oum

ମନ୍ଥର ଗତିରେ ହେଉଥିବା ଉନ୍ନୟନ କାମକୁ ନେଇ ବଢ଼ୁଛି ଅସନ୍ତୋଷ : ବିଡିଓଙ୍କ କୋଠରୀକୁ ତାଲା ଦେଇ ଆନ୍ଦୋଳନରେ ବସିଲେ ବ୍ଲକ ଅଧ୍ୟକ୍ଷାଙ୍କ ସହ ଜନ ପ୍ରତିନିଧି

jsm

ଦେଓଗାଁ, (ମନୀଷ କୁମାର ସାହୁ) : କିଛି ମାସ ହେଲା ଦେଓଗାଁ ବ୍ଳକରେ ଉନ୍ନୟନ କାମ ଆଖି ଦୃଶିଆ ଭାବେ ଅଗ୍ରଗତି କରୁନାହିଁ । ମୁଖ୍ୟତଃ ୨୦୧୯ ବର୍ଷାରେ ଭାଙ୍ଗିଯାିଥିବା ରାସ୍ତା ମରାମତି କରିବା ପାଇଁ ଆସିଥିବା ଅର୍ଥ ପଡି ରହିଛି । ସରକାରୀ ନିୟମ ଅନୁସାରେ ବିଭାଗୀୟ ଅଧିକାରୀଙ୍କ ନାମରେ କାମ କରିବାକୁ ଦାବୀ କରାଯାଉଥିଲେ ମଧ୍ୟ କାମ ଆରମ୍ଭ ହୋଇନାହିଁ । ଏ ସଂକ୍ରାନ୍ତରେ ଗତ ୨୧ ତାରିଖ ଦିନ ହୋଇଥିବା ପଞ୍ଚାୟତ ସମିତି ବୈଠକରେ ପଞ୍ଚାୟତ ସମିତି ଅଧ୍ୟକ୍ଷାଙ୍କ ସହ ସମିତି ସଭ୍ୟ ଓ ସରପଞ୍ଚମାନେ ୭ ଦିନ ମଧ୍ୟରେ ଏଫଡିଆର କାମ ଆରମ୍ଭ ନ କଲେ ତାଲା ବନ୍ଦ କରାଯିବ ବୋଲି ଚେତାବନୀ ଦେଇଥିଲେ । ସେହି ସମୟ ସୀମା ମଧ୍ୟରେ କାମ ଆରମ୍ଭ ହୋଇ ନଥିବାରୁ ସୋମବାର ୧୦ଟା ସମୟରୁ ବିଡିଓ କୋଠରୀରେ ତାଲା ଦେଇ କାର୍ୟ୍ୟାଳୟ ସମ୍ମୁଖରେ ବସିଥିବା ଦେଖିବାକୁ ମିଳିଥିଲା ।

ସୂଚନା ଯୋଗ୍ୟ ଯେ, ୨୧ ତାରିଖ ଦିନ ସମିତି ବୈଠକରେ ଦିଆଯାଇଥିବା ଚେତାବନୀ ବିଷୟରେ ଗତ ୩୧ ତାରିଖ ଦିନ ଗଣମାଧ୍ୟମରେ ଏଫଡିଆର କାମକୁ ନେଇ ବଢ଼ୁଛି ଅସନ୍ତୋଷ ଶୀର୍ଷକ ଖବର ପ୍ରକାଶ ପାଇଥିଲା । ସେହି ସମୟରେ ଦେଓଗାଁ ବ୍ଳକ ସରପଞ୍ଚ ସଂଘର ସଭାପତିଙ୍କ ଦୟାନିଧି ଖମାରୀଙ୍କୁ ପଚାରିବାରୁ ସମୟ ଅତିକ୍ରମ କରିଥିବା ବିଷୟକୁ ସ୍ୱୀକାର କରିବା ସହ ବିଭିନ୍ନ ଛୁଟି ଯୋଗୁଁ ସୋମବାର ଦିନ ତାଲା ବନ୍ଦ କରାଯିବ ବୋଲି କହିଥିଲେ । ଏ ସଂକ୍ରାନ୍ତରେ ବ୍ଳକ ଅଧ୍ୟକ୍ଷା ରୀନା ମେହେରଙ୍କୁ ପଚାରିବାରୁ ବିଭିନ୍ନ ଉନ୍ନୟନ କାମ ମନ୍ଥର ଗତିରେ ଚାଲିବା ସହ ଅନେକ ଯୋଜନା ଠପ୍‌ ହୋଇ ପଡ଼ିଛି । ବାରମ୍ବାର ବିଡିଓଙ୍କୁ ନିର୍ଦେଶ ଦେବା ପରେ ମଧ୍ୟ କାମ ନ ହେବାରୁ ଏପରି ପଦକ୍ଷେପ ନିଆଗଲା ବୋଲି କହିଛନ୍ତି । ଏହି କାର୍ୟ୍ୟକ୍ରମରେ ଅଧ୍ୟକ୍ଷା ରୀନା ମେହେର, ଉପାଧ୍ୟକ୍ଷ ରାଜୁ ବାଗ, ସମିତି ସଭ୍ୟ ଗୁନୀ ବାଗ, ରଞ୍ଜୁ ଭୋଇ, ଜନ୍ମେଜୟ ସାହୁ, ଜୁଗନ୍ନ ପଧାନ, ଛବିଲ ମାଝି, ପରଛ ଷାଣ୍ଢ, ପବିତ୍ର ସୁନା, ଦିଲିପ ମହାନ୍ତି, ଛବିଲାଲ ବେହେରା, ଅମର ଭୋଇ, ସତ୍ୟବତୀ ପୁଟା ସହ ସରପଞ୍ଚ ସଂଘର ସଭାପତି ଦୟାନିଧୀ ଖମାରୀ, ମମତା କୁମୁରା, ଜୟ ରଣା ପ୍ରମୁଖ ଯୋଗ ଦେଇଥିଲେ ।

Leave A Reply

Your email address will not be published.