jayashree

ମାଣବସା ଗୁରୁବାରରେ ଘରେ ଘରେ ପୂଜା ପାଉଛନ୍ତି ମହାଲକ୍ଷ୍ମୀ

ସଇଁନ୍ତଲା, (ଅଜିତ କୁମାର ସାହୁ) : ମାଣବସା ଗୁରୁବାର ଓଷା ଓଡ଼ିଶାରେ ଘରେ ଘରେ ପୂଜା ପାଆନ୍ତି ମା’ ମହାଲକ୍ଷ୍ମୀ । ତେବେ ମାର୍ଗଶିର ମାସର ଗୁରୁବାର ଦିନ ଓଡ଼ିଆ ନାରୀମାନେ ଏହାକୁ ପାଳନ କରିଥାନ୍ତି । ଗାଁ ଗାଁ ଉତ୍ସବ ମୁଖର ହୋଇ ଉଠିଥାଏ ଓଡ଼ିଶାରେ । ହେଲେ ଚଳିତ ବର୍ଷ ଅନେକ ପୁରୁଷ ମହିଳା ମାନଙ୍କ ମନରେ ସରାଗ ନାହିଁ । କରୋନା ମହାମାରୀ ଯୋଗୁଁ ସବୁ ଫିକା ଫିକା ଲାଗୁଛି । ପ୍ରତ୍ୟେକ ସାହିରେ ପ୍ରତ୍ୟେକ ବର୍ଷ ମହା ଆଡ଼ମ୍ବର ସହିତ ପାଳନ କରା ଯାଇଛିଥାଏ ଏହି ଲଷ୍ମୀଙ୍କ ପୂଜା । କରୋନା କଟକଣା ଯୋଗୁଁ ସବୁ ପୂର୍ବାପାର୍ବଣ ଠପ୍‌ ହୋଇ ଯାଇଥିଲେ ବି ଓଡ଼ିଶାର ପ୍ରତ୍ୟେକ ପରିବାରରେ ପୂଜା ଅନୁଷ୍‌ଷ୍ଠିତ ହେଉଛି । ତେବେ ମାର୍ଗଶିର ମାସରେ ପୂଜା ଘରକୁ ଧାନ ବେଣୀରେ ସଜା ଯାଇଥାଏ । ତେବେ ଏହି ଓଷା ଧାନ ମାଣ ବସାଇ ପୂଜା କରା ଯାଉଥିବାରୁ ଏହାର ନାମ ମାଣବସା ଓଷା ବୋଲି ରଖାଯାଇଥିବା ମତ ଆସେ । ମାଣବସା ଗୁରୁବାରର ପୂର୍ବଦିନ ରାତିରେ ଗୃହିଣୀମାନେ ଘର ଲିପାପୋଛା କରି ଝୋଟି ଚିତା, ବିଭିନ୍ନ ପ୍ରକାର ମହାଲକ୍ଷ୍ମୀ‌ଙ୍କ ଚିତ୍ର ଦେଇଥାନ୍ତି । ମା’ ଲଷ୍ମୀଙ୍କ ଆସନ ଚାରିପଟେ ଝୋଟିର ଷୋଳ ପାଖୁଡା ପଦ୍ମ ଅଙ୍କନ କରାଯାଇଥାଏ । ଘରର ଚାରି ଆଡ଼େ ଲଷ୍ମୀ ମା’ଙ୍କ ପାଦର ଚିତା ଅଙ୍କା ଯାଇଥାଏ । ବିଭିନ୍ନ ପ୍ରକାରର ଫଳ ସମେତ ବିଭିନ୍ନ ସାମଗ୍ରୀ ଆଣି ପୂଜାର୍ଚ୍ଚନା କରିଥାନ୍ତି । ଆସନ୍ତୁ ଚଳିତ ବର୍ଷର ମାଣବସା ଗୁରୁବାର ଓଷା କେମିତି ପାଳିତ ହେଉଛି, ଗୃହିଣୀମାନଙ୍କଠାରୁ ଜାଣିବା ।

ମୈତ୍ରୀ ସାହୁ, ଟିଟିଲାଗଡ଼
ଦିନକୁ ଦିନ ପାରମ୍ପରିକ ରୀତିନୀତି କେତେକାଂଶରେ ଲୋପ ପାଇ ଆସୁଛି । ଆଉ ଆଜିକାଲିର ବୋହୁ ମାନେ ପୂଜାର୍ଚ୍ଚନା କରୁନାହାନ୍ତି ଅନେକାଂଶରେ। ଆଉ ଶୁଭୁ ନାହିଁ ହୁଳହୁଳିର ଶବ୍ଦ । ତେବେ ଚଳିତ ବର୍ଷ ସାଜସଜା କରି ମା’ ଲଷ୍ମୀଙ୍କୁ ପୂଜା କରାଯାଉଛି ଯଥାରୀତି ।

ମୀରା ଯାଦବ, ଗୃହିଣୀ
ମନରେ ବେଶ ଆନନ୍ଦ ଉଲ୍ଲାସର ସହିତ ଚଳିତବର୍ଷ ମା’ଙ୍କୁ ପୂଜା କରାଯାଉଛି । ବର୍ଷକୁ ଥରେ ଏହି ପୂଜା ଆସିଥାଏ । ତେବେ ବିଭିନ୍ନ ପ୍ରକାର ଝୋଟି ଚିତା ଆଂକି ମା’ଙ୍କୁ ନିମନ୍ତ୍ରିତ କରାଯାଉଛି । ଏହି ପର୍ବ ନାରୀ ଶୃଙ୍‌ଙ୍ଖଳା ତଥା ନାରୀ ‌ସ୍ୱାଧୀନତାର ଏକ ପ୍ରତୀକ ବୋଲି କୁହାଯାଇପାରେ ।

ଅନୁସୟା ମିଶ୍ର, ବଲାଙ୍ଗିର
ପାହାନ୍ତାରୁ ଉଠି ମାଆଙ୍କ ଠାରେ ଧାନକୁ ସଜ୍ଜିତ କରି ହୁଳହୁଳି, ଘଣ୍ଟ, ଶଙ୍ଖ ସହିତ ବିଭିନ୍ନ ଫଳଫୁଲରେ ପୂଜାର୍ଚ୍ଚନା କରା ଯାଇଥାଏ । ତେବେ ବେଶ ମନରେ ଆଗ୍ରହ ସହିତ ମା’ଙ୍କୁ ପୂଜାର୍ଚ୍ଚନା କରୁଛୁ । ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଉତ୍‌ତ୍ସାହ ରହିଛି ।

Leave A Reply

Your email address will not be published.