oum

ଲେବର କାର୍ଡ ଠକେଇ ଅଭିଯୋଗ : ଜିଲ୍ଲା ଶ୍ରମ ଅଧିକାରୀଙ୍କ କାର୍ୟ୍ୟାଳୟ ଘେରଉ

jsm

ବେଲପଡା, (ସିପୁନ ଖମାରୀ) : ଦାଦନ ପ୍ରବଣ ବେଲପଡ଼ା ବ୍ଲକରେ ଚାଲିଛି ଦଲାଲ୍ ରାଜ୍ । ୨୦୧୮ ମଶିହାରୁ ଇସ୍ୟୁ ହୋଇଥିବା ଲେବର କାର୍ଡ ପାଇନଥିବା ଅଭିଯୋଗ କରିଛନ୍ତି ଶ୍ରମିକ । କୁଆଡେ ତାଙ୍କ ଲେବର କାର୍ଡକୁ ଚଞ୍ଚକତା କରି ଦାଦନ ସର୍ଦାର ରଖି ପକେଇଛି । ଅନ୍ୟପଟେ ସରକାରୀ ଲିଷ୍ଟରେ ସେମାନଙ୍କ ନାଁ ରହିଥିବା ବେଳେ ସେମାନେ ସବୁ ପ୍ରକାର ସରକାରୀ ସୁବିଧା ପାଇବା କଥା । କିନ୍ତୁ ଅଧିକାରୀମାନଙ୍କ ଖାମଖିଆଲି ମନୋଭାବ ଓ ସର୍ଦାର ସହିତ ପ୍ରିୟାପ୍ରୀତି ଯୋଗୁଁ ଶ୍ରମିକ ନିଜ ହକ୍ ଅଧିକାରରୁ ବଞ୍ଚିତ ହେଉଥିବା ଘଟଣା ଆଜି ସାମ୍ନାକୁ ଆସିଛି । ସେପଟେ ପୁଣି ଲିଷ୍ଟରେ ଥିବା ନାଁଗୁଡ଼ିକ ନେଇ ଗାଁ ଗାଁ ଘର ଘର ବୁଲି ଲେବର କାର୍ଡ ନାଁରେ ଆଦାୟ ହେଉଛି ଟଙ୍କା । ୪ଶହ ୫ଶହ ନଦେଲେ କାର୍ଡ ମିଳୁନି କି ସରକାରୀ ସହାୟତା ମିଳୁନି ବୋଲି ଶ୍ରମିକ୍ୱାନେ ଅଭିଯୋଗ କରିଛନ୍ତି । ଶ୍ରମିକ ମାନଙ୍କ ନାଁରେ ଗୋଟେ ବଡ଼ ହରିଲୁଟ୍ ହେଉଛି ଓ ଏଥିରେ ବଡ଼ ବଡ଼ ମୁଣ୍ଡମାନେ ମଧ୍ୟ ସଂପୃକ୍ତ ଥିବା ଅଭିଯୋଗ କରିଛି କୋସଲ କମିଟି । ଆଜି ଶ୍ରମ କାର୍ୟ୍ୟାଳୟକୁ ଘେରି ଅଧିକାରୀଙ୍କୁ ଏ ସଂକ୍ରାନ୍ତୀୟ ଏକ ଦାବୀପତ୍ର ପ୍ରଦାନ କରିଛି । ଆଜିର ଏହି କାର୍ୟ୍ୟକ୍ରମରେ ଲଲିତ ମୋହନ ବୁଡ଼େକ, କୁମର ସାହୁ, ବନମାଲି ମଲ୍ଲିକ, ସକୁନ୍ତଲା ବିନ୍ଧାଣି, ସୁର୍ତି ମଲ୍ଲିକ, ଚିରବୁଠି ସାହୁ ପ୍ରମୁଖ ସାମିଲ୍ ଥିଲେ ।

Leave A Reply

Your email address will not be published.