ଧର୍ମପ୍ରାଣ ମହିଳା ବେଲମତୀ ସାହୁଙ୍କ ପରଲୋକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ ଡୁମ୍ବେରବାହାଲ ଗ୍ରାମ ସାମ୍ବାଦିକ ବନବାସ ସାହୁଙ୍କ ମାତା ଧର୍ମପ୍ରାଣା ମହିଳା ବେଲମତୀ ସାହୁ(୯୦)ଙ୍କ ଗତ ରାତିରେ ପରଲୋକ ହୋଇଯାଇଛି । ସ୍ୱର୍ଗୀୟା ସାହୁଙ୍କ ପରିବାର ଗତ ୨୩ ବର୍ଷ ହେଲା ଅତାବିରା ଥାନା ଜହ୍ନାପଡା କର୍ଣ୍ଣାଟିକା ଗ୍ରାମରୁ ଆସି ପାଇକମାଲ ବ୍ଲକ ମାଣ୍ତୋସିଲ ଗ୍ରାମ ପଞ୍ଚାୟତ ଡୁମ୍ବେରବାହାଲ ଗ୍ରାମରେ ଚାଷବାସ କରି ରହି ଆସୁଛନ୍ତି । ବେଲମତୀ ସାହୁ ଜଣେ ଧର୍ମପ୍ରାଣ, ପରୋପକାରୀ, ମିଷ୍ଟଭାଷିଣୀ ତଥା ଯେ କେହି ହୁଅନ୍ତୁ ନା କାହିଁକି, ସମସ୍ତଙ୍କ ପ୍ରତି ଅନାବିଳ ସ୍ନେହ ମମତା ରଖିଥିବା ଭଳି ମହିଳା । ସେ ଗତ କିଛି ମାସ ହେଲା ବାର୍ଦ୍ଧକ୍ୟ ଜନିତ କାରଣରୁ ଶର୍ଯ୍ୟାଶାୟୀ ଥିଲେ । ତାଙ୍କ ମୃତ୍ୟୁ ଶର୍ଯ୍ୟା ନିକଟରେ ଚାରି ପୁଅ ସନ୍ତୋଷ ସାହୁ, ଶିବ ପ୍ରସାଦ ସାହୁ, ଲୋଚନ ସାହୁ, ସାମ୍ବାଦିକ ବନବାସ ସାହୁ, ଚାରି ବୋହୁ, ନାତି ନାତୁଣୀ, ନାତି ବୋହୁମାନେ ଉପସ୍ଥିତ ଥିଲେ । ଆଜି ସକାଳେ ସ୍ଥାନୀୟ ଶ୍ମଶାନ ଘାଟରେ ଠାରେ ଜ୍ୟେଷ୍ଠ ପୁଅ ସନ୍ତୋଷ ସାହୁ ମୁଖାଗ୍ନି ଦେଇଥିଲେ । ତାଙ୍କ ବିୟୋଗରେ ସଂପୃକ୍ତ ଅଞ୍ଚଳରେ ତଥା ଚିହ୍ନା ପରିଚିତ ମହଲରେ ଶୋକର ଛାୟା ଖେଳିଯାଇଛି ।

Leave A Reply

Your email address will not be published.