ବଲାଙ୍ଗିର, (କେପିଏନ୍ଏସ୍) : ଲାଏନ୍ସସ କ୍ଳବ ବଲାଙ୍ଗିର ପକ୍ଷରୁ ସହରର ବିଭିନ୍ନ ସ୍ଥାନରେ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ କରାଯାଇଛି । ମଧୁମେହ ରୋଗ ଓ ରକ୍ତଚାପ ଉପରେ ବିଭିନ୍ନ ଛକମାନଙ୍କ ଠାରେ ଶିବିର ଆୟୋଜନ କରାଯାଇଛି । ଦୂର୍ଗା ମଣ୍ଡପ ଓ ସାଇ ମନ୍ଦିର କଲେଜ ଛକଠାରେ ୨୫୦ଜଣ ତାଙ୍କର ମଧୁମେହ ଟେଷ୍ଟ ଓ ରକ୍ତଚାପ ପରୀକ୍ଷା କରିଥିଲେ । ସମସ୍ତଙ୍କୁ ଭିଟାମିନ ଔଷଧ ଓ ସିରପ୍ ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଏଲ୍ଏନ୍ ନନ୍ଦ କୁମାର ଅଗ୍ରୱାଲ, ଏଲ୍ଏନ୍ ଲୋକନାଥ ମିଶ୍ର, ଏଲ୍ଏନ୍ଏସ୍ କେ. ପରିଚ୍ଛା, ଏଲ୍ଏନ୍ ନେହେରୁ ଅଗ୍ରୱାଲ, ଏଲ୍ଏନ୍ ପ୍ରଦୀପ ଷଡ଼ଙ୍ଗୀ, ଏଲ୍ଏନ୍ ଦୁର୍ଗ ପ୍ରସାଦ ପାଣିଗ୍ରାହୀ, ଏଲ୍ଏନ୍ ପ୍ରଦୀପ କୁମାର ସାହୁ, ଏଲ୍ଏନ୍ ବିବେକ ଗୋଏଲ ଓ ଲାଏନ୍ସ କ୍ଲବର ସମସ୍ତ ସଦସ୍ୟମାନେ ଶିବିରକୁ ସହଯୋଗ କରି ସଫଳ କରିଥିଲେ ।
Next Post