oom

ମହାଶକ୍ତି ଫାଉଣ୍ଡେସନର ୧୬ତମ ପ୍ରତିଷ୍ଠା ଦିବସ ପାଳିତ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଅଗ୍ରଣୀ ସ୍ୱେଚ୍ଛାସେବୀ ସଂସ୍ଥା ମହାଶକ୍ତି ଫାଉଣ୍ଡେସନର ୧୬ତମ ପ୍ରତିଷ୍ଠା ଦିବସ ଅନୁଷ୍ଠାନର ପଞ୍ଜିକୃତ କାର୍ୟ୍ୟାଳୟ ମ.ରାମପୁର କଳାହାଣ୍ଡି ଠାରେ ତଥା ମୁଖ୍ୟାଳୟ ବଲାଙ୍ଗିର ଠାରେ ପାଳିତ ହୋଇଯାଇଛି ଓ ଏହି ଅବସରରେ “ଚିରସ୍ଥାୟୀ ଗୋଷ୍ଠୀ ବିକାଶ- ଆଭିମୁଖ୍ୟ ଏବଂ ଆହ୍ୱାନ” ଶୀର୍ଷକ ସମ୍ପର୍କିତ ଏକ ୱେବିନାର ଆୟୋଜିତ ହୋଇଥିଲା ଓ ଏହି ୱେବିନାରକୁ ଓଡ଼ିଶା ସରକାରଙ୍କ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ମନ୍ତ୍ରୀ ଜଗନ୍ନାଥ ସାରକା ଉଦଘାଟନ କରିଥିବା ବେଳେ ଅନୁଷ୍ଠାନର ସଭାପତି ସନ୍ତୋଷ ମିଶ୍ର ସ୍ବାଗତ ଭାଷଣ ଦେଇଥିଲେ । ମୁଖ୍ୟ କାର୍ୟ୍ୟନିର୍ବାହୀ ଯୁଗଳ କିଶୋର ପଟ୍ଟନାୟକ ଅନୁଷ୍ଠାନର ସଫଳତା ଉପସ୍ଥାପନ କରିଥିଲେ । ଚିରସ୍ଥାୟୀ ଗୋଷ୍ଠୀ ବିକାଶ ପାଇଁ ସରକାରୀ, ବେସରକାରୀ, କର୍ପୋରେଟ ସଂସ୍ଥା ତଥା ଆର୍ଥିକ ଅନୁଷ୍ଠାନମାନଙ୍କ ମିଳିତ ଉଦ୍ୟମର ଆବଶ୍ୟକ । ଗ୍ରାମାଞ୍ଚଳ ଗରିବ ପରିବାରର ସାମଗ୍ରିକ ବିକାଶ ପାଇଁ ଆବଶ୍ୟକ ହେଉଥିବା ଜ୍ଞାନ, କୌଶଳ, ଦକ୍ଷତା, ଆର୍ଥିକ ସହାୟତା ତଥା ବଜାର ବ୍ୟବସ୍ଥା ଆବଶ୍ୟକ ସମୟରେ ସମନ୍ବୟର ସହ ପ୍ରଦାନ କରାଗଲେ ଚିରସ୍ଥାୟୀ ବିକାଶ ସମ୍ଭବ ହୋଇପାରିବ ବୋଲି ଉପସ୍ଥିତ ବକ୍ତାଗଣ ମତବ୍ୟକ୍ତ କରିଥିଲେ ଓ କାର୍ୟ୍ୟକ୍ରମରେ ନାବାର୍ଡର ପୂର୍ବତନ ସି.ଜି.ଏମ୍ କୃଷ୍ଣ ଚନ୍ଦ୍ର ପାଣିଗ୍ରାହୀ, ବେଦାନ୍ତ ଲିମିଟେଡ଼ର ସାମାଜିକ ଦାୟିତ୍ଵବୋଧ କାର୍ୟ୍ୟକ୍ରମ ମୁଖ୍ୟ ନୀଳାଦ୍ରି ଭୂଷଣ ପାଢି, ଏ.ସି.ସି.ର ସାମାଜିକ ଦାୟିତ୍ଵବୋଧ କାର୍ୟ୍ୟକ୍ରମ ମୁଖ୍ୟ ପ୍ରତ୍ୟୁଷ କୁମାର ପଣ୍ଡା, କଳାହାଣ୍ଡି ନାବାର୍ଡ ଡି.ଡି.ଏମ ମଳୟ କୁମାର ମେହେର, ସ୍ମାର୍ଟ୍ ପାୱାର ଇଣ୍ଡିଆ ଲିମିଟେଡ଼ର ଶ୍ରୀଯୁକ୍ତ ସତ୍ୟ ଚୌବେ, ଦକ୍ଷତା ବିକାଶ ଅନୁଷ୍ଠାନର ମୁଖ୍ୟ କାର୍ୟ୍ୟକ୍ରମ ପରିଚାଳକ ରାଜେଶ ତ୍ରିପାଠୀ, ଫାର ଅନୁଷ୍ଠାନର ପ୍ରତିଷ୍ଠାତା ସଭ୍ୟା ଶ୍ରୀମତି ପ୍ରମିଳା ସ୍ୱାଇଁ, କଳାହାଣ୍ଡି ଜିଲ୍ଲା ଯୋଜନା ଓ ତଦାରଖ ବିଭାଗ ତରଫରୁ ଶ୍ରୀମତି କୁମୁଦିନୀ ମିଶ୍ର ପ୍ରମୁଖ ଯୋଗ ଦେଇ ଚିରସ୍ଥାୟୀ ବିକାଶ ପାଇଁ ସ୍ବେଛାସେବୀ ଅନୁଷ୍ଠାନର ଭୂମିକା ଉପରେ ବକ୍ତବ୍ୟ ରଖିଥିଲେ । ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତା ଯୋଗଦେଇଥିବା ଏହି ୱେବିନାରରେ ବିଭିନ୍ନ ହିତାଧିକାରୀ ମଧ୍ୟ ଯୋଗଦେଇ ସେମାନଙ୍କ ଅଭିଜ୍ଞତା ବାଣ୍ଟି ଥିଲେ ଓ କାର୍ୟ୍ୟକ୍ରମଟିକୁ ଅନୁଷ୍ଠାନର ବରିଷ୍ଠ ପରିଚାଳିକା ସୁଶ୍ରୀ ସୁଶ୍ରୀତା ରଥ ସଂଯୋଜନା କରିଥିବା ବେଳେ ସମ୍ପାଦକ ଯୋଗାନନ୍ଦ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.