oom

ବିଜେଡିର ଜବାବ୍‌, ହୀନ ରାଜନିତୀ କରୁଛି କଂଗ୍ରେସ : ନ୍ୟାୟପ୍ରାପ୍ତି ପାଇଁ ସମସ୍ତ ସହଯୋଗ କରିବି ବୋଲି କହିଲେ ରାଜେନ୍ଦ୍ର ହୋତା

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ମାକଡଚୁଆଁ ଆଦିବାସୀ ଯୁବକଙ୍କୁ ଆକ୍ରମଣ ଘଟଣାର ଏପର୍ୟ୍ୟନ୍ତ କୌଣସି ନିର୍ୟ୍ୟାସ ବା ସମାଧାନ ବାହାରି ନଥିବା ବେଳେ ଏହି ଘଟଣା ଦୁଇ ଗୋଷ୍ଠୀରୁ ଦୁଇ ପରିବାର ଓ ପରେ ପରେ ଦୁଇ ରାଜନୈତିକ ବିରୋଧୀ ଦଳ ମଧ୍ୟରେ ଆରୋପ ପ୍ରତ୍ୟାରୋପର କାରଣ ପାଲଟିଛି । ଗତକାଲି ଏହି ଘଟଣାରେ ସଦର ଥାନା ଘେରାଉ କରିବା ସହ କଂଗ୍ରେସ ଦଳ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରି ଉକ୍ତ ଘଟଣାରେ ବିଜେଡି ନେତା ରାଜେନ୍ଦ୍ର ହୋତା ମୂଖ୍ୟ ଅଭିଯୁକ୍ତ ଥିବା ଦର୍ଶାଇ ତାଙ୍କର ଗିରଫ ତଥା ପଦରୁ ନିଲମ୍ବନ ଦାବୀ କରିଥିଲା । ଆଜି ଜିଲ୍ଲା ବିଜୁ ଜନତା ଦଳ ସମାନ ସ୍ଥାନ ଓ ସମୟରେ ସାମ୍ବାଦିକ ସମ୍ମିଳନୀ କରି ସାମ୍ବାଦିକଙ୍କ ସମ୍ମୁଖରେ ଦଳର ଉତ୍ତର ରଖିଛି । ଜିଲ୍ଲା ବିଜେଡି ଉପସଭାପତି ପ୍ରଦୀପ ଗୁରୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ଦଳ ମାକଡଚୁଆଁର ଦୁଇ ପରିବାର ଓ ଗୋଷ୍ଠୀ ମଧ୍ୟରେ ଫାଟ ସୃଷ୍ଟି କରି ଅତି ହୀନ ରାଜନିତୀ କରୁଛି ବୋଲି ବଜେଡି କହିଛି । ଯୁବ ନେତା ରାଜେନ୍ଦ୍ର ହୋତା ଏହି ଘଟଣାରେ ସଂପୁର୍ଣ୍ଣ ନିର୍ଦ୍ଦୋଷ ଥିବା ବେଳେ କଂଗ୍ରେସ ଦଳ ତାଙ୍କର ସାଂଗଠନିକ ସାମର୍ଥ୍ୟ ଓ ରାଜନୈତିକ ଉତ୍ଥାନ ପ୍ରତି ଅସୁହା ମନୋଭାବ ରଖି ଲୋକଙ୍କୁ ତାଙ୍କ ବିପକ୍ଷରେ ଅଯଥା ଉତ୍ତେଜିତ କରୁଛି । ଘଟଣାର ସମାଧାନ ପାଇଁ ଯାଇଥିବା ସରପଞ୍ଚ ତଥା ଗାଁ ମାଟିର ପୁଅ ଶ୍ରୀ ହୋତାଙ୍କ ବିରୁଦ୍ଧରେ ଲୋକଙ୍କୁ ପ୍ରବର୍ତ୍ତାଇ ତାଙ୍କୁ ବଦନାମ କରିବାର ହୀନ ପ୍ରୟାସ କରୁଛି । ଅପରାଧିକ ପୃଷ୍ଠଭୁମି ସହାୟତାରେ କିଏ ରାଜନୀତି କରି ଆସିଛି, ବାଲାଙ୍ଗିରବାସୀଙ୍କୁ ତାହା ବେଶ ଜଣା । ଏହି ଦଳର ସଦସ୍ୟମାନେ ରାଜନୈତିକ ଉଦ୍ଦେଶ୍ୟରେ ଥାନା ଓ ବ୍ଲକ ପୋଡିବାର ଅତୀତରେ ନଜିର ରହିଛି । ତେଣୁ ସେମାନେ ଅନ୍ୟକୁ ଅପରାଧୀ କହିବା ପୁର୍ବରୁ ନିଜକୁ ଟିକିଏ ପରଖି ନିଅନ୍ତୁ ବୋଲି ଦଳର ନେତାମାନେ ସାମ୍ବାଦିକମାନଙ୍କୁ କହିଥିଲେ । ସେହିପରି ବରକାନୀ ପଞ୍ଚୟତ ସରପଞ୍ଚ ତଥା ଜିଲ୍ଲା ଯୁବ ବିଜେଡି ସଭାପତି ରାଜେନ୍ଦ୍ର ହୋତା ଏହି ସମ୍ମିଳନୀରେ ଯୋଗ ଦେଇ କହିଥିଲେ ଯେ, ମୋର ବିପକ୍ଷରେ ହୋଇଥିବା ଅଭିଯୋଗ ସମ୍ପୁର୍ଣ୍ଣ ଭିତ୍ତିହୀନ । ପୋଲିସ ଏତଲାରେ ମୋ ନାଁ ମଧ୍ୟ ନାହିଁ । ଗାଁର ଯୁବକ ତଥା ସରପଞ୍ଚର ଦାୟିତ୍ୱ କ୍ରମେ ପୋଲିସ ଉପସ୍ଥିତିରେ ମୁଁ କେବଳ ଉଭୟ ପରିବାରଙ୍କୁ ବୁଝାସୁଝା କରି ଗାଁରେ ଶାନ୍ତି ପ୍ରତି‌ଷ୍ଠା କରିବା ପାଇଁ ଚେଷ୍ଟା କରିଥିଲି । କିନ୍ତୁ ମିର୍ଦ୍ଧା ପରିବାରଙ୍କୁ ମୋ ବିରୁଦ୍ଧରେ ପ୍ରବର୍ତ୍ତାଇ ମୋତେ ବଦନାମ କରିବାର ପ୍ରୟାସ କରାଯାଉଛି । ଯଦି ଆବଶ୍ୟକ ହୁଏ ତେବେ ବିଜୁ ଜନତା ଦଳର ଗୋଟିଏ ଶୃଙ୍ଖଳିତ ସଦସ୍ୟ ଭାବେ ମୁଁ ତଦନ୍ତରେ ନ୍ୟାୟପ୍ରାପ୍ତି ପାଇଁ ସଂପୁର୍ଣ୍ଣ ସହେଯାଗ କରିବି ବୋଲି ଶ୍ରୀ ହୋତା ନିଜ ପ୍ରତିକ୍ରିୟାରେ କହିଛନ୍ତି । ଆଜିର ଏହି ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ବିଜୁ ଜନତା ଦଳର ଜିଲ୍ଲା ସାଧାରଣ ସଂପାଦକ କୈଳାସ ଚନ୍ଦ୍ର ମହାନ୍ତି, ବରିଷ୍ଠ ସଭ୍ୟ ଲକ୍ଷ୍ମଣ ମେହେର, ପୁର୍ବତନ ପୌର ଅଧ୍ୟକ୍ଷ ପ୍ରଦୀପ ସାହୁ, ଓଡିଶା ମୋ ପରିବାର ଅଧ୍ୟକ୍ଷ ସାଗର ସଙ୍ଗମ ଶତପଥି ଓ ଛାତ୍ର ସଭାପତି ଗୁଞ୍ଜ ଖାନ ମଞ୍ଚାସୀନ ଥିଲେ ।

jittmm
Leave A Reply

Your email address will not be published.