକୁରାମୁଣ୍ଡା ସବସେଣ୍ଟରର କାର୍ୟ୍ୟରତ ମହିଳା ସ୍ୱାସ୍ଥ୍ୟକର୍ମୀ ଶ୍ରୀମତୀ କବିତାଂଜଳି ଦାଶଙ୍କ ତତ୍ୱାବଧାନରେ ଲହଙ୍ଗୀର ଗ୍ରାମଠାରେ ମଶାରୀ ବଣ୍ଟନ ଚାଲି ଥିବାବେଳେ ଲଖମରା ସବସେଣ୍ଟରର ମହିଳା ସ୍ୱାସ୍ଥ୍ୟକର୍ମୀ ସସ୍ମିତା ବେହେରା କୁଧେରନପାଲି ଠାରେ ଟେମରୀ ଗ୍ରାମରେ ମହିଳା ସ୍ୱାସ୍ଥ୍ୟକର୍ମୀ ରଂଜିତା ଦାଶ, ବାଦିକଟା ସବସେଣ୍ଟରରେ ମହିଳା ସ୍ୱାସ୍ଥ୍ୟକର୍ମୀ ଶ୍ରୀମତୀ ଜେମାଦେଇ ବିଶ୍ୱାଳ ଗଣ୍ଡପାଲିରେ ଲୋକଙ୍କୁ ମାକ୍ସ ପିନ୍ଧି ସାମାଜିକ ଦୂରତା ପାଳନ ମୁତାବକ ସୁରୁଖୁରୁରେ ମଶାରୀ ବଣ୍ଟନ କରି ଚାଲିଛନ୍ତି । ଉକ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧୀନରେ ଛତିଶଗଡ ରାଜ୍ୟକୁ ଲାଗିଥିବା ଚର୍ଦାପାଲି ଗ୍ରାମ ପଞ୍ଚାୟତଟି ଅଙ୍ଗନଦୀ ଆର ପାରିରେ ।

ଆଜି ଉକ୍ତ ଗ୍ରାମ ପଞ୍ଚାୟତ ସରପଞ୍ଚ ଗିରିଶ ଚନ୍ଦ୍ର ନାଏକ ପ୍ରାରମ୍ଭେ ମଶାରୀ ବଣ୍ଟନ କରିଥିଲେ । ଏଠାକାର କାର୍ୟ୍ୟରତ ମହିଳା ସ୍ୱାସ୍ଥ୍ୟକର୍ମୀ ଶ୍ରୀମତୀ କଲ୍ୟାଣୀ ଶବର ତଦାରଖ ଦାୟିତ୍ୱରେ ଅଛନ୍ତି । ସବୁଠି ସୁରୁଖୁରୁରେ କାମ ହେଉଛି ନା କିଛି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଉଛି ତାକୁ ନିରେଖିବା ପାଇଁ ଡାକ୍ତର ସୌମ୍ୟରଂଜନ ପଟ୍ଟନାୟକ, ସାନୁଜ ଦାଶ, ସୁପରଭାଇଜର ରବିନ୍ଦ୍ର ମୋହନ ଦାଶ ପ୍ରମୁଖଙ୍କୁ ନେଇ ଏକ କମିଟୀ ଗଠନ କରି ସବୁ ସବସେଣ୍ଟରରେ କାର୍ୟ୍ୟକ୍ରମର ବୁଝାବୁଝି କରୁଛନ୍ତି । ଅଙ୍ଗନଦୀ ପାର ହୋଇ ଚର୍ଦାପାଲି ଗ୍ରାମ ପଞ୍ଚାୟତ ଯିବାକୁ ପଡିଥାଏ । ଆଜି ତଦାରଖ ଦଳ ନୌକା ସାହାର୍ୟ୍ୟରେ ପାର ହୋଇ ଚର୍ଦାପାଲି ସବସେଣ୍ଟରର ଲୁହୁରାକୋଟ ଗ୍ରାମରେ ପହଂଚିଥିଲେ । ସେଠାରେ ମଧ୍ୟ ଖୁବ ସୁନ୍ଦର ଭାବେ ମଶାରୀ ବଣ୍ଟନ ଚାଲିବା ଦେଖି ଖୁସି ହୋଇ ଯାଇଥିଲେ । ଏହା ଆଗକୁ ଆଉ କିଛିଦିନ ସମସ୍ତ ଗ୍ରାମରେ ଜାରି ରହିବ ବୋଲି ତଦନ୍ତକାରୀ ଦଳଙ୍କ ଠାରୁ ପ୍ରକାଶ ।

jittmm
Leave A Reply

Your email address will not be published.