ଶ୍ରୀଜଗନ୍ନାଥ ମନ୍ଦିରରେ ଆୟୁଧ ସ୍ଥାପନ

ରାଉରକେଲା, (ସସ୍ମିତା ପ୍ରଧାନ) : କୋଏଲ ନଗର ଏ ବ୍ଲକ୍ ସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିରରେ ମହାପ୍ରଭୁଙ୍କର ଆୟୁଧ ଚକ୍ର, ତ୍ରିଶୂଳ ତଥା ଇନ୍ଦ୍ର ଇନ୍ଦ୍ରାଣୀଙ୍କ ମୂର୍ତ୍ତି ସ୍ଥାପନ କରାଯାଇଛି । ପୁରୀରୁ ଆସିଥିବା ପଣ୍ଡିତ ଜ୍ୟୋତିକାନ୍ତ ତ୍ରିପାଠୀ ମୁଖ୍ୟ ପୂଜକ ଭାବେ ଯୋଗଦେଇ ଉକ୍ତ କାର୍ଯ୍ୟକୁ ସମ୍ପାଦନ କରିଥିଲେ । ଏଥିପାଇଁ ୧୭ ତାରିଖ ଦିନ କଳସ ଯାତ୍ରା, ସୂର୍ଯ୍ୟ ପୂଜା, ଗୋପୂଜା, ମଣ୍ଡଳ ପୂଜା, ଅଗ୍ନି ସ୍ଥାପନ ଓ ଗର୍ଭାଧାନ ଓ ୧୮ ତାରିଖ ଦିନ ସୂର୍ଯ୍ୟ ପୂଜା, ଗୋପୂଜା, ମଣ୍ଡଳ ପୂଜା, ଦେବ ଉତ୍ଥାପନ, ମହାସ୍ନାନ, ନ୍ୟାଶ ଓ ପୂର୍ଣ୍ଣାହୁତି କରାଯାଇ କାର୍ଯ୍ୟ ସମ୍ପାଦନ କରାଯାଇଥିଲା । ଏଥି ସହିତ ସହସ୍ରାଧିକ ଭକ୍ତଙ୍କ ନିମନ୍ତେ ପ୍ରସାଦ ସେବନର ବନ୍ଦୋବସ୍ତ କରାଯାଇଥିଲା । ଏହି ସମସ୍ତ କାର୍ଯ୍ୟକ୍ରମରେ ପଣ୍ଡିତ ଶ୍ରୀ ତ୍ରିପାଠୀଙ୍କ ସମେତ କର୍ତ୍ତା ଭାବେ ଡ଼ଃ. ସନାତନ ପ୍ରଧାନ ଓ ବିନୋଦିନୀ ପ୍ରଧାନ, ଅନ୍ୟ ପୂଜକ ଗଙ୍ଗାଧର ରଥ, ପ୍ରସନଜିତ ପାଣିଗ୍ରାହୀ, ଶିବପ୍ରସାଦ ଦାଶ ପ୍ରମୁଖ ସହଯୋଗ କରିଥିଲାବେଳେ କାର୍ଯ୍ୟକ୍ରମ ପରିଚାଳନାରେ ଟ୍ରଷ୍ଟି ଆଲୋକ ରଂଜନ ମଲ୍ଲିକ, ବ୍ରଜେନ୍ଦ୍ର ଦାଶ, ପ୍ରଦୀପ ପଣ୍ଡା, ଅମୂଲ୍ୟ ମିଶ୍ର, ମନୋଜ କୁମାର ପଣ୍ଡା, ମାଧବ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।

Leave A Reply

Your email address will not be published.