om academy

ଆଜି ଶେଷ ମାଣବସା ଗୁରୁବାର : ଓଡ଼ିଶାର ଘରେ ଘରେ ପୂଜା ପାଉଛ‌ନ୍ତି ମା’ ମହାଲକ୍ଷ୍ମୀ

jsm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଶେଷ ମାଣବସା ଗୁରୁବାର । ଓଡ଼ିଶାର ଘରେ ଘରେ ପୂଜା ପାଉଛ‌ନ୍ତି ମା’ ମହାଲକ୍ଷ୍ମୀ । ହିନ୍ଦୁ ଧର୍ମର ଅନ୍ନପୂର୍ଣ୍ଣା ବୋଲି ମା’ ଲକ୍ଷ୍ମୀଙ୍କୁ କୁହାଯାଇଛି । ସମ‌ସ୍ତ ବିବାହିତା ନାରୀ ଏହି ବ୍ରତ ପାଳନ୍ତି । ମାର୍ଗଶିର ମାସର ପ୍ରତ୍ୟେକ ପାଳି ବୁଧବାର ସନ୍ଧ୍ୟାରେ ଘର ଦ୍ଵାର ଧୁଆଧୋଇ ହୋଇ ଝୋଟି ଦିଆଯାଏ ଓ ଗୁରୁବାର ପ୍ରାତଃକାଳରୁ ପୂଜା ଆର‌ମ୍ଭ ହୁଏ । ପୌରାଣିକ କାହାଣୀକୁ ଦେଖିଲେ, ନିଜେ କମଳାଳୟା ଚଣ୍ଡାଳୁଣୀ ଘରକୁ ତାର ପୂଜାରେ ସନ୍ତୁଷ୍ଟ ହୋଇ ଯାଇଥିଲେ । ତେଣୁ ତାଙ୍କୁ ନିଜ ମନ୍ଦିରରୁ ପ୍ରଭୁ ଜଗ‌ନ୍ନାଥଙ୍କ ଠାରୁ ଦୂର ରହିବାକୁ ପଡ଼ିଥିଲା । ମାର୍ଗଶିର ମାସରେ ପିଠା, ପଣା, ଅରୁଆ ଅ‌ନ୍ନ, ଖିରୀ, ବିଭିନ୍ନ ପିଠାପଣା କରାଯାଇ ଭୋଗ ଲାଗିଥାଏ । ପୂଜା ନିମିତ୍ତ ବହିକୁ ପାଠ କରାଯାଇ ଶେଷ ପାଳିରେ ମା’‌ଙ୍କ ବ୍ରତ ଶେଷ ହୋଇଥାଏ । ଓଡ଼ିଶାର ଘରେ ଘରେ ଆଜି ପୂଜା ପାଉଛ‌ନ୍ତି ମା’ ମହାଲକ୍ଷ୍ମୀ ।

Leave A Reply

Your email address will not be published.