om academy

ସାଂସଦ ପ୍ରତିନିଧି ଭାବରେ ମନୋନୀତ ହେଲେ ଲିପସିତ ମିଶ୍ର

jsm

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ପୌରପରିଷଦ ପରିଷଦ ପାଇଁ ବରଗଡ଼ ଲୋକସଭା ସାଂସଦ ସୁରେଶ ପୂଜାରୀ ଯୁବ ଆଇନଜୀବୀ ଲିପସିତ୍ ମିଶ୍ରଙ୍କୁ ତାଙ୍କ ପ୍ରତିନିଧି ଭାବରେ ମନୋନୀତ କରିଛନ୍ତି । ଏସଂକ୍ରାନ୍ତରେ ସାଂସଦ ପୌରପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ପତ୍ର ମାଧ୍ୟମରେ ସୂଚୀତ କରିଛନ୍ତି । ତାଙ୍କ ମନୋନୟନ ପାଇଁ ଲିପସିତ୍ ମିଶ୍ର ସାଂସଦଙ୍କୁ କୃତଜ୍ଞତା ଜ୍ଞାପନ କରିବା ସହିତ ପୌର କର୍ତ୍ତୃପକ୍ଷଙ୍କ ସହିତ ସମନ୍ୱୟ ରକ୍ଷା କରି ପୌରାଞ୍ଚଳ ଅଧିବାସୀଙ୍କ ସମସ୍ୟା ସମାଧାନ ଦିଗରେ କାର୍ଯ୍ୟ କରିବେ ବୋଲି ପ୍ରକାଶ କରିଛନ୍ତି । ଆଗକୁ ପୌର ନିର୍ବାଚନ ହେବାକୁ ଥିବାରୁ ତଳସ୍ତରରୁ ଜନସାଧାରଣଙ୍କ ସମସ୍ୟା ସହିତ ଜଡିତ ରହି ପ୍ରତିକାର ବ୍ୟବସ୍ଥା ଗ୍ରହଣ କଲେ ଭାରତୀୟ ଜନତା ପାର୍ଟି ଗ୍ରହଣୀୟ ହୋଇ ପାରିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି । ଏହା ପୂର୍ବରୁ ମଧ୍ୟ ଶ୍ରୀ ମିଶ୍ର ସାଂସଦଙ୍କ ପ୍ରତିନିଧି ଭାବରେ ସମ୍ବଲପୁର ରେଳମଣ୍ଡଳରେ ଡିଆରୟୁସିସି ସଭ୍ୟ ଭାବରେ ମନୋନୀତ ହୋଇ ବରଗଡ଼ ଜିଲ୍ଲାର ବହୁବିଧ ରେଳଉପଭୋକ୍ତାମାନଙ୍କ ସମସ୍ୟା ଉତ୍‌ଥାପନ କରି ସମାଧାନ ଦିଗରେ ପ୍ରୟାସ କରିଛନ୍ତି ।

Leave A Reply

Your email address will not be published.