centurian jitm

ରଣପୁର ଆକାଶରେ ଉଡିଲା ଡ୍ରୋନ୍ : ଲୋକେ ଛାନିଆ

ନୟାଗଡ଼ : ଭାରତ ପାକିସ୍ତାନର ଆତଙ୍କବାଦୀଙ୍କ ଅଡ୍ଡା ଉପରେ ଆକ୍ରମଣ କରି ଧ୍ୱଂସ କରିଛି । ପାକିସ୍ତାନ ପାଲଟା ଆକ୍ରମଣ କରିବାରୁ ଭାରତ ମଧ୍ୟ ଧୂଳି ଚଟାଇଛି । ଏହି ଯୁଦ୍ଧ ପରିସ୍ଥିତିରେ ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ଅଞ୍ଚଳ ଆକାଶରେ ଶୁକ୍ରବାର ରାତିରେ ଏକ ଡ୍ରୋନ୍‌ ଉଡ଼ୁଥିବା କେତେକ ଦେଖିଥିବା ସୂଚନା ଦେଇଛନ୍ତି । ଶୁକ୍ରବାର ସନ୍ଧ୍ୟାରେ ଗୌରାଙ୍ଗପୁର ପଞ୍ଚାୟତର ବିଲଗାଡ଼ିଆ ଗ୍ରାମରେ ଏକ ବିରାଟ ଡ୍ରୋନ ଉଡ଼ୁଥିବା ଦେଖି ଲୋକମାନେ ଭୟଭୀତ ହୋଇଯାଇଥିଲେ । ଏହି ଡ୍ରୋନ୍‌ ବିବାହ ଓ ଅନ୍ୟାନ୍ୟ ଉତ୍ସବରେ ବ୍ୟବହୃତ ହେଉଥିବା ଡ୍ରୋନ୍‌ଠାରୁ ବଡ଼ ଏବଂ ସିଲିଂ ଫ୍ୟାନ୍‌ ଆକୃତିର ବୋଲି ପ୍ରତ୍ୟକ୍ଷଦର୍ଶୀମାନେ ପ୍ରକାଶ କରିଛନ୍ତି । ଏହି ଡ୍ରୋନ୍‌ ସନ୍ଧ୍ୟା ବେଳେ ଦେଖାଦେଇଥିଲା ବେଳେ ରାତି ୧୦ଟାରେ ମଧ୍ୟ ସଁ ସଁ ଶବ୍ଦ କରି ଉଡ଼ି ବୁଲୁ ଥିବାରୁ ଲୋକମାନେ ଭୟଭୀତ ହୋଇ ରଣପୁର ଥାନାରେ ଜଣାଇଛନ୍ତି । ଏ ସମ୍ପର୍କରେ ତଦନ୍ତ ଚାଲିଥିବା ପୁଲିସ ପ୍ରକାଶ କରିଛି ।

Leave A Reply

Your email address will not be published.